ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର ଫିଲ୍ମକୁ ନେଇ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ କ୍ରୀତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବି ଅନେକ କଥା କହିଛନ୍ତି। ସେ କିପରି ଜୀବନ ସାଥୀ ଖୋଜୁଛନ୍ତି ସେ ସମ୍ପର୍କରେ କହିଛନ୍ତି।

କ୍ରୀତି କହିଛନ୍ତି, ମୁଁ ପ୍ରକୃତରେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିବି, ଯିଏ କି ତାଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ସ୍ନେହୀ, ସଚ୍ଚୋଟ, ବିଶ୍ୱସ୍ତ ଜୀବନସାଥୀ ଚାହୁଁଛି। ଯାହାଙ୍କ ସହିତ ମୋର ସମ୍ପର୍କ ସବୁଦିନ ରହିପାରିବ। କ୍ରୀତିଙ୍କ ଏହି ବିବୃତ୍ତି ପରେ ଅନେକ ଚ୍ଚର୍ଚ୍ଚା ହେଉଛି।

ଆଜିକାଲି କ୍ରୀତି ତାଙ୍କର ଆଗାମୀ ଫିଲ୍ମକୁ ନେଇ ବି ହେଡ୍‌ଲାଇନ୍‌ରେ। ତାଙ୍କ ଆକ୍ସନ ପ୍ୟାକ୍‌ ଫିଲ୍ମ ‘ଗଣପଥ’ର କାର୍ଯ୍ୟ ପାଇଁ ସେ ଲଣ୍ଡନ ଯାଇଛନ୍ତି। ଅଭିନେତ୍ରୀ ଏକ ବ୍ରାଉନ ଜମ୍ପଶୁଟ୍‌ ସହିତ ଏକ ଓଭର ସାଇଜ କୋଟରେ ନଜର ଆସିଛନ୍ତି। ଭିଡିଓରେ ଅଭିନେତ୍ରୀ ବହୁ ଗ୍ଲାମରସ ଷ୍ଟାଇଲରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ସବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଟାଇଗର ଶ୍ରଫଙ୍କ ସହ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୦୨୨ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଗଲେ ଏହି ଅଭିନେତ୍ରୀ, ମିଡିଆକୁ ‘ବିପଜ୍ଜନକ କୁକୁର’ ସହ କଲେ ତୁଳନା

ସାଉଥ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅକ୍କିନେନି ଆଜିକାଲି ସ୍ବାମୀ ନାଗା ଚେତନ୍ୟଙ୍କ ସହ ତାଙ୍କ ଫାଟ ସମ୍ପର୍କ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବିଷୟରେ କୁହାଯାଉଛି...

ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ...

ଜନ୍ ଆବ୍ରହମଙ୍କୁ କିସ୍ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ , ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ଷ୍ଟାରର ମୁଭି ‘ପଠାନ’ ଏବେ ବକ୍ସ ଅଫିସରେ କମାଲ କରିଛି । ଫିଲ୍ମକୁ...

ମଦର୍ସ ଡେ’ରେ ପୁଅର ପ୍ରଥମ ଝଲକ ଦେଖାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ମା’ଙ୍କ ପାଇଁ ଏହି ସ୍ବତନ୍ତ୍ର ଦିନଟିକୁ ଅଭିନେତ୍ରୀ କାଜଲ ଆହୁରି ସ୍ପେଶାଲ କରିଦେଇଛନ୍ତି। କାଜଲ...

ଜଣେ କି ଦୁଇଜଣ ନୁହେଁ; ୩୦୮ ଜଣଙ୍କୁ ପ୍ରେମ କରିଥିଲେ ଏହି ବଲିଉଡ୍‌ ସୁପରଷ୍ଟାର; ହେଲେ…

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି...

୪୮ ବର୍ଷରେ ପୁଣିଥରେ ମା’ ହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ!

ବଲିଉଡ୍‌ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି। ହେଲେ ମନ୍ଦିର ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇ...

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି।...

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ...

Advertisement
Archives

Model This Week