ଏହି ଫିଲ୍ମର ଶୁଟିଂ ସମୟରେ ଗର୍ଭବତୀ ହୋଇଥିଲେ ହେମା, ବେବି ବମ୍ପ୍‌ ଲୁଚାଇବାକୁ କରିବାକୁ ପଡ଼ିଥିଲା ଏମିତି…

ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଏବଂ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ସତେ ପେ ସତ୍ତା’ କୁ ରିଲିଜ୍‌ ହେବା ଇତିମଧ୍ୟରେ ୩୯ ବର୍ଷ ହୋଇଯାଇଛି। ଏହି ଫିଲ୍ମ ଜାନୁଆରୀ ୨୨, ୧୯୮୨ରେ ରିଲିଜ୍‌ ହୋଇଥିଲା। ରାଜ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୁନ୍ଦର ଗୀତ, ସୁନ୍ଦର ଦୃଶ୍ୟ ଏବଂ କମେଡି ପାଇଁ ସବୁବେଳେ ମନେ ରହିବ। ଫିଲ୍ମ ସହ ଜଡିତ ଅନେକ କଥା ରହିଛି ଯାହା ଖୁବ୍‌ କମ୍‌ ଲୋକ ଜାଣିଥିବେ।
ପ୍ରଥମେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ରେଖାଙ୍କୁ ଫାଇନାଲ କରାଯାଇଥିଲା। ମାତ୍ର ପରେ ହେମାଙ୍କୁ ସାଇନ୍‌ କରାଗଲା। ମାତ୍ର ହେମାଙ୍କୁ ଏହି ଫିଲର ଶୁଟିଂ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। କାରଣ ଶୁଟିଂ ସମୟ ମଧ୍ୟରେ ହେମା ଗର୍ଭବତୀ ହୋଇଯାଇଥିଲେ। ତେଣୁ ତାଙ୍କୁ ଦେଖିଚାହିଁ କାମ କରିବାକୁ ପଡ଼ୁଥିଲା। ଫିଲ୍ମର ଏକ ଗୀତ ‘ପରିୟୋ କେ ମେଲା ହୈ’ରେ ହେମାଙ୍କ ବେବି ବମ୍ପ୍‌ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଏହାକୁ ଲୁଚାଇବାକୁ ଫିଲ୍ମ ମେକର୍ସ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। ବେବି ବମ୍ପ୍‌ ନ ଦେଖାଯିବା ପାଇଁ ଅଧିକାଂଶ ଫଟୋ କ୍ଲୋଜ୍‌ଅପ୍‌ ଦେବାକୁ ହେମା ଫିଲ୍ମ ମେକର୍ସଙ୍କୁ କହିଥିଲେ।
ଫିଲ୍ମର ଶୁଟିଂ ଶେଷ ହେବା ପରେ ଏବଂ ରିଲିଜ୍‌ ହେବାର ୨ ମାସ ପୂର୍ବରୁ ହେମା ମା’ ହୋଇସାରିଥିଲେ। ୨ ନଭେମ୍ବର ୧୯୮୧ରେ ହେମା ବଡ଼ ଝିଅ ଈଶା ଦେଓଲଙ୍କୁ ଜନ୍ମ ଦେଇଥିଲେ। ଏହାର ୨ ମାସ ପରେ ଅର୍ଥାତ୍‌ ୨୨ ଜାନୁଆରୀ, ୧୯୮୨ରେ ଫିଲ୍ମ ରିଲିଜ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବିଗ୍‌ବସ୍‌’ରେ ଯୋଗ ଶିଖାଇବେ ଶିଳ୍ପା

ବମ୍ବେ: ବିଗ୍‌ବସ୍‌ ଘରେ ଶିଳ୍ପା ସେଟ୍ଟୀ। ପ୍ରତିଯୋଗୀମାନଙ୍କୁ ଯୋଗ ଶିଖାଇବା ସହ ତାଙ୍କ ସ୍ମୃତିକୁ ତାଜା କରିବେ। ଏଭଳି କିଛି ଦୃଶ୍ୟ ବିଗ୍‌ବସ୍‌ର ଆଗାମୀ ଏପିସୋଡ୍‌ରେ...

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ...

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି।...

ବିବାହ ବାର୍ଷିକୀ ପୂର୍ବରୁ ପିତା ହେଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଏବେ ପିତା ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଛତରାଥ ମଙ୍ଗଳବାର ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ନିଜେ...

ତାନାଜିର ଟ୍ରେଲର ରିଲିଜ୍‌

ମୁମ୍ବାଇ: ମଲ୍ଟି ଷ୍ଟାର ଓ ଡ୍ରାମାରେ ଭରପୂର ଥିବା ଫିଲ୍ମ ‘ତାନାଜି: ଦ ଅନସଙ୍ଗ ଓ୍ବାରିୟର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରଟି ୩ ମିନିଟ୍‌ ୨୧...

ସଞ୍ଜୟଙ୍କ ଫଟୋ ଦେଖି ଦୁଃଖିତ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଅଛନ୍ତି । ଏବେ ସେ ଫୋର୍ଥ ଷ୍ଟେଜରେ ଥିବା ବେଳେ ମୁମ୍ବାଇରେ ତାଙ୍କର...

ପତଳି ହେଇଗଲେଣି ଭାରତୀ; କପିଲଙ୍କ ଶୋ’ରେ ଓଜନ କମାଇ ଚମକାଇଲେ…

ବମ୍ବେ: ଲୋକପ୍ରିୟ କମେଡିଆନ୍‌ଙ୍କ ମଧ୍ୟରୁ ଭାରତୀ ସିଂହ ଜଣେ। ସେ ଏବେ ବେଶ ଖୁସି ଅଛନ୍ତି। ସେ ବି ନିଜର ଓଜନ କମାଇବାକୁ ନେଇ। ନିଜର...

ହାତ ଯୋଡି ଅନୁରୋଧ କଲେ ସୋନୁ: ଅତିକମରେ ଜଣେ ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରନ୍ତୁ

ମୁମ୍ବାଇ,୯।୮: କରୋନା ମହାମାରୀ ସମୟରେ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ବେଳେ ବହୁ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ...

Advertisement
Archives

Model This Week