କରଓ୍ବା ଚୌଥ୍‌ରେ ସ୍ବାମୀଙ୍କୁ ଉପହାର ଦେଲେ ହେଲମେଟ୍‌, ପଢ଼ାଇଲେ ଟ୍ରାଫିକ୍‌ ନିୟମ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଆଲିଗଡ଼,୪।୧୧: କରଓ୍ବା ଚୌଥ୍‌ରେ ବିବାହିତା ମହିଳାମାନେ ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି। ଉତ୍ତରପ୍ରଦେଶ ଆଲିଗଡ଼ରେ ଏହି ବ୍ରତ ପାଳନ ସମୟରେ ସ୍ଥାନୀୟ ସରାୟ ମାନସିଂ ଅଞ୍ଚଳରେ ପ୍ରେରଣା ମାହେଶ୍ୱରୀ ନାମକ ମହିଳା ତାଙ୍କ ସ୍ବାମୀ ପ୍ରବୀଣ ମାହେଶ୍ୱରୀଙ୍କୁ ସୁରକ୍ଷା ପାଇଁ ଉପହାରରେ ହେଲମେଟ୍‌ ଦେବା ସହିତ ଏହାକୁ ପିନ୍ଧାଇ ଦେଇଛନ୍ତି। ଏହା ସହିତ ରାସ୍ତାରେ ଗଲାବେଳେ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସରାୟଙ୍କ ଭଳି କରଓ୍ବା ଚୌଥ୍‌ ବ୍ରତ କରିଥିବା ସହରର ଅନ୍ୟ କେତେକ ମହିଳା ମଧ୍ୟ ଏଭଳି କରିଛନ୍ତି। ସରାୟ ମାନସିଂ ଅଞ୍ଚଳର ଶାଳିନୀ ଶର୍ମା ତାଙ୍କ ସ୍ବାମୀ ଶିବଦତ୍ତ ଶର୍ମାଙ୍କୁ ରାସ୍ତାରେ ଗାଡ଼ି ଚଳାଇବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସରାୟ ଖିରନିରେ ଶ୍ୱେତା ଭୁତଡ଼ା ତାଙ୍କ ସ୍ବାମୀ ଗର୍ବିତ ଭୁତଡ଼ାଙ୍କୁ ମଧ୍ୟ ଏଭଳି ସୁରକ୍ଷା ସମ୍ପର୍କରେ ସଚେତନ କରାଇଛନ୍ତି। କୁଳଦୀପ୍‌ ବିହାରର ନୂତନ ଶର୍ମା ତାଙ୍କ ସ୍ବାମୀ ଅମିତ ଶର୍ମାଙ୍କୁ ପରିବାରର ସୁରକ୍ଷା ପାଇଁ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଶପଥ ପାଠ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

ତୀରନ୍ଦାଜ ପ୍ରତିଯୋଗିତା: କଳାହାଣ୍ଡର ୩ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀମାନେ ସିବିଏସଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତାରେ ୩ଟି ସ୍ବର୍ଣ୍ଣ…

ରାସ୍ତାରେ ଶହ ଶହ ଖାଲ ଢିପ ଯୋଗୁ ଯାତାୟାତରେ ସମସ୍ୟା, ଚେତାବନୀ ଦେଲେ ସହରବାସୀ, ମରାମତି ନ ହେଲେ ଆଗାମୀ ଦିନରେ…

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗୀର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

ନୂଆ ସ୍ବପ୍ନ, ନୂଆ ଲକ୍ଷ୍ୟ: ମହାବିଦ୍ୟାଳୟରେ ପାଦ ଥାପିଥିବା ନବାଗତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ, ଉପସ୍ଥାନ କମ୍‌ ରହିଲେ…

ଭଞ୍ଜନଗର, ୨୭।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସୋମବାର ଯୁକ୍ତ ୩…

E20 ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିତିନ ଗଡକରୀ

ନୂଆଦିଲ୍ଲୀ, ୨୭।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri