Posted inଜାତୀୟ

ସ୍ବାଧୀନତା ଦିବସ ପାଳନ ଅବସରରେ ଆତଙ୍କବାଦୀ ଆକ୍ରମଣ ଇନପୁଟ୍‌ ଆଧାରରେ ରାଜଧାନୀରେ ହାଇ ଆଲର୍ଟ…

ନୂଆଦିଲ୍ଲୀ, ୧୩।୮ : ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ତେବେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ଲାଗି ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଗୁପ୍ତଚର ବିଭାଗ ପକ୍ଷରୁ ଇନପୁଟ ମିଳିଛି। ଅଗଷ୍ଟ ୧୫ ପାଇଁ ଗୁପ୍ତଚର ଏଜେନ୍ସିଙ୍କ ପକ୍ଷରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ହାଇ ଆଲର୍ଟ ଜାରି କରାଯାଇଛି।

ଆଇବି କହିଛି ଯେ ପାକିସ୍ତାନ ସୀମା ଦେଇ ପଞ୍ଜାବ ବାଟେ ଡ୍ରୋନ ମାଧ୍ୟମରେ ବହୁ ଆଇଇଡ଼ି ଭାରତର ବିଭିନ୍ନ ସହରରେ ପହଞ୍ଚିଛି। ନିକଟରେ ପଞ୍ଜାବ ଏବଂ ବିଭିନ୍ନ ରାଜ୍ୟରେ ଗିରଫ ହୋଇଥିବା ଆତଙ୍କବାଦୀମାନେ ପଚରାଉଚରା ବେଳେ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ଡ୍ରୋନ ମାଧ୍ୟମରେ ଭାରତକୁ ଏସବୁ ପଠାଇଛନ୍ତି।

ଗୁପ୍ତଚର ଏଜେନ୍ସି ଅନୁଯାୟୀ, ଏକେ-୪୭ ସମେତ ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନ ଦେଇ ଭାରତର କେତେକ ସ୍ଥାନକୁ ଡ୍ରୋନ ମାଧ୍ୟମରେ ପରିବହନ କରାଯାଇଛି। ଏହା ବ୍ୟତୀତ ଲୋନ ଓ୍ବଲଫ ଆଟାକର ଇନପୁଟ ମଧ୍ୟ ସୁରକ୍ଷା ଏଜେନ୍ସି ଦ୍ୱାରା ଦିଲ୍ଲୀ ପୋଲିସକୁ ଦିଆଯାଇଛି। ଆଇବି ଅନୁଯାୟୀ, ଭିଡ଼ ଭିତରେ ଯେକେହି ଆକ୍ରମଣ କରିପାରନ୍ତି। ଏଭଳି ପରିସ୍ଥିତିରେ ସ୍କ୍ରିନିଂ କରିବା ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ଗୁଡ଼ି ମାଧ୍ୟମରେ ଆକ୍ରମଣ ହେବା ନେଇ ଆଇବି ଏକ ସତର୍କ ସୂଚନା ଦେଇଛି। ଏହା ସହିତ ଲାଲ କତଲ୍ଲା ଚାରିପାଖରେ ଗୁଡ଼ି ଉଡ଼ା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଏବଂ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାରର ଆକ୍ରମଣର ଇନପୁଟ ମଧ୍ୟ ଆଶା ବାଡ଼ି ମାଧ୍ୟମରେ ଦିଆଯାଇଛି। ଗୁପ୍ତଚର ଏଜେନ୍ସି କହିଛି ଯେ କିଛି ସନ୍ଦେହଜନକ ଜିନିଷକୁ ଆଶା ବାଡ଼ିରେ ରଖି କେହି ଆକ୍ରମଣ କରିପାରନ୍ତି, ତେଣୁ ସ୍କ୍ରିନିଂ ବହୁତ ଶକ୍ତିଶାଳୀ ହେବା ଉଚିତ ବୋଲୀ ଇନପୁଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?