ପ୍ରବଳ ବର୍ଷିବ: ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା

ଭୁବନେଶ୍ୱର,୬।୮(ବ୍ୟୁରୋ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୭ ତାରିଖ ବେଳକୁ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ରାଜ୍ୟରେ ୬ ରୁ ୧୦ ଯାଏ କିଛି ଅଞ୍ଚଳରେ ମଧ୍ୟ ଧରଣର ବର୍ଷା ସହ କିଛି ଜିଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ୮ ଏବଂ ୯ ତାରିଖ ମଧ୍ୟରେ କିଛି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ୭ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଏହା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହୋଇପାରେ। ସେହିପରି ପ୍ରବଳ ବର୍ଷା ଯୋଗୁ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ, ଚାଷୀମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏ କୀଟନାଶକ , ସାର , ଜଳସେଚନ ନ କରିବାକୁ କୁହାଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri