ଦାଉ ସାଧୁଛି ବର୍ଷା: କଳାହାଣ୍ଡିରେ ରବି ଧାନ କିଣା ପ୍ରଭାବିତ

ଭବାନୀପାଟଣା,୨୬ା୫(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାରେ ଗତ ୨୦ତାରିଖଠାରୁ ରବି (ଡାଳୁଅ) ଧାନ ପାଇଁ ମଣ୍ଡି ଖୋଲିଛି। ତେବେ ମଣ୍ଡି ଖୋଲିବାର ୨ଦିନ ପରେ ଜିଲାରେ ବର୍ଷା ପ୍ରାୟ ସମୟରେ ହେଉଥିବା ଦେଖିବାକୁ ମିଳିଛି। ବିଶେଷ କରି ଅପରାହ୍ନରେ ଘଡ଼ ଘଡି ସହ ପ୍ରବଳ ବର୍ଷା ହେଉଛି। ଜିଲାରେ ଚଳିତ ରବି ମଣ୍ଡି ଖୋଲିବା ବିଳମ୍ବିତ ଓ ମଣ୍ଡି ଖୋଲିବା ପରେ ବର୍ଷା ହେବା ଯୋଗୁ ଧାନକିଣା ପ୍ରଭାବିତ ହୋଇଛି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଛି। ଜିଲାର ପ୍ରାୟ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବାରୁ ବର୍ଷା ଯୋଗୁ ସେଠାରେ ଥିବା ଧାନ ଭିଜିଯାଉଥିବା ଦେଖିବାକୁ ମିଳିଛି। ଆର୍‌ଏମ୍‌ସି ପକ୍ଷରୁ ଚାଷୀଙ୍କୁ ତାରପୋଲିନ ଦିଆଯାଉଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ତଳପଟେ ପାଣି ପଶି ଧାନ ଭିଜିଯାଉଥିବା ଚାଷୀ ପ୍ରକାଶ କରିଛନ୍ତି। ସେହିପରି ଖଳାରେ ଚାଷୀ ରଖିଥିବା ଧାନ ମଧ୍ୟ ଭିଜିଯାଉଥିବାବେଳେ କ୍ଷେତରେ ଥିବା ଧାନ ମଧ୍ୟ ବର୍ଷା ଯୋଗୁ ଶୋଇପଡି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ଜିଲାର ଚାଷୀ ପ୍ରାୟ ୬୦ ପ୍ରତିଶତ ଧାନ ଅମଳ କରିଥିବାବେଳେ ବର୍ଷା ଦାଉ ସାଧୁଥିବାରୁ ପ୍ରାୟ ୧୦ ପ୍ରତିଶତ ମଧ୍ୟ ଧାନ କ୍ରୟ ହୋଇ ନ ଥିବା ଜଣାପଡିଛି। ଜିଲାରେ ଗତ ୬ ଦିନରେ ୧୭୪୩ ଜଣ ଚାଷୀଙ୍କ ୧ ଲକ୍ଷ ୧୭ ହଜାର ୪ଶହ କୁଇଣ୍ଟାଲ ଧାନ ଉଠାଣ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ଚଳିତ ରବି ଧାନ ସଂଗ୍ରହ ପାଇଁ ଜିଲାରେ ୧୪୫ ଧାନ ମଣ୍ଡି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଧାନ କିଣା ଟାର୍ଗେଟ ୨୦ ଲକ୍ଷ ୬୦ ହଜାର ରହିଛି। ସେହିପରି ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ୪୮,୮୧୮ ଜଣ ଚାଷୀ ଅନ୍‌ଲାଇନ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିଛନ୍ତି। ୬୪ ପାକ୍ସ ଓ ୨୫ ସ୍ବୟଂ ସହାୟକ ଗୋଷ୍ଠୀର ମିଳିତ ସହଯୋଗରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା କରାଯାଇଛି। ଜିଲାର ୭୦ ମିଲର୍ସ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରି ମଣ୍ଡିରୁ ଚାଷୀଙ୍କ ଧାନ ଠିକ ସମୟରେ ଉଠାଣ କରିବା ପାଇଁ ନିର୍ଦ୍ଧାରିତ କରାଯାଇଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚାରିବାରୁ ବର୍ଷା ଯୋଗୁ ଧାନ କିଣା ପ୍ରଭାବିତ ହୋଇଛି। ବର୍ଷା ଛାଡିଲେ ଧାନ କିଣା ସ୍ବାଭାବିକ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

ଜନ୍ମାଷ୍ଟମୀରେ ୪ଟି ବଡ଼ ରାଜଯୋଗ: ଚମକିବ ୫ ରାଶିର ଭାଗ୍ୟ, ପ୍ରଚୁର ଧନଲାଭକୁ ମିଳିବ ବଡ଼ ସଫଳତା

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବର ପର୍ୱ ‘ଜନ୍ମାଷ୍ଟମୀ’ ସେପ୍ଟେମ୍ୱର ୪ ତାରିଖରେ ପାଳିତ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଜନ୍ମାଷ୍ଟମୀ ଦିନଟି ବେଶ ସ୍ୱତନ୍ତ୍ର ହୋଇଥିବା ବେଳେ ଏଥର ଗ୍ରହମାନଙ୍କ…

ଠେଙ୍ଗାରେ ପିଟିପିଟି ବୃଦ୍ଧ ବାପାଙ୍କୁ ହତ୍ୟା: ପୁଅ-ବୋହୂ ଗିରଫ

କୁଆଁରମୁଣ୍ଡା,୨ା୯(ମହେନ୍ଦ୍ର କୁମାର ସାହୁ): ଠେଙ୍ଗାରେ ପିଟି ନିଜର ଜନ୍ମ କଲା ବୃଦ୍ଧ ବାପାଙ୍କୁ ହତ୍ୟା କରାଯାଇଛି। ଏଭଳି ହତ୍ୟାକାଣ୍ଡ କରିଛନ୍ତି ପୁଅ ଓ ବୋହୂ। ଏହି ଘଟଣା…

MKCG ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ, ରେଲ୍‌ୱେ ଷ୍ଟେଶନରୁ ମିଳିଲା ମୋବାଇଲ

ବ୍ରହ୍ମପୁର,୨।୯(ସୁବାସ ଚନ୍ଦ୍ର ପାଢ଼ୀ) : ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟର ଜଣେ ଛାତ୍ର ନିଖୋଜ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ସୂଚନା କ୍ରମେ…

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri