Posted inଖେଳ

ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୯।୧୧:ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି। ଏହି ହ୍ବାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ। ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି।
୨୦୨୪ ଭବିଷ୍ୟତ କାର୍ଯ୍ୟକ୍ରମ ଶ୍ରୀଲଙ୍କା ଘୋଷଣା କରିଛି। ଏଥିରେ ଭାରତୀୟ ଦଳ ବିପକ୍ଷରେ ଏକ ସିରିଜ ମଧ୍ୟ ସାମିଲ ଅଛି। ଶ୍ରୀଲଙ୍କାର ଭବିଷ୍ୟତ ଯାତ୍ରା କାର୍ଯ୍ୟକ୍ରମରେ ଜାନୁଆରୀ ୨୦୨୪ରେ ଜିମ୍ବାୱେ ଦଳ ଶ୍ରୀଲଙ୍କା ଗସ୍ତ କରିବ। ତା’ପରେ ଆଫଗାନିସ୍ତାନ ଦଳ ଜାନୁଆରୀ-ଫେବୃଆରୀରେ ଶ୍ରୀଲଙ୍କା ଗସ୍ତ କରିବେ। ଏହା ପରେ ବାଂଲାଦେଶ ଦଳ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ଆସିବ। ଆଫଗାନିସ୍ତାନ ଏବଂ ବାଂଲାଦେଶର ଦଳ ସମସ୍ତ ତିନୋଟି ଫର୍ମାଟର ସିରିଜ ଖେଳିବେ।
ଏହା ପରେ ୨୦୨୪ ଟି-୨୦ ବିଶ୍ୱକପ ଜୁନ ଏବଂ ଜୁଲାଇରେ ଖେଳାଯିବ। ତେବେ ଜୁଲାଇରେ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଦିନିକିଆ ଏବଂ ୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଆଗକୁ ଯାଇ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଶ୍ରୀଲଙ୍କା ଗସ୍ତ କରିବେ। ନ୍ୟୁଜିଲ୍ୟାଣ୍ଡ ତିନିଥର ଶ୍ରୀଲଙ୍କା ଗସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଞ୍ଚି ପିଚ୍‌ ଦେଖି ଇଂଲଣ୍ଡ ଅଧିନାୟକଙ୍କ ମୁଣ୍ଡ ଘୂରିଲା: କହିଦେଲେ ଏମିତି କଥା

ରାଞ୍ଚି,୨୨।୨:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳାଯାଇଛି। ସିରିଜରେ ଟିମ ଇଣ୍ଡିଆ...

ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ

ଦୁବାଇ,୨୨ା୨ବନ୍ଧୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ୟୁଏଇରେ ପହଞ୍ଚିଛି ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ। ଭାରତ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ...

ମନୀଷାଙ୍କ ଡବଲରେ ଭାରତ ବିଜୟୀ

ଅଙ୍କାରା,୨୨ା୨(ପି.ଟି.)ତୁର୍କୀର ଆଲାନ୍ୟାରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଆଲାନ୍ୟା କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଦଳ ଇସ୍ତୋନିଆକୁ ୪-୩ ଗୋଲରେ...

କିଟ୍‌ ଚାମ୍ପିୟନ, ସମ୍ବଲପୁର ରନରଅପ୍‌

ଭୁବନେଶ୍ୱର, ୨୨।୨(ତପନ ସ୍ବାଇଁ)କିଟ୍‌ କ୍ରିକେଟ ଷ୍ଟାଡିୟମରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ (ପୁରୁଷ) ଟୁର୍ନାମେଣ୍ଟ ବୁଧବାର ଶେଷ ହୋଇଛି। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ସହଯୋଗରେ...

ଭାଜପାରେ ଯୋଗଦେବେ ଯୁବରାଜ! ଏହି ଆସନରୁ ଲଢିପାରନ୍ତି

ନୂଆଦିଲ୍ଲୀ,୨୨।୨:ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ରାଜନୀତିରେ ଗତ କିଛି ଦିନ ହେବ ଚର୍ଚ୍ଚାର ବଜାର ଗରମ ହୋଇଛି। ଅନେକ ନେତାଙ୍କ ଗୋଟିଏ ଦଳ ଛାଡି...

ମୁମ୍ବାଇରେ ୫ କୋଟି ଟଙ୍କାରେ ଆପାର୍ଟମେଣ୍ଟ କିଣିଲେ ଜଶସ୍ବୀ ଜୈସ୍ବାଲ: ରିପୋର୍ଟ

ନୂଆଦିଲ୍ଲୀ,୨୧।୨: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ଭାରତର ଯୁବ ବ୍ୟାଟର ଜଶସ୍ବୀ ଜୈସ୍ବାଲ। ଟେଷ୍ଟଠାରୁ ଆରମ୍ଭ କରି ଟି୨୦ ରେ ନିଜର...

ବିରାଟ ବାପା ହେବା ପରେ ‘ଜୁନିଅର କୋହଲି’ଙ୍କ ନାମରେ ଖୋଲିଲା ମାଳ ମାଳ ଫେକ୍‌ ଆକାଉଣ୍ଟ, ଟ୍ରେଣ୍ଡ କରୁଛି…

ନୂଆଦିଲ୍ଲୀ,୨୧।୨: ପୁଣିଥରେ ବାପା ହୋଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନକୁ ଜନ୍ମ...

‘ପାକିସ୍ତାନ କ୍ରିକେଟକୁ ବର୍‌ବାଦ କରିଛନ୍ତି ବାବର’

ଇସଲାମାବାଦ,୨୧।୨: ପାକିସ୍ତାନ କ୍ରିକେଟକୁ ବରବାଦ କରିଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବାବର ଆଜମ। ଯେବେ ସେ ଅଧିନାୟକ ଥିଲେ, ସେତେବେଳେ ଏକ ନିଷ୍ପତ୍ତି ନେଇଥିଲେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri