ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ/ସୋରଡ଼ା,୫ା୪(ବିଷ୍ଣୁକେଶରୀ ଆଚାର୍ଯ୍ୟ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲାରେ ଶୁକ୍ରବାର ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅସହ୍ୟ ହୋଇଥିଲା। ଫଳରେ ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ ଶୂନଶାନ ହୋଇ ପଡିଥିବା ଦେଖାଯାଇଥିଲା। ଧରାକୋଟ ଅଞ୍ଚଳରେ ବ୍ଲକ, ତହସିଲ, ବ୍ୟାଙ୍କ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଜଲଦି ଘରକୁ ଫେରିବା ପାଇଁ ଉଦ୍ୟମ କରିବା ବେଳେ ଘରୋଇ ବସଗୁଡ଼ିକ ଧରାକୋଟ ଭିତରକୁ ଆସୁ ନ ଥିବା ଯୋଗୁ ଲକ୍ଷ୍ମୀ ବସ ଲୋକଙ୍କ ଭରସା ପାଲଟିଥିଲା।

ତାପମାତ୍ରା ହଠାତ ବୃଦ୍ଧି ଘଟିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପଞ୍ଚାୟତ ପକ୍ଷରୁ ଜଳଛତ୍ର ଖୋଲାଯାଇ ନାହିଁ। ଲୋକେ ପାଇବା ପାଣି ପାଇଁ ଡହଳବିକଳ ହେଉଥିବା ଦେଖାଯାଇଥିଲା। ପ୍ରଶାସନ ତରଫରୁ ଅଂଶୁଘାତ ମୁକାବିଲା ପାଇଁ ଜଳଛତ୍ର ଖୋଲିବା ସହ ଜନ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।

ସେହିପରି ସୋରଡା ଅଞ୍ଚଳରେ ମଧ୍ୟ ଖରା ଯୋଗୁ ରାସ୍ତାରେ ଚାଲିବା ମୁସ୍କିଲ ହୋଇପଡିଥିଲା। ଏନଏସି ତରଫରୁ ଲଗାଯାଇଥିବା ରାସ୍ତା ପାର୍ଶ୍ୱବୃକ୍ଷ ଏବେ ପଥଚାରୀ, ବ୍ୟବସାୟୀମାନଙ୍କୁ ସହାୟ ହୋଇଛି। ଏନଏସି ପକ୍ଷରୁ ସବୁଠି ପାନୀୟ ଜଳର ସୁବନ୍ଦୋବସ୍ତ ହୋଇଥିବା ବେଳେ ବିଭିନ୍ନ ଛକଗୁଡିକରେ ସ୍ଥାୟୀ ଜଳଛତ୍ର ରହିଛି । ଅନ୍ୟପଟେ ପିସିଏମ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ବିଭାଗ ତରଫରୁ ବଡକାଳି ମନ୍ଦିର ରାସ୍ତାରେ ଦୀର୍ଘ ୧୫ ଦିନ ହେଲା ଛାତ୍ରୀମାନେ ଅଧ୍ୟାପିକା ଏଲିଜା ପଟ୍ଟନାୟକଙ୍କ ପରିଚାଳନାରେ ସମସ୍ତଙ୍କୁ ସକାଳୁ ଅପରାହ୍ନ ଯାଏଁ ଚଲା ସର୍ବତ ବଣ୍ଟନ କରୁଛନ୍ତି। ଅଞ୍ଚଳରେ ବୁଲାଗୋରୁ, କୁକୁରଙ୍କ ପାଇଁ ଖୋଲା ସ୍ଥାନରେ ଜଳକୁଣ୍ଡ କରିବା ଆବଶ୍ୟକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଉପରେ ପଡିଲା ରାସ୍ତାକଡରେ ଥିବା ବିଶାଳକାୟ ଗଛ, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଲୋକଙ୍କ ମଧ୍ୟରେ ଅସନ୍ତୋଷ

ପଟ୍ଟାଙ୍ଗି, ୮।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସ୍ଥିତ ଜାତୀୟ ରାଜପଥ କଡରେ ଥିବା ଏକ ଗଛ ପଡି ଦୋକାନ ଗୃହ…

ଗାଁର ଅଧିଷ୍ଠାତ୍ରୀ ଦେବୀ ଦ୍ୱାରସେନୀ ମନ୍ଦିରରୁ ଚୋରି: ମା’ଙ୍କ ରୂପା ମୁକୁଟ ସହ ନେଇଗଲେ…

ବଲାଙ୍ଗୀର,୮।୮ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ସୀମା ବିବାଦ ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାର୍ଗ ଆପଣେଇବେ ଭାରତ-ଚାଇନା

ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ…

ଜନ୍ମଗତ ନାଗରିକତ୍ୱ ସୀମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ବାକ୍ଷର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍‌ ବାର୍ଥ ଟ୍ୟୁରିଜମ୍‌ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri