ନାକେଦମ କଲେଣି ନିଶାଦିଆ ଲୁଟେରା

ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍‌ କମ୍‌ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ ନିଶାମିଶା ଖାଦ୍ୟପଦାର୍ଥ ଦେଇଦେଉଛନ୍ତି। ଆଉ ଚେତାଶୂନ୍ୟ ହୋଇଗଲା ପରେ ଲୁଟି ନେଉଛନ୍ତି ସର୍ବସ୍ବ। ଏଭଳି ଏକ ନିଶାଦିଆ ଲୁଟେରା ଗ୍ୟାଙ୍ଗ୍‌ ଏବେ ଢେଙ୍କାନାଳ ସହରରେ ଆତଙ୍କ ସୃଷ୍ଟି କରିଛନ୍ତି। ଗତ ସପ୍ତାହକ ମଧ୍ୟରେ ସମାନ ଉପାୟରେ ୫ ଜଣଙ୍କଠାରୁ ଲୁଟ୍‌ ହୋଇଛି। ସେମାନେ ମୁଖ୍ୟତଃ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ଗଳିକନ୍ଦିରେ ପଇଁତରା ମାରୁଥିବା ଏହି ଗ୍ୟାଙ୍ଗ୍‌ ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବାବେଳେ ଭୟରେ ଦିନ କାଟୁଛନ୍ତି ସହରବାସୀ।
ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ନିଶାଦିଆ ଲୁଟେରାମାନେ ଜଣେ ଶୁଖୁଆ ବେପାରୀଙ୍କଠାରୁ ୭ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଚେତାଶୂନ୍ୟ ଅବସ୍ଥାରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛି। ସୂଚନା ଅନୁଯାୟୀ, ରଥଗଡ଼ା ନିକଟରେ ଏକ ବ୍ୟାଙ୍କ ସମ୍ମୁଖରେ ଦୀର୍ଘଦିନ ହେଲା ଶୁଖୁଆ ବ୍ୟବସାୟ କରି ଆସୁଛନ୍ତି ଲକ୍ଷ୍ମୀଧର ମଲ୍ଲିକ। ଅପରାହ୍ନ ପ୍ରାୟ ୨ଟାରେ କେତେଜଣ ବ୍ୟକ୍ତି ତାଙ୍କ ନିକଟରେ ପହଞ୍ଚତ୍ ବହୁ ପରିମାଣର ଶୁଖୁଆ କିଣିବାକୁ କହିଥିଲେ। କିଛି ସମୟ ପରେ ଏକ ଛୋଟ ବୋତଲରେ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ବ୍ୟବସାୟୀ ଜଣକ ଏହାକୁ ପିଇବା ପରେ ଚେତାଶୂନ୍ୟ ହୋଇପଡ଼ିଯାଇଥିଲେ। ଏହାର ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ପକେଟରୁ ୭ହଜାର ଟଙ୍କା ନେଇ ପଳାଇଥିଲେ। ଲକ୍ଷ୍ମୀଧର ତଳେ ପଡ଼ିଥିବା ଦେଖି କେତେଜଣ ଦୋକାନୀ ଏବଂ ଯୁବକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଉଠି ପାରି ନ ଥିଲେ। ତାଙ୍କ ଆଖି ନିସ୍ତେଜ ହୋଇ ବନ୍ଦ ହୋଇଯାଉଥିଲା। କିଛି ସମୟ ପରେ ସାମାନ୍ୟ ସୁସ୍ଥ ହେବା ପରେ ସେ ସମସ୍ତ ବିଷୟ କହିଥିଲେ। ସୂଚନା ପାଇ ଟାଉନ ଥାନା ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଅପରାହ୍ନରେ ରାସ୍ତାରେ ଜନଗହଳି କମିବା ପରେ ଲୁଟେରାମାନେ ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଛନ୍ତି। ତୁରନ୍ତ ଏ ଦିଗରେ ପୋଲିସ ପଦକ୍ଷେପ ନେବାକୁ ଗଣେଶ ବଜାର କମିଟି ପକ୍ଷରୁ ଦାବି କରାଯାଇଛି। ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର ଏ ନେଇ ଗଣେଶ ବଜାର କମିଟି ସହିତ ଆଲୋଚନା କରିଛନ୍ତି। ଏଭଳି ଅପରାଧ ଘଟାଉଥିବା ଅପରାଧୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କୁ ଧରିବାରେ ସହାୟତା କରିବାକୁ ଥାନାଧିକାରୀ ନିବେଦନ କରିଛନ୍ତି। ଅନ୍ୟପଟେ ବ୍ୟାଙ୍କ ଏଟିଏମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ମାଧ୍ୟମରେ ଅପରାଧୀଙ୍କ ନିକଟରେ ପହଞ୍ଚତ୍ବାକୁ ପୋଲିସ ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri