ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ

ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ, ଅଧାପନ୍ତରିଆ ରାସ୍ତା ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣାର କାରଣ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରି ବେଆଇନ ପାର୍କିଂ ରୋକିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବେଆଇନ ପାର୍କିଂ କମିବା ବଦଳରେ ବଢୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଥିବା ୨୦ ନଂ. ଜାତୀୟ ରାଜପଥର ଢେଙ୍କିକୋଟଠାରୁ କେନ୍ଦୁଝର ବାଇପାସ, ପଳାଶପଙ୍ଗା, ରିମୁଳି ବାଇପାସ, ନାରଦପୁର, ବିଲେଇପଦା, ଭଦ୍ରାସାହି, ରୁଗୁଡ଼ି ପ୍ରଭୃତି ସ୍ଥାନରେ ଟ୍ରକ୍‌ଗୁଡ଼ିକ ରାସ୍ତାର ଅଧା ଅବରୋଧ କରି ପାର୍କିଂ କରୁଛନ୍ତି। ବେଆଇନ ପାର୍କିଂ ଯୋଗୁ ଗତ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଘଟଗାଁ ମା’ ତାରିଣୀ ପୀଠକୁ ଆସୁଥିବା ଏକ ଟ୍ରାଭେଲର ବେଆଇନ ପାର୍କିଂ ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୮ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ପରେ କେନ୍ଦୁଝର ଏସ୍‌ପି ରାସ୍ତା କଡ଼ରେ ଭାରିଯାନ ପାର୍କିଂ ଉପରେ କଟକଣା ଜାରି କରିଥିଲେ। ଏଥିପାଇଁ ସେ ସମୟରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଥିଲା। ଘଟଣାର ମାସେ ନ ପୂରୁଣୁ ପୁନଃ ରାଜପଥରେ ପାର୍କିଂ ଆରମ୍ଭ ହୋଇଯାଇଛି। ବିଲେଇପଦା କାରଣ ସାହି ଟୋଲ୍‌ଗେଟ୍‌ ପାଖରେ ବଡ଼ ଗାଡ଼ିଗୁଡ଼ିକ ଏକ ପ୍ରକାର ରାସ୍ତା ଅବରୋଧ କରି ରଖୁଛନ୍ତି। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଖଣି ଅଞ୍ଚଳରେ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥରେ ନିୟୋଜିତ କିଛି ଘରୋଇ ସୁରକ୍ଷାକର୍ମୀ ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରି ନୋ ଏଣ୍ଟ୍ରି ସମୟରେ ଟ୍ରକ୍‌ଗୁଡ଼ିକୁ ଛାଡ଼ି ଦେଉଛନ୍ତି। ଏଥିସହ ରିମୁଳିଠାରୁ ରୁଗୁଡ଼ି ପର୍ଯ୍ୟନ୍ତ ୫୨୦ ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ରିମୁଳିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ରାସ୍ତାରେ ଅଧାପନ୍ତରିଆ ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣା ବଢ଼ାଉଛି। ବଡ଼ବିଲ ଆର୍‌ଟିଓ ଦୁର୍ଗାପ୍ରସାଦ ରାଓ କହିଛନ୍ତି, ରୁଗୁଡ଼ି, ଭଦ୍ରାସାହି, ରଣାଶାଳ, କଳାପାହାଡ଼ ଛକ, ଲହଣ୍ଡା, ବିଲେଇପଦା, କାରଣ ସାହି ପ୍ରଭୃତି ସ୍ଥାନରେ ବେଆଇନ ପାର୍କିଂ କରୁଥିବା ଟ୍ରକ୍‌ଗୁଡ଼ିକରୁ ଜରିମାନା ଆଦାୟ ହେଉଛି। ଏ ପର୍ଯ୍ୟନ୍ତ ପ୍ରାୟ ୩୦୦ ଟ୍ରକ୍‌ରୁ ୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି। କର୍ମଚାରୀ ଅଭାବ ଥିବାରୁ ଡେପୁଟି ଡାଇରେକ୍ଟର ମାଇନ୍ସଙ୍କ ସହିତ ଆଲୋଚନା କରିଛନ୍ତି। ଏହାର ନିଷ୍କର୍ଷ ବାହାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା: ଦୋଷୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭୁବନେଶ୍ୱର,୨୭ା୪(ସତ୍ୟଜିତ୍‌ ରାଉତ): ସ୍ତ୍ରୀ ଏବଂ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଶନିବାର ଆଜୀବନ ଜେଲ୍‌ଦଣ୍ଡ ରାୟ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଦୌରା ଜଜ୍‌।...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri