Posted inଜାତୀୟ

India Pakistan War: କାଲି ହାଇଆଲର୍ଟ: ମୋଦି କଲେ ବଡ଼ ଘୋଷଣା, ଥରିଲା ପାକିସ୍ତାନ

ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇିଛନ୍ତି। ଭାରତର ଜଳ କେବଳ ଭାରତର ସ୍ବାର୍ଥ ଓ ଉନ୍ନତି ପାଇଁ ବ୍ୟବହାର ହେବ। ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, “ଆମ ଜଳର ଏକ ବିନ୍ଦୁ ମଧ୍ୟ ପାକିସ୍ତାନକୁ ଯିବ ନାହିଁ। ଏହା ଆମ କୃଷକ, ଆମ ଜନତାଙ୍କ ପାଇଁ ବ୍ୟବହାର ହେବ।”

India Pakistan War ପ୍ରଧାନମନ୍ତ୍ରୀ ମୋଦି ସିନ୍ଧୁ ଜଳ ଚୁକ୍ତିକୁ ନେଇ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଚୁକ୍ତି ସତ୍ତ୍ୱେ ଭାରତ ନିଜର ଅଧିକାରକୁ ସୁରକ୍ଷିତ ରଖିବ ଏବଂ ଜମ୍ମୁ ଓ କଶ୍ମୀରର ଜନତାଙ୍କ ପାଇଁ ଜଳର ସଦୁପଯୋଗ କରିବ। ସେ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ସରକାରମାନେ ଏହି ଜଳକୁ ସଠିକ ଭାବେ ବ୍ୟବହାର କରିନଥିଲେ, ଯାହା କୃଷକ ଓ ସ୍ଥାନୀୟ ଜନତାଙ୍କୁ କ୍ଷତି ପହଞ୍ଚାଇଛି। ଏହି ସଭାରେ ପ୍ରଧାନମନ୍ତ୍ରୀ ଜମ୍ମୁ ଓ କଶ୍ମୀରରେ ବିକାଶ ଓ ସୁରକ୍ଷା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ତାଙ୍କ ସରକାର ଅଞ୍ଚଳର ଉନ୍ନତି ଓ ସ୍ଥିରତା ପାଇଁ କାର୍ଯ୍ୟ କରୁଛି।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ମେ ୭ ତାରିଖରେ ଏକ ଜାତୀୟ ସ୍ତରର ସିଭିଲ ଡିଫେନ୍ସ ମକ ଡ୍ରିଲ ଆୟୋଜନ କରୁଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ, ତା’ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ୨୪୪ଟି ସିଭିଲ ଡିଫେନ୍ସ ଜିଲାରେ ଓ ଓଡ଼ିଶାର ୧୨ଜିଲାରେ ଏହି ବିଶାଳ ସମରାଭ୍ୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ୧୯୭୧ ପରେ ପ୍ରଥମ। ୧୯୯୯ରେ କାରିଗଲ ଯୁଦ୍ଧ ସମୟରେ ମଧ୍ୟ ଏପରି କୌଣସି ବି ଅଭ୍ୟାସ ହୋଇ ନଥିଲା।

India Pakistan War: ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ଦେଖିଥିବା ବ୍ୟକ୍ତିମାନେ ସେହି ସମୟର ସ୍ମୃତି ଶେୟାର କରିଛନ୍ତି। ସାମ୍ବାଦିକ ମଧୁରେନ୍ଦ୍ର ପ୍ରସାଦ ସିନହା (୭୧) କହିଛନ୍ତି, ମୁଁ ସେତେବେଳେ କଲେଜରେ ଥାଏ। ସଂଧ୍ୟା ୭ଟାରେ ସାଇରେନ ବାଜୁଥିଲା ଏବଂ ଆମେ ସମସ୍ତେ ଆଲୁଅ ବନ୍ଦ କରୁଥିଲୁ। ସେତେବେଳେ ସେ ବିହାରର କିଶନଗଞ୍ଜରେ ଥାଆନ୍ତି, ଯାହା ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ) ନିକଟରେ ଥିଲା। ସେ କହିଛନ୍ତି, ସେହି ସମୟରେ ସୈନ୍ୟ ସହର ନିୟନ୍ତ୍ରଣ କରିଥିଲେ। ସାଇରେନ ଶୁଣି ଆମେ ଲଣ୍ଠନ ଜାଳୁଥିଲୁ।
ଉତ୍ତର ପ୍ରଦେଶର କାନପୁରରେ ରହୁଥିବା ମୌସୁମୀ ରାୟ (୧୯୭୧ରେ ୩ ବର୍ଷ ବୟସ) କହିଛନ୍ତି, କାନପୁର ଏକ ଶିଳ୍ପ ଅଞ୍ଚଳ ଥିଲା। ତାଜମହଲକୁ କଳା କନା ଢାଙ୍କି ଦିଆଯାଇଥିଲା ବୋଲି ଶୁଣିଥିଲୁ, ଯାହା ଆମ ମନରେ ଭୟ ସୃଷ୍ଟି କରିଥିଲା। ସେହି ସମୟରେ ବ୍ଲାକଆଉଟ ଅଭ୍ୟାସ, ସାଇରନ ଓ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଏକ ସାଧାରଣ ଦୃଶ୍ୟ ଥିଲା।

ଅବଦୁଲ ବାସିତଙ୍କ ବକ୍ତବ୍ୟ ବ୍ୟତୀତ, ଭାରତର ପ୍ରସ୍ତୁତି ମଧ୍ୟ ସୂଚାଇ ଦେଉଛି ଯେ, ଭାରତ ୧୦ କିମ୍ବା ୧୧ ମେ’ରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ପ୍ରକୃତରେ, ୭ ମେ’ରେ ଦେଶର ୨୪୪ଟି ଜିଲ୍ଲାରେ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ଏଥିରେ, ଯୁଦ୍ଧ ସମୟରେ ନାଗରିକମାନଙ୍କୁ ନିଜକୁ କିପରି ସୁରକ୍ଷା ଦେବେ ସେ ବିଷୟରେ ତାଲିମ ଦିଆଯିବ। ଲୋକଙ୍କୁ ସଚେତନ କରାଯିବ। ଡ୍ରିଲ୍ ସମୟରେ ଏକ ସାଇରନ୍ ମଧ୍ୟ ବାଜିବ ଏବଂ ଏହା ୧୯୭୧ ପରେ ପ୍ରଥମ ଥର ପାଇଁ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?