Posted inଜାତୀୟ

ମୁଷଳଧାରା ବର୍ଷା, ୧୮ଜଣଙ୍କ ମୃତ୍ୟୁ…

ଥିରୁଭାନନ୍ତପୁରମ୍‌,୧୭।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ କେରଳରେ ସଙ୍କଟ ସୃଷ୍ଟି ହୋଇଥିଲା। ଏବେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିିତି ସୃଷ୍ଟି ହୋଇଛି। ମୁଷଳଧାରା ବର୍ଷାରେ ଭାସିଯାଇ ଇତିମଧ୍ୟରେ ରାଜ୍ୟରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୧୨ରୁ ଅଧିକ ଲୋକ ନିଖୋଜ ରହିଛନ୍ତି।

ଶନିବାର ଦିନ କେରଳର ଦକ୍ଷିଣ ଏବଂ ମଧ୍ୟ ଭାଗରେ ପ୍ରବଳ ବର୍ଷା ହୋଇଛି। ଏହି କାରଣରୁ ଅନେକ ସ୍ଥାନରେ ଫ୍ଲାସ ବନ୍ୟା ଏବଂ ଭୂସ୍ଖଳନ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ସେନାର ସହାୟତା ଲୋଡିିଛନ୍ତି। କୋଟାୟାମ, ଇଡୁକ୍କି ଏବଂ ପଥନମଥିଟା ଜିଲାର ପାହାଡିଆ ଅଞ୍ଚଳରେ ସଙ୍କଟ ବଢ଼ିବାରେ ଲାଗିଛି। ଏଠାରେ ୨୦୧୮ ଏବଂ୨୦୧୯ରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଥିଲା।

ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ କହିଛନ୍ତି। ତେବେ ବନ୍ୟା ଓ ଖରାପ ପାଗ ଯୋଗୁଁ ରାଜ୍ୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ରିଲିଫ ଟିମ ପ୍ରଭାବିତ ଅଞ୍ଚଳରେ ପହଞ୍ଚିିପାରି ନାହାନ୍ତି।

କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଅନୁଯାୟୀ ପରିସ୍ଥିତି ଗୁରୁତର ରହିଛି। ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ ସୂଚାଉଛି ଯେ ସ୍ଥିତି ଅଧିକ ଖରାପ ହେବ ନାହିଁ। ସେନା, ବାୟୁସେନା ଏବଂ ନୌସେନା କର୍ମଚାରୀମାନେ କୋଟାୟାମର କୁଟ୍ଟିକାଲ ଏବଂ ଇଡୁକିରେ ପେରୁଓ୍ବନଥାନମ ପାହାଡ଼ିଆ ଗ୍ରାମରେ ପହଞ୍ଚିଛନ୍ତି।

ପ୍ରତିରକ୍ଷା ମୁଖପାତ୍ରଙ୍କ ଅନୁଯାୟୀ, ଏମ୍‌ -୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। କୋଟ୍ଟାୟାମ ଜିଲାର କାଞ୍ଜିରପନଲ୍ଲୀରେ ଥିବା ପାଙ୍ଗୋଡ ସାମରିକ ବେସରୁ ଏକ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି। ଏଥିରେ ଜଣେ ଅଧିକାରୀ, ଦୁଇ ଜଣ ଜେସିଓ ଏବଂ ୩୦ ଜଣ ଯବାନ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କ କବର ନିକଟରେ ପୋତି ଦିଆଯିବ ମୁଖତାର ଅନସାରୀଙ୍କ ମୃତଦେହ

ଲକ୍ଷ୍ନୌ,୨୯।୩: ପୂର୍ବତନ ବିଧାୟକ ମୁଖତାର ଅନସାରଙ୍କର ଗୁରୁବାର (୨୮ ମାର୍ଚ୍ଚ) ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଧାରା...

ଆମ ପିଲା ବହୁତ ଆଡ୍‌ଭାନ୍ସ: ଜନ୍ମ ହେବା ମାତ୍ରେ କୁହନ୍ତି AI

ନୂଆଦିଲ୍ଲୀ,୨୯ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା...

ହାଇକୋର୍ଟରୁ ଝଟକା ପରେ କଂଗ୍ରେସକୁ ୧.୭୦୦ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ୍

ଭୁବନେଶ୍ୱର,୨୯ା୩: ଆୟକର ବିଭାଗ କଂଗ୍ରେସକୁ ୧,୭୦୦ କୋଟି ଟଙ୍କାର ନୋଟିସ ପ୍ରଦାନ କରିଛି। ଦିଲ୍ଲୀ ହାଇକୋର୍ଟ ଟ୍ୟାକ୍ସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟାରେ କଂଗ୍ରେସର ଆବେଦନକୁ ପ୍ରତ୍ୟାଖ୍ୟାନ...

ବାପାଙ୍କ ମୃତ୍ୟୁଖବର ଶୁଣି ଚେୟାରରୁ ଗଳି ପଡିଲେ ପୁଅ

ଲକ୍ଷ୍ନୌ,୨୯।୩: ଉତ୍ତରପ୍ରଦେଶର ପ୍ରଖ୍ୟାତ ମାଫିଆ ମୁଖତାର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି। ଜେଲ୍‌ରେ ଥିବାବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ତାଙ୍କର ଜଣେ ପୁଅ ଅବ୍ବାସ ବର୍ତ୍ତମାନ କସଗଞ୍ଜ...

ଜଣେ ଅପରାଧୀଙ୍କ ମୃତ୍ୟୁକୁ ନେଇ ଲୁହ ଝରାଇବା ଠିକ୍‌ ନୁହେଁ

ଲକ୍ଷ୍ନୌ,୨୯।୩: ପ୍ରଖ୍ୟାତ ମାଫିଆ-ରାଜନେତା ମୁଖତାର୍‌ ଅନସାରୀ ହୃଦଘାତରେ ଜେଲ୍‌ରେ ମୃତ୍ୟୁ ଘଟିଛି। ଅନସାରୀଙ୍କ ମୃତ୍ୟୁକୁ ନେଇ ଭାଜପା ନେତା ସଂଗୀତ ସୋମଙ୍କ ବଡ ବିବୃତ୍ତି ପ୍ରକାଶ...

ବିହାରରେ ଛିଣ୍ଡିଲା ଆସନ ଭାଗବଣ୍ଟା, ଏତିକି ଆସନରେ ନିର୍ବାଚନ ଲଢିବେ ଆରଜେଡି, କଂଗ୍ରେସ, ଏଭଳି ରହିଛି ଫମୁର୍ଲା…

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିହାରରେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟରେ ଆସନ ଭାଗବଣ୍ଟା ଉପରେ ସମାଧାନ ହୋଇଯାଇଛି। ଆଜି...

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri