ହିଜବୁଲ ପରବର୍ତ୍ତୀ ଟାର୍ଗେଟ: ଲେବାବନ ସୀମାରୁ ନାଗରିକଙ୍କୁ ହଟାଇଲା ଇସ୍ରାଏଲ…

ଜେରୁଜେଲମ,୧୬।୧୦ : ହମାସ ପରେ ଏବେ ଇସ୍ରାଏଲ ହିଜବୁଲକୁ ଟାର୍ଗେଟ କରିଛି। ଲିବାନନ ସହିତ ଏହାର ସୀମାରୁ ସାଧାରଣ ନାଗରିକମାନଙ୍କୁ ବାହାର କରିବା କାର୍ଯ୍ୟ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି। ଲେବାନନ ସୀମା ମଧ୍ୟରେ ଥିବା ଦୁଇ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ରହୁଥିବା ୨୮ ସମ୍ପ୍ରଦାୟକୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଅଞ୍ଚଳରେ ସରକାରୀ ଗେଷ୍ଟ ହାଉସରେ ରଖିବା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଗାଜା ଷ୍ଟ୍ରିପ ବ୍ୟତୀତ ଲେବାନନରୁ ମଧ୍ୟ ଇସ୍ରାଏଲ ଉପରେ ରକେଟ ମାଡ ହୋଇଥିଲା। ଇସ୍ରାଏଲ କହିଛି ଏହି ଆକ୍ରମଣଗୁଡିକ ଇରାନ ସମର୍ଥିତ ହିଜବୁଲ ସଂଗଠନ ଦ୍ୱାରା କରାଯାଇଛି ଏବଂ ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ। ଏଭଳି ପରିସ୍ଥିତିରେ ଇସ୍ରାଏଲର ସର୍ବଶେଷ ପଦକ୍ଷେପ ହିଜବୁଲ ପାଇଁ ଚେତାବନୀ ଭାବରେ ଦେଖାଯାଉଛି।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟର ଜରୁରୀକାଳୀନ ପରିଚାଳନା ସେବା କହିଛି ଲେବାନନ ସୀମାରୁ ଲୋକଙ୍କୁ ସାମରିକ ବାହିନୀ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ଲେବାନନ ସୀମାରୁ ହୋଇଥିବା ଆକ୍ରମଣରେ ଜଣେ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ଇସ୍ରାଏଲ ବାୟୁସେନା କହିଛି ଏହା ଲିବାନନରେ କିଛି ହିଜବୁଲ ଶିବିର ଉପରେ ବୋମାମାଡ଼ କରିଛି।

ସୂଚନାଯୋଗ୍ୟ, ହିଜବୁଲ ହେଉଛି ଏକ ଆତଙ୍କବାଦୀ ସଂଗଠନ। ଏହା ଲେବାନନର ସକ୍ରିୟ ରହିଛି। ୧୯୭୫ରୁ ୧୯୯୦ପର୍ଯ୍ୟନ୍ତ ଚାଲିଥିବା ଲେବାନନ ଗୃହଯୁଦ୍ଧ ସମୟରେ ଏହି ସଂଗଠନର ସୃଷ୍ଟି ହୋଇଥିଲା। ଏହା ୧୯୮୨ ମସିହାରେ ଇରାନର ରିଭୋଲ୍ୟୁନାରୀ ଗାର୍ଡସ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହାର ଲକ୍ଷ୍ୟ ଥିଲା ଇରାନରେ ଇସଲାମିକ ବିପ୍ଳବକୁ ଅନ୍ୟ ଦେଶରେ ବିସ୍ତାର କରିବା ଏବଂ ଲେବାନନରେ ଯୁଦ୍ଧ କରୁଥିବା ଇସ୍ରାଏଲ ସୈନ୍ୟଙ୍କ ବିରୁଦ୍ଧରେ ଏକ ସଂଗଠନ ଗଠନ କରିବା।

ଆମେରିକାର ଜାତୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ର (ଏନସିଟିସି) ଅନୁଯାୟୀ ହିଜବୁଲ ୧୯୮୩ ମସିହା ଏପ୍ରିଲ ମାସରେ ବେରୁଟରେ ଥିବା ଆମେରିକାର ଦୂତାବାସରେ ଆତ୍ମଘାତୀ ଟ୍ରକ ବିସ୍ଫୋରଣ କରିଥିଲା। ଅକ୍ଟୋବର ୧୯୮୩ରେ ବେରୁଟରେ ଆମେରିକାର ସାମୁଦ୍ରିକ ବ୍ୟାରେକ ଏବଂ ବେରୁଟରେ ଆମେରିକାର ଦୂତାବାସ ଭଳି ଅନେକ ଆତଙ୍କବାଦୀ ଆକ୍ରମଣରେ ଏହି ସଂଗଠନର ସମ୍ପୃକ୍ତି ଥିଲା। ସେପ୍ଟେମ୍ବର ୧୯୮୪ରେ ହୋଇଥିବା ଆକ୍ରମଣରେ ସଂଗଠନ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ, ୧୯୮୫ରେ ଟିଡବ୍ଲୁଏ ୮୪୭ ବିମାନର ଅପହରଣ ଏବଂ ୧୯୯୬ ରେ ସାଉଦି ଆରବରେ ଖୋବାର ଟାୱାର ଉପରେ ଆକ୍ରମଣ ମଧ୍ୟ ଏହି ସଂଗଠନ ଦ୍ୱାରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

Ketan Murder Case:ପିତାଙ୍କ ଗୁହାରି, କହିଲେ ଝିଅକୁ ଦିଆଯାଉ ଫାଶୀ!

ପୁଣେ,୨୫।୬: ପୁଣେରେ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାର ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାର ନୂତନ ଦିଗ ସାମ୍ନାକୁ ଆସୁଛି। ଏବେ, ମାମଲାର ମୁଖ୍ୟ ଅଭିଯୁକ୍ତ…

ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri