କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି ଆସିଥିଲା। ତେବେ ଯୁବନେତା ସତ୍ୟଜିତ ଗମାଙ୍ଗ ଗୁଣପୁର ନିର୍ବାଚନମଣ୍ଡଳୀରେ କର୍ମୀଙ୍କୁ ସକ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବାରୁ ଦଳ ଏବେ ସଳଖିଥିବା ଦେଖିବାକୁ ମିଳୁଛି। ଏଥିସହିତ ଦଳକୁ ଉକ୍ତ ଅଂଚଳରେ ସୁଦୃଢ଼ କରିବା ପାଇଁ ବରିଷ୍ଠ ନେତା ତଥା ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ବିଜୟ ଗମାଙ୍ଗଙ୍କୁ ଜିଲା କଂଗ୍ରେସ ସଭାପତି କରାଯାଇଛି।
ଗୁଣପୁର ବିଧାନସଭା ଆସନ ପାଇଁ ୫ଜଣ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆସନ୍ତା ୭ ତାରିଖରେ କଂଗ୍ରେସରେ ବିଧିବଦ୍ଧ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ଯୋଗଦେବା ନେଇ ଅଞ୍ଚଳସାରା ଚର୍ଚ୍ଚା ଚାଲିଛି। ହେମାଙ୍କ ସହିତ ସ୍ବାମୀ ଗିରିଧର ଏବଂ ପୁଅ ଶିଶିର ମଧ୍ୟ କଂଗ୍ରେସରେ ଯୋଗଦେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏନେଇ ହେମାଙ୍କୁ ପଚାରିବାରୁ ସେଭଳି ଯୋଜନା ରହିଛି ଓ ଯୋଗଦେବା ପରେ ନିଶ୍ଚୟ ଖବର ପାଇବେ ବୋଲି କହିଥିଲେ।
ହେମା କଂଗ୍ରେସରେ ଯୋଗଦେବା ପରେ ଗୁଣପୁର ନିର୍ବାଚନମଣ୍ଡଳୀରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବା ନେଇ ଆଶାୟୀ ଥିବା ମଧ୍ୟ କର୍ମୀ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ସେ କଂଗ୍ରେସ ଟିକେଟରୁ କୋରାପୁଟ ଲୋକ ସଭା ଆସନରୁ ଥରେ ଏମ୍‌ପି ଏବଂ ଗୁଣପୁର ବିଧାନସଭା ଆସନରୁ ଥରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏଆଇସିସି ସମ୍ପାଦିକା ଦାୟିତ୍ୱରେ ମଧ୍ୟ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ଭାଜପା ଏବଂ ଗତବର୍ଷ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ସାମିଲ ହୋଇଥିଲେ। ବର୍ତ୍ତମାନ ପୁଣି ରାଜନୀତି ଜୀବନର ମୂଳ ଦଳ କଂଗ୍ରେସକୁ ଫେରିବା ସଂକ୍ରାନ୍ତ ହେଉଥିବା ଚାପା ଗୁଞ୍ଜରଣ ରାଜନୈତିକ ପରିମଣ୍ଡଳକୁ ଉଷ୍ମ କରାଇଦେଉଛି।
ଅନ୍ୟପଟେ ଗୁଣପୁର ଆସନ ପାଇଁ ଜିଲା ସଭାପତି ବିଜୟଙ୍କ ସମେତ ତାଙ୍କ ପୁଅ ଅବିନାଶ ଗମାଙ୍ଗ, ଭାସ୍କର ଜାଗାରାଙ୍ଗା, ଶାନ୍ତି ଜାଗାରାଙ୍ଗା ଏବଂ ଯୁବନେତା ସତ୍ୟଜିତ ଗମାଙ୍ଗ ଆଶାୟୀ ରହିଛନ୍ତି। ପୂର୍ବରୁ ୫ ଆଶାୟୀ ରହିଥିବା ବେଳେ ଯଦି ହେମା ଦଳକୁ ଫେରନ୍ତି ତାହା ହେଲେ ଆଶାୟୀଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି। କିନ୍ତୁ ଏହି ଖବର ଗୁଣପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପାଇଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି। ଅପରପକ୍ଷେ ବହୁ ପୂର୍ବରୁ ଯୁବନେତା ସତ୍ୟଜିତ ଗୁଣପୁର ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳ ବୁଲି ଲୋକ ସମ୍ପର୍କ ବଢ଼ାଇବା ସହ ପ୍ରଚାର ପ୍ରସାର କରି ଏମ୍‌ପି ସପ୍ତଗିରି ଉଲାକା ଓ ରାଜ୍ୟ ଶୀର୍ଷ ନେତୃତ୍ୱଙ୍କ ପ୍ରଶଂସାର ପାତ୍ର ହୋଇ ନିଜର ଟିକେଟ ସୁରକ୍ଷିତ କରିବା ବେଳେ ଦଳରେ ଜିଲା କଂଗ୍ରେସ ସଭାପତି ଓ ଅନ୍ୟ ୩ଜଣ ଆଶାୟୀ ବାହାରିଥିଲେ। ବର୍ତ୍ତମାନ ପୁଣି ହେମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ଖବର ଗୁଣପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକାର ଆଲୋଚନାକୁ ଖୋରାକ ଯୋଗାଇଛି। ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବା ଦଳରେ ଗୋଷ୍ଠୀ କନ୍ଦଳ ବଢ଼ାଇବାର ଆଶଙ୍କା ରହିଥିବା ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। ଗୁଣପୁର ପୌର ନିର୍ବାଚନ ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ଆଗାମୀ ନିର୍ବାଚନରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ପାଇଁ କଣ୍ଟା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କଲେଣି। ବାସ୍ତବରେ ହେମାଙ୍କ ଘରବାହୁଡ଼ା କଥା ଶୁଣି ଦଳୀୟ ଆଶାୟୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିସହିତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କାଳେ ଶିଶିର ଗମାଙ୍ଗ ଫୋନ୍‌ କରି ଯୁବନେତା ସତ୍ୟଜିତ୍‌ଙ୍କୁ ଗୁଣୁପୁରରୁ ପ୍ରାର୍ଥୀ ନ ହୋଇ ତାଙ୍କ ମା’ ହେମାଙ୍କୁ ସମର୍ଥନ କରିବାକୁ ଚାପ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri