Posted inଜାତୀୟ

ରାହୁଲଙ୍କ ସାମ୍ନାରେ ହାତ ଯୋଡି ଠିଆ ହୋଇଛନ୍ତି ହେମନ୍ତ ସୋରେନ, କ’ଣ କହୁଛି ଏହି ଫଟୋ?

ନୂଆଦିଲ୍ଲୀ,୯।୧୧: ଗାନ୍ଧୀ ପରିବାର ସାମ୍ନାରେ କାହିଁକି ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହାତ ଯୋଡିଛନ୍ତି? ଶନିବାର ତାଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ହେମନ୍ତ ସୋରେନ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ପୋଷ୍ଟ କରିବାବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ପ୍ରଶ୍ନ ପଚାରିଛନ୍ତି।

କଂଗ୍ରେସ ଏମପି ନିର୍ବାଚନ ରାଜ୍ୟର ଧାନବାଦ ଜିଲାରେ ଏକ ରାଲିକୁ ସମ୍ବୋଧନ କରିବାକୁ ଆସିଥିଲେ ଯେଉଁଠାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଝାଡ଼ଖଣ୍ଡ ପାଇଁ ଭାଜପାର ନିର୍ବାଚନ ସହ-ପ୍ରଭାରି ଥିବା ହିମନ୍ତ ବିଶ୍ୱ ଶର୍ମା ଉଭୟ ନେତାଙ୍କ ଏହି ଫଟୋକୁ ନେଇ ପ୍ରଶ୍ନ ପଚାରିଛନ୍ତି।

ଯଦି ଦେଖାଯାଏ, ତେବେ ତାଙ୍କ ପ୍ରଶ୍ନ ମଧ୍ୟ ସଠିକ କାରଣ ରାହୁଲ ଗାନ୍ଧୀଙ୍କ ତୁଳନାରେ ହେମନ୍ତ ସୋରେନଙ୍କ ରାଜନୈତିକ ସ୍ଥିତି ବହୁତ ଅଧିକ। ସେ ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ର ଜଣେ ବରିଷ୍ଠ ନେତା ହୋଇଥିବାବେଳେ ରାହୁଲ ଗାନ୍ଧୀ କେବଳ କଂଗ୍ରେସଏମପି। ଝାଡ଼ଖଣ୍ଡରେ ଥିବା ଇଣ୍ଡି ମିଳିତ ମଞ୍ଚରେ ଜେଏମଏମ ସର୍ବାଧିକ ୪୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ୩୦ଟି ସିଟ ସହ କଂଗ୍ରେସ ଦ୍ୱିତୀୟ ବୃହତ୍ତମ ଦଳ ଅଟେ। ଏଥି ସହିତ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନିଜ ପ୍ରାର୍ଥୀଙ୍କୁ ୬ଟି ଆସନରେ ସ୍ଥାନିତ କରିଛି ଏବଂ ବାମ ଦଳ ତିନିଟି ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ ଯେ ହିମନ୍ତ ବିଶ୍ବ ଶର୍ମା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ, ନଭେମ୍ବର ୮ରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କୁ ‘ଲକ୍ଷ୍ୟହିନ କ୍ଷେପଣାସ୍ତ୍ର’ ସହିତ ତୁଳନା କରିଥିଲେ ଏବଂ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ତାଲିମ ଦେବାକୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର ତାଲିକାରୁ ନାଁ କଟାଯିବା ଗଣତନ୍ତ୍ରକୁ ବିପଦ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭ା୧୨:ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଅଭିଯୋଗ କରିଛନ୍ତି। ଆମ ଆଦ୍‌ମୀ...

ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ହତ୍ୟାକଲେ ଛାତ୍ର

ଛତରପୁର,୭ା୧୨:ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି...

ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ ଯବାନ

ନୂଆଦିଲ୍ଲୀ,୬ା୧୨: ଜମ୍ମୁ-କଶ୍ମୀରର ଶ୍ରୀନଗର ଅଧୀନ ଏକ ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ତଲାସି ଅଭିଯାନ ବେଳେ ଜଣେ ସେନା ଯବାନଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ...

ପାକିସ୍ତାନରେ ଭଗତ ସିଂଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ଦୃଢ଼ ପ୍ରତିବାଦ ଜଣାଇଲା ଭାରତ

ନୂଆଦିଲ୍ଲୀ,୬ା୧୨: ପାକିସ୍ତାନରେ ଶହୀଦ ଭଗତ ସିଂଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାରତ ଇସ୍‌ଲାମାବାଦ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି। ଲୋକ ସଭାରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ...

ପ୍ରିନ୍ସିପାଲ୍‌ଙ୍କୁ ଗୁଳି କରି ହତ୍ୟାକଲେ ଦ୍ୱାଦଶ ଶ୍ରେଣୀ ଛାତ୍ର

ଛତରପୁର,୬ା୧୨: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ...

ସୀମାରେ ତୁର୍କୀ ଡ୍ରୋନ୍ ମୁତୟନ କଲା ବାଂଲାଦେଶ: ହାଇ ଆଲର୍ଟରେ ଭାରତ

ନୂଆଦିଲ୍ଲୀ,୬।୧୨: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦେଶର ସେନା କ୍ଷମତାଚ୍ୟୁତ କରିବା ପରେ ଭାରତ ସହିତ ବାଂଲାଦେଶର ସମ୍ପର୍କ ଖରାପ ହୋଇଛି। ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ...

କୃଷକଙ୍କ ପାଇଁ ଖୁସିଖବର: ଜାଣନ୍ତୁ କେବେ ଜାରି ହେବ ପିଏମ କିସାନ ଯୋଜନାର ପରବର୍ତ୍ତୀ କିସ୍ତି

ନୂଆଦିଲ୍ଲୀ,୬।୧୨: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ...

ଗାଳି ଦେବାର ଗୋଟିଏ ଦିନ ପରେ ଶିବରାଜଙ୍କୁ ପ୍ରଶଂସା କଲେ ଧନଖର

ନୂଆଦିଲ୍ଲୀ,୬।୧୨: ଉପରାଷ୍ଟ୍ରପତି ଜଗଦୀପ ଧନଖର କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଥମେ ଗାଳି ଦେବା ପରେ ଏବେ ତାଙ୍କୁ ପ୍ରଶଂସା କରିଛନ୍ତି। ଧନଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri