ଯନ୍ତ୍ରଣା ବଖାଣିଲେ ହେମାମାଳିନୀ

ଶେଷରେ ୪ କୋଟି ଜନସଂଖ୍ୟା ବିଶିଷ୍ଟ ଆଫଗାନିସ୍ତାନ ତାଲିବାନ ଅଧୀନରେ ଆସିଛି। ଏଭଳି ସମୟରେ ବଲିଉଡ ସେଲିବ୍ରିଟି ସେଠାକାର ଦୁର୍ଦ୍ଦଶା ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନରେ ଅନେକ ବଲିଉଡ ଚଳଚ୍ଚିତ୍ରର ଶୁଟିଂ କରାଯାଇଛି, କିନ୍ତୁ ହିନ୍ଦୀ ସିନେମା ଇତିହାସରେ ଫିରୋଜ ଖାନ ପ୍ରଥମ ଅଭିନେତା-ନିର୍ମାତା ଯିଏକି ବଲିଉଡକୁ କାବୁଲ ପର୍ଯ୍ୟନ୍ତ ନେଇଥିଲେ। ଫିରୋଜ ଖାନ ତାଙ୍କ ଚଳଚ୍ଚିତ୍ର ‘ଧର୍ମତ୍ମା’ରେ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟକୁ ଚର୍ଚ୍ଚା ହୋଇଥିଲା। ୧୯୭୪ରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ହେମାଙ୍କ ଉପରେ ଶୁଟିଂ ହୋଇଥିବା ‘କ୍ୟା ଖୁବ ଲଗତି ହୋ’ ଗୀତ ଆଜି ମଧ୍ୟ ଲୋକପ୍ରିୟ ଅଟେ। ହେମା ଏହି ସମୟରେ ଆଫଗାନିସ୍ତାନର ଅବସ୍ଥା ଦେଖି ଚିନ୍ତିତ ହୋଇପଡିଛନ୍ତି, ସେ ଟୁଇଟ୍‌ କରି ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି। ସେ କୁହନ୍ତି- ‘ସେଠାରେ କ’ଣ ଘଟୁଛି ଦେଖିବା ଅତ୍ୟନ୍ତ ଦୁଃଖଦାୟକ ଏବଂ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଦେଖିବା ଅତ୍ୟନ୍ତ କଷ୍ଟଦାୟକ। ଜନତା ପାଗଳ ପରି ବିମାନବନ୍ଦରରେ ପହଞ୍ଚୁଛନ୍ତି, ଯାହା ଭୟାନକ ଅଟେ।
କାବୁଲରେ ଶୁଟିଂ ହୋଇଥିବା ‘ଧର୍ମତ୍ମା’ ପ୍ରଥମ ଥ୍ରୀଲର ଚଳଚ୍ଚିତ୍ର ଥିଲା। ଫିଲ୍ମରେ ଫିରୋଜ ଖାନ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଥିଲେ। ହେମାମାଳିନୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଫଇଲ୍ମର ଶୁଟିଂ ଦେଖିବା ପାଇଁ ଆଫଗାନିସ୍ତାନର ବହୁ ଲୋକ କାବୁଲର ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ବାହାରେ ଏକାଠି ହୋଇଥିଲେ। ପୁରୁଣା ଦିନଗୁଡ଼ିକୁ ମନେ ପକାଇ ହେମାମାଳିନୀ କୁହନ୍ତି ଯେ ‘ମୁଁ ଜାଣିଥିବା କାବୁଲ ବହୁତ ସୁନ୍ଦର ଥିଲା ଏବଂ ମୋର ଅଭିଜ୍ଞତା ମଧ୍ୟ ବହୁତ ଭଲ ଥିଲା। ଯେତେବେଳେ ଆମେ କାବୁଲ ବିମାନବନ୍ଦରରେ ଅବତରଣ କଲୁ ଯାହା ସେହି ସମୟରେ ମୁମ୍ବାଇ ବିମାନବନ୍ଦର ସହିତ ସମାନ ଥିଲା। ଆମେ ନିକଟସ୍ଥ ଏକ ହୋଟେଲରେ ରହିଲୁ । ପୁରୁଣା ଦିନଗୁଡ଼ିକୁ ମନେ ପକାଇ ହେମା ମାଳିନୀ କହିଛନ୍ତି ଯେ ଆଫଗାନିସ୍ତାନ ଯାତ୍ରା କରିବାରେ ଭୟ ନ ଥିଲା। ସେତେବେଳେ କୌଣସି ଅସୁବିଧା ନଥିଲା, ସେଠାରେ ବହୁତ ଶାନ୍ତି ଥିଲା। ତାଲିବାନ କଣ କରିବାକୁ ଯାଉଛି ମୁଁ ଜାଣେ ନାହିଁ। ସେହି ଦେଶର ଲୋକଙ୍କ ସହିତ କ’ଣ ହେବ? ଅନ୍ୟ ଦେଶ ତୁରନ୍ତ ସାହାଯ୍ୟ ପାଇଁ ଆଗକୁ ଆସିବା ଉଚିତ ବୋଲି ହେବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?