କଂଗ୍ରେସରେ ଯୋଗଦେଇପାରନ୍ତି ହେମା

ରାୟଗଡ଼ା,୫।୧(ଆଶିଷ ରଞ୍ଜନ ପଣ୍ଡା):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳବଦଳ କଥା ସେତେ ଉଠୁଛି। ଏବେ ଗୁଣପୁର କଂଗ୍ରେସରେ ଆରମ୍ଭ ହୋଇଗଲାଣି ଟଣାଓଟରା। ଜିଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରଠାରୁ ଦଳର ପ୍ରଭାବ କମି ଆସିଥିଲା। ତେବେ ଯୁବନେତା ସତ୍ୟଜିତ ଗମାଙ୍ଗ ଗୁଣପୁର ନିର୍ବାଚନମଣ୍ଡଳୀରେ କର୍ମୀଙ୍କୁ ସକ୍ରିୟ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିବାରୁ ଦଳ ଏବେ ସଳଖିଥିବା ଦେଖିବାକୁ ମିଳୁଛି। ଏଥିସହିତ ଦଳକୁ ଉକ୍ତ ଅଂଚଳରେ ସୁଦୃଢ଼ କରିବା ପାଇଁ ବରିଷ୍ଠ ନେତା ତଥା ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ବିଜୟ ଗମାଙ୍ଗଙ୍କୁ ଜିଲା କଂଗ୍ରେସ ସଭାପତି କରାଯାଇଛି।
ଗୁଣପୁର ବିଧାନସଭା ଆସନ ପାଇଁ ୫ଜଣ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ ଆସନ୍ତା ୭ ତାରିଖରେ କଂଗ୍ରେସରେ ବିଧିବଦ୍ଧ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ଯୋଗଦେବା ନେଇ ଅଞ୍ଚଳସାରା ଚର୍ଚ୍ଚା ଚାଲିଛି। ହେମାଙ୍କ ସହିତ ସ୍ବାମୀ ଗିରିଧର ଏବଂ ପୁଅ ଶିଶିର ମଧ୍ୟ କଂଗ୍ରେସରେ ଯୋଗଦେବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏନେଇ ହେମାଙ୍କୁ ପଚାରିବାରୁ ସେଭଳି ଯୋଜନା ରହିଛି ଓ ଯୋଗଦେବା ପରେ ନିଶ୍ଚୟ ଖବର ପାଇବେ ବୋଲି କହିଥିଲେ।
ହେମା କଂଗ୍ରେସରେ ଯୋଗଦେବା ପରେ ଗୁଣପୁର ନିର୍ବାଚନମଣ୍ଡଳୀରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବା ନେଇ ଆଶାୟୀ ଥିବା ମଧ୍ୟ କର୍ମୀ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ସେ କଂଗ୍ରେସ ଟିକେଟରୁ କୋରାପୁଟ ଲୋକ ସଭା ଆସନରୁ ଥରେ ଏମ୍‌ପି ଏବଂ ଗୁଣପୁର ବିଧାନସଭା ଆସନରୁ ଥରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏଆଇସିସି ସମ୍ପାଦିକା ଦାୟିତ୍ୱରେ ମଧ୍ୟ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ଭାଜପା ଏବଂ ଗତବର୍ଷ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ସାମିଲ ହୋଇଥିଲେ। ବର୍ତ୍ତମାନ ପୁଣି ରାଜନୀତି ଜୀବନର ମୂଳ ଦଳ କଂଗ୍ରେସକୁ ଫେରିବା ସଂକ୍ରାନ୍ତ ହେଉଥିବା ଚାପା ଗୁଞ୍ଜରଣ ରାଜନୈତିକ ପରିମଣ୍ଡଳକୁ ଉଷ୍ମ କରାଇଦେଉଛି।
ଅନ୍ୟପଟେ ଗୁଣପୁର ଆସନ ପାଇଁ ଜିଲା ସଭାପତି ବିଜୟଙ୍କ ସମେତ ତାଙ୍କ ପୁଅ ଅବିନାଶ ଗମାଙ୍ଗ, ଭାସ୍କର ଜାଗାରାଙ୍ଗା, ଶାନ୍ତି ଜାଗାରାଙ୍ଗା ଏବଂ ଯୁବନେତା ସତ୍ୟଜିତ ଗମାଙ୍ଗ ଆଶାୟୀ ରହିଛନ୍ତି। ପୂର୍ବରୁ ୫ ଆଶାୟୀ ରହିଥିବା ବେଳେ ଯଦି ହେମା ଦଳକୁ ଫେରନ୍ତି ତାହା ହେଲେ ଆଶାୟୀଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି। କିନ୍ତୁ ଏହି ଖବର ଗୁଣପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପାଇଁ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି। ଅପରପକ୍ଷେ ବହୁ ପୂର୍ବରୁ ଯୁବନେତା ସତ୍ୟଜିତ ଗୁଣପୁର ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳ ବୁଲି ଲୋକ ସମ୍ପର୍କ ବଢ଼ାଇବା ସହ ପ୍ରଚାର ପ୍ରସାର କରି ଏମ୍‌ପି ସପ୍ତଗିରି ଉଲାକା ଓ ରାଜ୍ୟ ଶୀର୍ଷ ନେତୃତ୍ୱଙ୍କ ପ୍ରଶଂସାର ପାତ୍ର ହୋଇ ନିଜର ଟିକେଟ ସୁରକ୍ଷିତ କରିବା ବେଳେ ଦଳରେ ଜିଲା କଂଗ୍ରେସ ସଭାପତି ଓ ଅନ୍ୟ ୩ଜଣ ଆଶାୟୀ ବାହାରିଥିଲେ। ବର୍ତ୍ତମାନ ପୁଣି ହେମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ ଖବର ଗୁଣପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ପ୍ରକାର ଆଲୋଚନାକୁ ଖୋରାକ ଯୋଗାଇଛି। ଗମାଙ୍ଗ ପରିବାର କଂଗ୍ରେସକୁ ଫେରିବା ଦଳରେ ଗୋଷ୍ଠୀ କନ୍ଦଳ ବଢ଼ାଇବାର ଆଶଙ୍କା ରହିଥିବା ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମତ ପ୍ରକାଶ କରିଛନ୍ତି। ଗୁଣପୁର ପୌର ନିର୍ବାଚନ ଓ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀଙ୍କ ବିଜୟ ଆଗାମୀ ନିର୍ବାଚନରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ପାଇଁ କଣ୍ଟା ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କଲେଣି। ବାସ୍ତବରେ ହେମାଙ୍କ ଘରବାହୁଡ଼ା କଥା ଶୁଣି ଦଳୀୟ ଆଶାୟୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିସହିତ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କାଳେ ଶିଶିର ଗମାଙ୍ଗ ଫୋନ୍‌ କରି ଯୁବନେତା ସତ୍ୟଜିତ୍‌ଙ୍କୁ ଗୁଣୁପୁରରୁ ପ୍ରାର୍ଥୀ ନ ହୋଇ ତାଙ୍କ ମା’ ହେମାଙ୍କୁ ସମର୍ଥନ କରିବାକୁ ଚାପ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri