Posted inଜାତୀୟ

ସ୍ବାମୀଙ୍କ ବାରଣ ସତ୍ତ୍ୱେ ବୟଫ୍ରେଣ୍ଡ୍‌ଙ୍କ ସହିତ ଫୋନ୍‌ରେ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା, ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌, ୨୦।୨ : ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ୍‌ଙ୍କ ସହିତ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା। କେରଳ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦମ୍ପତିଙ୍କୁ ଛାଡପତ୍ରର ଏକ ଆଦେଶ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଯେ ଜଣେ ସ୍ତ୍ରୀ ବୟଫେଣ୍ଡ୍‌ଙ୍କ ସହିତ ଗୁପ୍ତ ଫୋନ କଲ କରି ବିବାହ ବନ୍ଧନର ବିରୁଦ୍ଧାଚରଣ କରିବା ସହିତ ତାଙ୍କ ସ୍ବାମୀଙ୍କ ବାରଣକୁ ଅବମାନନା କରିଛନ୍ତି। ଜଷ୍ଟିସ କାଉଜର ଏଡାପ୍ପାଗଥ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି।

ପାରିବାରିକ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିବାହ ଆରମ୍ଭରୁ ହିଁ ସ୍ତ୍ରୀ ବିଭିନ୍ନ ଅନୈତିକ କାର୍ଯ୍ୟ କରି ତାଙ୍କ ଜୀବନକୁ ଜୀବନ୍ତ ନର୍କରେ ପରିଣତ କରିଥିଲେ ବୋଲି ସ୍ବାମୀ ଅଭିଯୋଗ କରିଥିଲେ। ସେ ତାଙ୍କ ବିବାହ ପୂର୍ବରୁ ଏବଂ ତା’ପରେ ମଧ୍ୟ ବିଭିନ୍ନ ବୟଫ୍ରେଣ୍ଡ୍‌ଙ୍କ ସହିତ ଖରାପ ସମ୍ପର୍କ ବଜାୟ ରଖିଛନ୍ତି ବୋଲି ସ୍ବାମୀ ହାଇକୋର୍ଟରେ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ।

ଏନେଇ ସ୍ବାମୀଙ୍କ ଆଡଭୋକେଟ୍‌ ଟି.ଏମ୍‌. ରମଣ କାର୍ଥା ବିଏସ୍‌ଏନ୍‌ଏଲ୍‌ର କଲ୍‌ ଡିଟେଲସ୍‌ର ପ୍ରିଣ୍ଟଆଉଟ ମଧ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ।

ସ୍ତ୍ରୀଙ୍କ ପକ୍ଷରୁ ହାଜର ହୋଇଥିବା ହେବାକୁ ଆଡଭୋକେଟ ଏମ୍‌.ବି. ସନ୍ଦୀପ୍‌ ଯୁକ୍ତି ଦର୍ଶାଇଥିଲେ ଯେ ସ୍ତ୍ରୀ ଅଫିସିଆଲ କଥାବାର୍ତ୍ତା କରୁଥିଲେ।

ଅଦାଲତ ଉଲ୍ଲେଖ କରିଛନ୍ତି ଯେ କେବଳ ନିୟମିତ କଲ୍‌ କରିବା କାରଣରୁ ସ୍ତ୍ରୀଙ୍କ ସମ୍ପର୍କକୁ ଅନୈତିକ ବୋଲି କୁହାଯାଇ ପାରିବ ନାହିଁ। ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ବ୍ୟଭିଚାରର ଅଭିଯୋଗକୁ ପ୍ରମାଣ କରିବା ପାଇଁ ଏକ ଉଚ୍ଚସ୍ତରର ପ୍ରମାଣ ରହିବା ଆବଶ୍ୟକ। ସ୍ବାମୀଙ୍କ ଅଭିଯୋଗ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ।

ସ୍ତ୍ରୀଙ୍କ ଦ୍ୱାରା ବ୍ୟଭିଚାର କରିଥିବାର ପ୍ରମାଣ ଯଥେଷ୍ଟ ନୁହେଁ, ତଥାପି ଏପରି କଲ କରିବା ଦାମ୍ପତ୍ୟ ଜୀବନର ସନ୍ତୁଳନକୁ ବିଗାଡ଼ି ଦେବ। ଖଣ୍ଡପୀଠ କହିଛନ୍ତି ଯେ ବିବାହ ଆରମ୍ଭରୁ ହିଁ ଦାମ୍ପତ୍ୟ ସମ୍ପର୍କରେ ଆନ୍ତରିକତା ନ ଥିଲା। ସ୍ତ୍ରୀ-ସ୍ବାମୀ ତିନିଥର ଅଲଗା ହୋଇ ପୁଣି ଏକାଠି ହୋଇଛନ୍ତି।

ତେବେ ଅଶାନ୍ତିକୁ ଦୃଷ୍ଟିରେ ରଖି ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁର କରାଯାଉଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri