ଉପକୂଳରେ ହାଇଆଲର୍ଟ

ଭୋଗରାଇ, ୧୦।୫(ଡି.ଏନ.ଏ.) ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଅସାନି ଭୀଷଣ ବାତ୍ୟାରେ ପରିଣତ ହେବା ପରେ କୂଳବାସୀ ଭୟଭୀତ ହୋଇପଡିଛନ୍ତି l ତେବେ ଏହି ବାତ୍ୟା ବାଲେଶ୍ୱର ଉପକୂଳରେ ବିଶେଷ ଭାବେ ପ୍ରଭାବ ପକାଇବ ବୋଲି ପାଣିପାଗ ବୈଜ୍ଞାନିକମାନେ ପୂର୍ବାନୁମାନ କରିଥିଲେ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଘନ ଘନ ସୂଚନା ଦିଆଯାଉଛି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ସମସ୍ତ ଉପକୂଳରେ କଡା ସତର୍କତା ଜାରି କରିଛନ୍ତି। ଦରକାର ପଡିଲେ ଉପକୂଳରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାକୁ ବାତ୍ୟାଶ୍ରୟସ୍ଥଳୀ ଓ ସ୍କୁଲଗୃହକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାତ୍ୟା ମୁକାବିଲା ନିମନ୍ତେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପାଚିଲା ଧାନ, ତୈଳବୀଜ ଓ ପନିପରିବା ଚାଷ ଜମିରେ ଅବିଳମ୍ବେ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଭୟ ଯୋଗୁ ରବି ପାଚିଲା ଧାନକ୍ଷେତରୁ କୃଷକମାନେ ତରବରିଆ ଭାବେ ଧାନ ଅମଳ କରୁଥିବା ନଜରକୁ ଆସିଛି। ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଏବଂ ବସ୍ତା ଅଞ୍ଚଳର ପ୍ରାୟ ନବେ ଶତାଂଶ ଧାନକଟା ଅମଳ ହୋଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି l ଅପରପକ୍ଷରେ ସାମୁଦ୍ରିକ ଝଡ ସମୁଦ୍ରରେ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେଉଥିବାରୁ ସମୁଦ୍ର ଉତ୍ତାଳ ହୋଇଛି। ବାଲେଶ୍ୱର ଉପକୂଳ ସମେତ ପଶ୍ଚିମବଙ୍ଗ ପୂର୍ବ ଓ ପଶ୍ଚିମ ମେଦିନୀପୁର ଦକ୍ଷିଣ ୨୪ ପ୍ରଗଣା ଜିଲା ସମସ୍ତ ସମୁଦ୍ରକୂଳ ମତ୍ସ୍ୟ ଅବତରଣ କେନ୍ଦ୍ର ଏବଂ ପର୍ଯ୍ୟଟନ ସ୍ଥଳରେ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି l ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସଜୀବୀ ଓ ପର୍ଯ୍ୟଟକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ସମୁଦ୍ର ଅଶାନ୍ତ ଥିବା ବେଳେ ଦୀଘା ଉପକୂଳ ମନ୍ଦାରମଣି ବେଳାଭୂମିରେ ଗାଧୋଉଥିବା ବେଳେ ଦୁଇ ପର୍ଯ୍ୟଟକ ଭାସିଯାଇ ପ୍ରାଣ ହରାଇଛନ୍ତି। ମୃତକଦ୍ୱୟ ହେଲେ କୋଲକାତା ବାଲିଗଞ୍ଜ ଅଞ୍ଚଳର ସରଫରାଜ୍‌ ଓ ଝାଡଖଣ୍ଡ ରାଜ୍ୟର ସୃଷ୍ଟି ଗୁପ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri