Posted inଜାତୀୟ

କଳ୍ପନା ସୋରେନ ହୋଇପାରନ୍ତି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୮: ଝାଡ଼ଖଣ୍ଡରେ ଏବେ ରାଜନୈତିକ ଝଡ ଲାଗି ରହିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଉପରେ ଖଣ୍ଡା ଝୁଲୁଛି । ଅବୈଧ ଖଣି ଖନନ ପଟ୍ଟା ଆବଣ୍ଟନ ମାମଲାରେ ତାଙ୍କର ଅଡୁଆ ବଢିବାରେ ଲାଗିଛି । ଜନପ୍ରତିନିଧି ଆଇନ ୧୯୫୧ରେ ସେ ଦୋଷୀ ହୋଇଛନ୍ତି । ଏବେ ଶେଷ ନିଷ୍ପତ୍ତି ରାଜ୍ୟପାଳଙ୍କ ଉପରେ । ଏବେ ପ୍ରଶ୍ନ ଉଠିଛି କି ଯଦି ଶୁକ୍ରବାର ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି ତେବେ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ । ଏହି ରେସରେ କେତେ ଜଣଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ ସବୁଠାରୁ ଆଗରେ ରହିଛି ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାମ ।

କଳ୍ପନା ଓଡ଼ିଶାର ମୟୁରଭଞ୍ଜ ଜିଲା ବାସିନ୍ଦା । ଏକ ବ୍ୟବସାୟୀ ପରିବାରରେ ତାଙ୍କର ଜନ୍ମ । ତାଙ୍କର ଦୁଇ ଭଉଣୀ ଭାଇ ରହିଛନ୍ତି । ୧୯୭୬ରେ ରାଞ୍ଚିରେ ସେ ଜନ୍ମ ନେଇଥିଲେ । ରାଞ୍ଚିରେ ସେ ଗ୍ରାଜୁଏଶନ ଶେଷ କରିଛନ୍ତି । ଏହାପରେ ୨୦୦୬ରେ ସେ ହେମନ୍ତ ସୋରେନଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ଟି ସନ୍ତାନ ରହିଛନ୍ତି ।
ସେ ନିଜେ ଜଣେ ବିଜନେସ ଓମେନ । ଏହାସହ ସେ ଏକ ପ୍ରାଇଭେଟ ସ୍କୁଲ ବି ଚଳାଉଛନ୍ତି । ସାମାଜିକ କାର୍ଯ୍ୟକ୍ରମରେ ସେ ଖୁବ୍ କମ ନଜର ଆସନ୍ତି । ହେଲେ ମହିଳା ସଶକ୍ତିକରଣ ଓ ଶିଶୁ କାର୍ଯ୍ୟକ୍ରମରେ ସେ ସବୁବେଳେ ନଜର ଆସିଥାଆନ୍ତି ।
ମୁଖ୍ୟମନ୍ତ୍ରୀ ପଦକୁ ନେଇ କଳ୍ପନା ସୋରେନଙ୍କ ନାମ ଚର୍ଚ୍ଚାକୁ ଆସୁଛି ସତ । ହେଲ ଏବେ ସବୁଠାରୁ ବଡ ପ୍ରଶ୍ନ ବିନା ରାଜନୈତିକ ଅନୁଭବରେ କଳ୍ପନା କ’ଣ ରାଡ଼ଖଣ୍ଡ ରାଜନୀତିର ଟଣାଭିଡାକୁ ସମ୍ଭାଳି ପାରିବେ । କଳ୍ପନାଙ୍କ ମାତା-ପିତା ରାଜନୈତିକ ପରିବାରର ନୁହେଁ ସତ ହେଲେ ସେ ସୋରେନ ପରିବାରର ବୋହୂ ହେବା ପରେ ଦୀର୍ଘ ୧୬ ବର୍ଷ ହେବ ରାଜନୀତିକୁ ଅତି ପାଖରୁ ଦେଖି ଆସୁଛନ୍ତି । ତାଙ୍କ ସ୍ୱାମୀ ହେମନ୍ତ ସୋରେନଙ୍କର ରାଜନୀତିରେ ଲମ୍ବା ଅନୁଭବ ରହିଛି । ସେ ଦୁଇ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ଏହାସହ କଳ୍ପନାଙ୍କ ଶ୍ୱଶୁର ଶିବୁ ସୋରେନ ବି ରାଜନୀତିରେ ବହୁ ପୁରୁଣା । ତେଣୁ ଏସବୁକୁ ଦେଖିଲେ କଳ୍ପନା ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?