Posted inଜାତୀୟ

ସ୍ବାମୀଙ୍କ ବାରଣ ସତ୍ତ୍ୱେ ବୟଫ୍ରେଣ୍ଡ୍‌ଙ୍କ ସହିତ ଫୋନ୍‌ରେ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା, ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌, ୨୦।୨ : ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ୍‌ଙ୍କ ସହିତ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା। କେରଳ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦମ୍ପତିଙ୍କୁ ଛାଡପତ୍ରର ଏକ ଆଦେଶ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଯେ ଜଣେ ସ୍ତ୍ରୀ ବୟଫେଣ୍ଡ୍‌ଙ୍କ ସହିତ ଗୁପ୍ତ ଫୋନ କଲ କରି ବିବାହ ବନ୍ଧନର ବିରୁଦ୍ଧାଚରଣ କରିବା ସହିତ ତାଙ୍କ ସ୍ବାମୀଙ୍କ ବାରଣକୁ ଅବମାନନା କରିଛନ୍ତି। ଜଷ୍ଟିସ କାଉଜର ଏଡାପ୍ପାଗଥ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି।

ପାରିବାରିକ ଅଦାଲତର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିବାହ ଆରମ୍ଭରୁ ହିଁ ସ୍ତ୍ରୀ ବିଭିନ୍ନ ଅନୈତିକ କାର୍ଯ୍ୟ କରି ତାଙ୍କ ଜୀବନକୁ ଜୀବନ୍ତ ନର୍କରେ ପରିଣତ କରିଥିଲେ ବୋଲି ସ୍ବାମୀ ଅଭିଯୋଗ କରିଥିଲେ। ସେ ତାଙ୍କ ବିବାହ ପୂର୍ବରୁ ଏବଂ ତା’ପରେ ମଧ୍ୟ ବିଭିନ୍ନ ବୟଫ୍ରେଣ୍ଡ୍‌ଙ୍କ ସହିତ ଖରାପ ସମ୍ପର୍କ ବଜାୟ ରଖିଛନ୍ତି ବୋଲି ସ୍ବାମୀ ହାଇକୋର୍ଟରେ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ।

ଏନେଇ ସ୍ବାମୀଙ୍କ ଆଡଭୋକେଟ୍‌ ଟି.ଏମ୍‌. ରମଣ କାର୍ଥା ବିଏସ୍‌ଏନ୍‌ଏଲ୍‌ର କଲ୍‌ ଡିଟେଲସ୍‌ର ପ୍ରିଣ୍ଟଆଉଟ ମଧ୍ୟ କୋର୍ଟରେ ଉପସ୍ଥାପନ କରିଥିଲେ।

ସ୍ତ୍ରୀଙ୍କ ପକ୍ଷରୁ ହାଜର ହୋଇଥିବା ହେବାକୁ ଆଡଭୋକେଟ ଏମ୍‌.ବି. ସନ୍ଦୀପ୍‌ ଯୁକ୍ତି ଦର୍ଶାଇଥିଲେ ଯେ ସ୍ତ୍ରୀ ଅଫିସିଆଲ କଥାବାର୍ତ୍ତା କରୁଥିଲେ।

ଅଦାଲତ ଉଲ୍ଲେଖ କରିଛନ୍ତି ଯେ କେବଳ ନିୟମିତ କଲ୍‌ କରିବା କାରଣରୁ ସ୍ତ୍ରୀଙ୍କ ସମ୍ପର୍କକୁ ଅନୈତିକ ବୋଲି କୁହାଯାଇ ପାରିବ ନାହିଁ। ଖଣ୍ଡପୀଠ ଏହା ମଧ୍ୟ କହିଥିଲେ ଯେ ବ୍ୟଭିଚାରର ଅଭିଯୋଗକୁ ପ୍ରମାଣ କରିବା ପାଇଁ ଏକ ଉଚ୍ଚସ୍ତରର ପ୍ରମାଣ ରହିବା ଆବଶ୍ୟକ। ସ୍ବାମୀଙ୍କ ଅଭିଯୋଗ ପ୍ରମାଣ ପର୍ଯ୍ୟାପ୍ତ ନୁହେଁ।

ସ୍ତ୍ରୀଙ୍କ ଦ୍ୱାରା ବ୍ୟଭିଚାର କରିଥିବାର ପ୍ରମାଣ ଯଥେଷ୍ଟ ନୁହେଁ, ତଥାପି ଏପରି କଲ କରିବା ଦାମ୍ପତ୍ୟ ଜୀବନର ସନ୍ତୁଳନକୁ ବିଗାଡ଼ି ଦେବ। ଖଣ୍ଡପୀଠ କହିଛନ୍ତି ଯେ ବିବାହ ଆରମ୍ଭରୁ ହିଁ ଦାମ୍ପତ୍ୟ ସମ୍ପର୍କରେ ଆନ୍ତରିକତା ନ ଥିଲା। ସ୍ତ୍ରୀ-ସ୍ବାମୀ ତିନିଥର ଅଲଗା ହୋଇ ପୁଣି ଏକାଠି ହୋଇଛନ୍ତି।

ତେବେ ଅଶାନ୍ତିକୁ ଦୃଷ୍ଟିରେ ରଖି ସେମାନଙ୍କ ଛାଡ଼ପତ୍ରକୁ ମଞ୍ଜୁର କରାଯାଉଥିବା ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?