ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର ଫିଲ୍ମକୁ ନେଇ ଜୋରଦାର ପ୍ରଚାର କରୁଛନ୍ତି। ଏହି ସମୟରେ କ୍ରୀତି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବି ଅନେକ କଥା କହିଛନ୍ତି। ସେ କିପରି ଜୀବନ ସାଥୀ ଖୋଜୁଛନ୍ତି ସେ ସମ୍ପର୍କରେ କହିଛନ୍ତି।

କ୍ରୀତି କହିଛନ୍ତି, ମୁଁ ପ୍ରକୃତରେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମରେ ପଡ଼ିବି, ଯିଏ କି ତାଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ସ୍ନେହୀ, ସଚ୍ଚୋଟ, ବିଶ୍ୱସ୍ତ ଜୀବନସାଥୀ ଚାହୁଁଛି। ଯାହାଙ୍କ ସହିତ ମୋର ସମ୍ପର୍କ ସବୁଦିନ ରହିପାରିବ। କ୍ରୀତିଙ୍କ ଏହି ବିବୃତ୍ତି ପରେ ଅନେକ ଚ୍ଚର୍ଚ୍ଚା ହେଉଛି।

ଆଜିକାଲି କ୍ରୀତି ତାଙ୍କର ଆଗାମୀ ଫିଲ୍ମକୁ ନେଇ ବି ହେଡ୍‌ଲାଇନ୍‌ରେ। ତାଙ୍କ ଆକ୍ସନ ପ୍ୟାକ୍‌ ଫିଲ୍ମ ‘ଗଣପଥ’ର କାର୍ଯ୍ୟ ପାଇଁ ସେ ଲଣ୍ଡନ ଯାଇଛନ୍ତି। ଅଭିନେତ୍ରୀ ଏକ ବ୍ରାଉନ ଜମ୍ପଶୁଟ୍‌ ସହିତ ଏକ ଓଭର ସାଇଜ କୋଟରେ ନଜର ଆସିଛନ୍ତି। ଭିଡିଓରେ ଅଭିନେତ୍ରୀ ବହୁ ଗ୍ଲାମରସ ଷ୍ଟାଇଲରେ ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ସବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଟାଇଗର ଶ୍ରଫଙ୍କ ସହ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୦୨୨ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri