ଆତଙ୍କ ଖେଳାଇଲେ ୩ ଦନ୍ତା

କୁଆମରା,୧୭ା୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଜଙ୍ଗଲରେ ଥିବା ହାତୀପଲଙ୍କ ମଧ୍ୟରୁ ୩ ଦନ୍ତା ଆସି ଗୋପବନ୍ଧୁନଗର ବ୍ଲକ ପଶୁଦା ପଞ୍ଚାୟତ ବେଲାକୁଟି ଗ୍ରାମରେ ପଶି ଆତଙ୍କ ଖେଳାଇଥିଲେ। ୩ ଦନ୍ତା ଗୁରୁବାର ରାତିରେ ପ୍ରଥମେ କୁଆମରା ଚାଷ ଜମିରେ ପଶିଥିଲେ। କୁଆମରା, କଡଦା ଓ ଚିଲିମା ଗ୍ରାମର ୧୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ପଶି ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଇଥିଲେ। ପରେ କାଳିଆପଦା ଗ୍ରାମ ମୁହଁା ହୋଇଥିଲେ। ସେଠାରେ ବନ ବିଭାଗ ଓ ଗ୍ରାମବାସୀ ସେମାନଙ୍କ ପିଛା କରିବାରୁ ବେଲାକୁଟି ଗ୍ରାମରେ ପଶି ବାଡ଼ି ବଗିଚା ଓ ଚାଷଜମିରେ କ୍ଷତି ଘଟାଇଥିଲେ। ତେବେ ଶୁକ୍ରବାର ରାତିରେ ଲୋକେ ଏକାଠି ହୋଇ ବନ ବିଭାଗ ସହାୟତାରେ ୩ ଦନ୍ତାଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ଶନିବାର ସକାଳେ ଜୟପୁର ସ୍ଥିତ ସୋନ ନଦୀ ଦେଇ ବରଡିହି ପଞ୍ଚାୟତର ଦେବଗଁାକୁ ପଶିଥିଲେ ଓ ସେଠାରେ କିଛି ସମୟ ରହି ପୁଣି ନୀଳଗିରି ମୁହଁା ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀ ଘଉଡ଼ାଇବାରେ ବନ ବିଭାଗ ନାକେଦମ୍‌ ହୋଇ ପଡ଼ିଥିବା ବେଳେ ପଶୁଦା ଅଞ୍ଚଳରେ ବିଦ୍ୟୁତ୍‌ କାଟ୍‌ ଲାଗି ରହିଥିଲା। ଖବର ପାଇ ଉଦଳା, କୁଆମରା ଓ ଖୁଣ୍ଟା ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀମାନଙ୍କୁ ସୁରକ୍ଷା ଦେବା ସହ ଗତିବିଧିକୁ ଲକ୍ଷ୍ୟ ରଖିଥିବା ଫରେଷ୍ଟର ଧ୍ରୁବ ଚରଣ ବସନ୍ତିଆ କହିଛନ୍ତି। ତେବେ ଧାନ ପାଚି ଆସୁଥିବାରୁ ପୁଣି ଦନ୍ତା ଫେରିବା ଆଶଙ୍କା ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?