ଯୌତୁକ ଜୁଇରେ ହେମବନ୍ତୀ

ସରଣ୍ଡା,୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଲୁରୁପାଲି ଗ୍ରାମରେ ଶନିବାର ହେମବନ୍ତୀ ମହାପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସ୍ବାମୀ ରତ୍ନାକରଙ୍କ ଯୌତୁକ ନିର୍ଯାତନା ସହି ନ ପାରି ସେ ବିଷ ପିଇ ଦେଇଥିବା ହେମବନ୍ତୀଙ୍କ ଭାଇ ଖଗେଶ୍ୱର ଅତାବିରା  ଥାନାରେ ଏତଲା ଦେଇଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି ଅତାବିରା ପୋଲିସ ୧୨୨/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପ୍ରକାଶ ଯେ, ସରଳା ଗ୍ରାମର ରାତ୍ର ମହାପାତ୍ରଙ୍କ ଝିଅ ହେମବନ୍ତୀ ଅଢ଼େଇ ବର୍ଷ ତଳେ ଲୁରୁପାଲି ନିବାସୀ ଲଳିତ ମହାପାତ୍ରଙ୍କ ପୁଅ ରତ୍ନାକରଙ୍କୁ ବିବାହ କରିଥିଲେ। ବିବାହ ସମୟରେ କନ୍ୟାପକ୍ଷ ସକ୍ଷମ ଅନୁଯାୟୀ ଝିଅଜ୍ୱାଇଁଙ୍କୁ ଉପହାର ଦେଇଥିଲେ। ମାତ୍ର ବିବାହ ପରେ ରତ୍ନାକର ଏକ ମୋଟରସାଇକେଲ ଦାବି କରି ହେମବନ୍ତୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ନିର୍ଯାତନା ଅସହ୍ୟ ହେବାରୁ ହେମବନ୍ତୀ ଶୁକ୍ରବାର ପୂର୍ବାହ୍ନରେ ବିଷ ପିଇ ଦେଇଥିଲେ, ମାତ୍ର ତାଙ୍କୁ ରାତି ୯ଟାରେ ଖବର ଦିଆଯାଇଥିଲା ବୋଲି ଖଗେଶ୍ୱର ଅଭିଯୋଗ କରିଛନ୍ତି । ଖବର ପାଇ କନ୍ୟାପକ୍ଷ ଲୋକେ ବୁର୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ। ତେବ ଶନିବାର ଭୋର୍‌ରୁ ହେମବନ୍ତୀଙ୍କ ମୃତ୍ୟୁ ହୋଇ ଯାଇଥିବା ସେ କହିଛନ୍ତି। ସେଠାରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ମୃତଦେହକୁ ଲୁରୁପାଲି ଆଣି ଦାହ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିବାର ଅଢେଇ ବର୍ଷ ବିତିଲା: ତିଆରି ହେଲାନି ପାର୍ବତୀ ସାଗର ପାଚେରି

ପୁରୀ ଅଫିସ,୧୦।୭: ଶ୍ରୀକ୍ଷେତ୍ରରେ ଅନେକ ତୀର୍ଥ ପୁଷ୍କରିଣୀ ରହିଛି। ହେଲେ ଏସବୁର ରକ୍ଷଣାବେକ୍ଷଣ ଦିଗରେ ଉପଯୁକ୍ତ ଧ୍ୟାନ ଦିଆଯାଉ ନାହିଁ। ଫଳରେ ଦିନକୁ ଦିନ ଏକାଧିକ...

ବରଗଡ଼ରୁ ପୁଣି ୫୩ ଜଣଙ୍କୁ କରୋନା: ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ

ବରଗଡ଼ ଅଫିସ,୨୫।୧୦: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଏଠାରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ରବିବାର...

ଲକ୍ଷ୍ମୀ ନୃସିଂହ ଯାତ୍ରା ଉଦଯାପିତ

ହିଞ୍ଜିଳିକାଟୁ,୧୯।୫(ଡି.ଏନ୍‌.ଏ.)- ଚଳିତବର୍ଷ ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ୨ଦିନ ଯାତ୍ରାରେ ବିଭିନ୍ନ ମେଢ଼, ପଟୁଆର ଓ ଆତସବାଜି ପ୍ରଦର୍ଶନ...

ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା...

୫-ଟି ରୂପାନ୍ତରିତ ବିଦ୍ୟାଳୟ କମ୍ପ୍ୟୁଟର ଲାବ୍‌ରେ ନିଆଁ

ଚମ୍ପୁଆ,୭ା୫(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକର ୫-ଟି ରୂପାନ୍ତରିତ କୋଦଗାଡ଼ିଆ ଉଚ୍ଚ ବିଦ୍ୟାଳୟର କମ୍ପ୍ୟୁଟର ଲାବ୍‌ରେ ଶୁକ୍ରବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ...

‘କଳା,ସଂସ୍କୃତିର ପରିଚୟ ମୟୂରଭଞ୍ଜ ମହୋତ୍ସବ’

ବାରିପଦା ଅଫିସ,୧୯ା୧୧: ବଣ ଜଙ୍ଗଲ ପରିବେଷ୍ଟିତ ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତି ପାଇଁ ବିଶ୍ୱ ଦରବାରରେ ପ୍ରସିଦ୍ଧ। ଜିଲାର କୋଣ ଅନୁକୋଣରେ ଲୁଚି ରହିଥିବା...

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା କୋମନା ଓ ଖଡ଼ିଆଳ ବ୍ଲକ ମଝିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ହୋଇଛି। ନୂଆପଡା ଜିଲାର ବୋଡ଼େନ...

୧୦ରୁ କଟକରେ ବୁଷ୍ଟର ଡୋଜ

କଟକ ଅଫିସ,୨୮।୧୨: ଜାନୁୟାରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀ,...

Advertisement
Archives

Model This Week