ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ

ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ, ଅଧାପନ୍ତରିଆ ରାସ୍ତା ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣାର କାରଣ ପାଲଟିଛି। ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରି ବେଆଇନ ପାର୍କିଂ ରୋକିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବେଆଇନ ପାର୍କିଂ କମିବା ବଦଳରେ ବଢୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି।
ସୂଚନା ଅନୁଯାୟୀ, ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଥିବା ୨୦ ନଂ. ଜାତୀୟ ରାଜପଥର ଢେଙ୍କିକୋଟଠାରୁ କେନ୍ଦୁଝର ବାଇପାସ, ପଳାଶପଙ୍ଗା, ରିମୁଳି ବାଇପାସ, ନାରଦପୁର, ବିଲେଇପଦା, ଭଦ୍ରାସାହି, ରୁଗୁଡ଼ି ପ୍ରଭୃତି ସ୍ଥାନରେ ଟ୍ରକ୍‌ଗୁଡ଼ିକ ରାସ୍ତାର ଅଧା ଅବରୋଧ କରି ପାର୍କିଂ କରୁଛନ୍ତି। ବେଆଇନ ପାର୍କିଂ ଯୋଗୁ ଗତ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଘଟଗାଁ ମା’ ତାରିଣୀ ପୀଠକୁ ଆସୁଥିବା ଏକ ଟ୍ରାଭେଲର ବେଆଇନ ପାର୍କିଂ ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୮ ପର୍ଯ୍ୟଟକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ପରେ କେନ୍ଦୁଝର ଏସ୍‌ପି ରାସ୍ତା କଡ଼ରେ ଭାରିଯାନ ପାର୍କିଂ ଉପରେ କଟକଣା ଜାରି କରିଥିଲେ। ଏଥିପାଇଁ ସେ ସମୟରେ ପୋଲିସ ପାଟ୍ରୋଲିଂ ଜୋରଦାର କରିଥିଲା। ଘଟଣାର ମାସେ ନ ପୂରୁଣୁ ପୁନଃ ରାଜପଥରେ ପାର୍କିଂ ଆରମ୍ଭ ହୋଇଯାଇଛି। ବିଲେଇପଦା କାରଣ ସାହି ଟୋଲ୍‌ଗେଟ୍‌ ପାଖରେ ବଡ଼ ଗାଡ଼ିଗୁଡ଼ିକ ଏକ ପ୍ରକାର ରାସ୍ତା ଅବରୋଧ କରି ରଖୁଛନ୍ତି। କେନ୍ଦୁଝର ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଖଣି ଅଞ୍ଚଳରେ ଯାଇଥିବା ୫୨୦ ନଂ. ଜାତୀୟ ରାଜପଥରେ ନିୟୋଜିତ କିଛି ଘରୋଇ ସୁରକ୍ଷାକର୍ମୀ ମଧ୍ୟ ଅସାଧୁ ଉପାୟ ଅବଲମ୍ବନ କରି ନୋ ଏଣ୍ଟ୍ରି ସମୟରେ ଟ୍ରକ୍‌ଗୁଡ଼ିକୁ ଛାଡ଼ି ଦେଉଛନ୍ତି। ଏଥିସହ ରିମୁଳିଠାରୁ ରୁଗୁଡ଼ି ପର୍ଯ୍ୟନ୍ତ ୫୨୦ ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ରିମୁଳିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ରାସ୍ତାରେ ଅଧାପନ୍ତରିଆ ନିର୍ମାଣ, ନିମ୍ନମାନର ମରାମତି କାର୍ଯ୍ୟ ଦୁର୍ଘଟଣା ବଢ଼ାଉଛି। ବଡ଼ବିଲ ଆର୍‌ଟିଓ ଦୁର୍ଗାପ୍ରସାଦ ରାଓ କହିଛନ୍ତି, ରୁଗୁଡ଼ି, ଭଦ୍ରାସାହି, ରଣାଶାଳ, କଳାପାହାଡ଼ ଛକ, ଲହଣ୍ଡା, ବିଲେଇପଦା, କାରଣ ସାହି ପ୍ରଭୃତି ସ୍ଥାନରେ ବେଆଇନ ପାର୍କିଂ କରୁଥିବା ଟ୍ରକ୍‌ଗୁଡ଼ିକରୁ ଜରିମାନା ଆଦାୟ ହେଉଛି। ଏ ପର୍ଯ୍ୟନ୍ତ ପ୍ରାୟ ୩୦୦ ଟ୍ରକ୍‌ରୁ ୬ ଲକ୍ଷ ଟଙ୍କା ଆଦାୟ କରାଯାଇଛି। କର୍ମଚାରୀ ଅଭାବ ଥିବାରୁ ଡେପୁଟି ଡାଇରେକ୍ଟର ମାଇନ୍ସଙ୍କ ସହିତ ଆଲୋଚନା କରିଛନ୍ତି। ଏହାର ନିଷ୍କର୍ଷ ବାହାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତିହାଡ଼ିପାଲି ଶିବ ମନ୍ଦିର ନିକଟ ପୋଲ ଉପରେ ଚାଲିଛି ପାଣି: ଯାତାୟାତ ବାଧାପ୍ରାପ୍ତ

ଜମନକିରା, ୮।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଚଳିତ ବର୍ଷ ଅତ୍ୟଧିକ ବର୍ଷା ଯୋଗୁଁ କୁଚିଣ୍ଡା-ଲାଡ-ଫାଶିମାଲ ଭାୟା ଧୁଡ଼ିପାଲି ପିଡବ୍ଲ୍ୟୁଡି ରାସ୍ତାରେ ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଛି। ତିହାଡ଼ିପାଲି…

କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡନରୁ ସୁରକ୍ଷା, ପ୍ରତିକାର ଆଇନ

ଦିଗପହଣ୍ଡି, ୮|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଶକ୍ତିଶ୍ରୀ…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ସୀମାଟପିଲାଣି ଦୁର୍ନୀତି: ଭିମାଗୁଡ଼ି-କର୍ଲାମୁଣ୍ଡା କଂକ୍ରିଟ ରାସ୍ତା ନିମ୍ନମାନର ନିର୍ମାଣ

ରିଷିଡା, ୮।୮ (ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକରେ ଦୁର୍ନୀତି ଦିନକୁ ଦିନ ସୀମା ଟପୁଥିବା ଅଭିଯୋଗ ହୋଇଛି। ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନତା ତଥା ଅପାରଗତା ଯୋଗୁ ଠିକାଦାରଙ୍କ…

ଭୂତଳ କେବୁଲ ଯୋଗେ ଜିଲାପାଳ -ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ

ଛତ୍ରପୁର, ୮।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବହୁଦିନର ଅପେକ୍ଷା ପରେ ଶନିବାର ଆଧୁନିକ ଯାନ୍ତ୍ରିକ ଜ୍ଞାନକୌଶଳରେ ଟିପିଏସ୍‌ଓଡିଏଲ୍‌ ପକ୍ଷରୁ ୧୧ କେଭି ବିଶିଷ୍ଟ ଭୂତଳ କେବୁଲ ଯୋଗେ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

ଶୌଚ ପାଇଁ ଯାଇଥିଲେ ମାଡ଼ିବସି ଦେହରେ ଢ଼ାଳିଦେଲେ ପେଟ୍ରୋଲ, ପରେ ହୁହୁ ହୋଇ ଜଳିଲେ

ଲହୁଣୀପଡ଼ା, ୮।୮ (ଦାଶରଥି ପଣ୍ଡା/ ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri