ଲଗାଣବର୍ଷା: ପାହାଡ଼ ଧସିଲା

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି,୧୪ା୧୦(ସ୍ବ.ପ୍ର.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲାରେ ସୋମବାରଠାରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତାଡ଼କାସାହି ଓ ଚରିଆବାଡ଼ ମଧ୍ୟସ୍ଥଳରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ସେହିପରି ଗଜପତି ଜିଲା ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତ ତାମୋଇସିଂ ଗ୍ରାମରେ ପାହାଡ ଧସିଥିବା ସୂଚନା ମିଳିଛି। ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କାଶୀନଗର, ରାୟଗଡ଼, ଆର.ଉଦୟଗିରି, ଗୁମ୍ମା ଆଦି ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରୁ ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥଲା। ପରେ ଆଉ କେତେକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଦୁଇ ଜିଲାର ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି।
ପାତ୍ରପୁର ବ୍ଲକ ପାହାଡ଼ ଉପରେ ଥିବା ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତର ଅଧିକାଂଶ ଗ୍ରାମରେ ବାଦଲଫଟା ବର୍ଷା ହୋଇଛି। ଏଲଗଲ, ବଣିଆବସା, ବେହେରାପୁଟୁ, ମାଡ଼ୁଆଗୁମା, ଉପରବୁରାତାଲ, ବାଦୁଆ, କୁରଗଡ଼, ଧୋବାଲିଙ୍ଗି, ଅଣ୍ଡଅଣ୍ଡା ଆଦି ଗ୍ରାମରେ ବର୍ଷା ପାଣି ପଶିି ଆଦିବାସୀଙ୍କୁ ଆତଙ୍କିତ କରିଛି। କେତେଜଣଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଘଲଟି ଜଳଭଣ୍ଡାରର ୨ଟି ଗେଟ୍‌ ୬ ଇଞ୍ଚ ଲେଖାଏ ଖୋଲାଯାଇ ୨୫ କ୍ୟୁସେକ୍‌ ଜଳ ନଦୀକୁ ଛଡ଼ାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଘଲଟି ଉପର ମୁଣ୍ଡରେ ୨୩୨ ମି.ମି.ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ମହେନ୍ଦ୍ରଗିରିରେ ମଙ୍ଗଳବାର ୧୦୦ ମିମି ବର୍ଷା ହୋଇଛି। ତୁମ୍ବା ପଞ୍ଚାୟତର ଗୁଜୁଲିଙ୍ଗି ରାସ୍ତା ବନ୍ୟା ପାଣିରେ ଧୋଇଯାଇଛି। ଗଙ୍ଗାପୁର ଓ ରାମଚନ୍ଦ୍ରପୁର ରାସ୍ତା ଉପରେ ଏକ ଫୁଟ ଉଚ୍ଚରେ ପାଣି ଚାଲିଛି। ବିଭିନ୍ନ ନଦୀ ଓ ନାଳ ହିଡ଼ ଭାଙ୍ଗି ଧାନ ଫସଲରେ ପାଣି ପଶିଛି। ବାଘଲଟି ଜଳଭଣ୍ଡାରର ଉଦ୍‌ବୃତ୍ତ ଜଳ ବାହୁଦା ନଦୀରେ ପ୍ରବାହିତ ହେଉଥିବାରୁ ଦିଗପହଣ୍ଡି ବ୍ଲକର ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ, ଧାନ୍ୟରାଶି, ପତ୍ରଚୁଡି ସମେତ ଚିକିଟି ବ୍ଲ୍ଳକର ନୂଆପଡ଼ା, ପୁହୁଣ୍ଡି ଆଦି ଗ୍ରାମ ବିପଦ ଘେରରେ ରହିିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ହେଲେ ନଈକୂଳିଆ ଗ୍ରାମବାସୀଙ୍କୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ ବୋଲି ଦିଗପହଣ୍ଡି ତହସିଲଦାର ଅଦ୍ୟୈତ କୁମାର ସ୍ବାଇଁ ଏବଂ ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଜଣାଇଛନ୍ତି।
ସେହିପରି ପ୍ରବଳ ବର୍ଷା ଯୋଗୁ ଶେରଗଡ ବ୍ଲକ ରାମଚନ୍ଦ୍ରପୁର-ପିତ୍ତଳ ରାସ୍ତାରେ ଆସିକାକୁ ହିଞ୍ଜିଳି ସଂଯୋଗ କରୁଥିବା ୫୯ନଂ. ଜାତୀୟ ରାଜପଥ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲିଛି। ଫଳରେ ଆସିକାରୁ ବ୍ରହ୍ମପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ସୋରଡ଼ା-ବଡ଼ଗଡ଼ ରାସ୍ତା ମଝିରେ ଜରଉ ନଦୀ ଉପରେ ଗୋକୁଳପୁର ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ଭାଙ୍ଗିଯାଇଛି। ମାଣିକପୁର ନିକଟସ୍ଥ ଆଗୁଳବଣ ମଝିରେ ଏକ ନିର୍ମାଣାଧୀନ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଏଥିଯୋଗୁ ଶେରଗଡ-ବଡଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ମହେନ୍ଦ୍ରତନୟା ଓ କାଶୀନଗରରେ ବଂଶଧାରା ନଦୀ ଜଳସ୍ତର ବୃଦ୍ଧି ପାଇଛି। ବଂଶଧାରା ନଦୀ ଜଳସ୍ତର ବିପଦ ସଂକେତ ନିକଟତର ରହିଛି। ସେହିପରି ମୋହନା ବ୍ଲକରେ ହରଭଙ୍ଗି ନଦୀ ବିପଦସଂକେତ ଅତିକ୍ରମ କରିଥିବାବେଳେ ଅଠରନଳା ପୋଲ ଉପରଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ ଓ ଗୁମ୍ମା ଆଦି ବ୍ଲକର ପାହାଡିଆ ଅଞ୍ଚଳରେ ଥିବା ନାଳଗୁଡିକରେ ବନ୍ୟା ଜଳ ପ୍ରବଳ ସ୍ରୋତରେ ପ୍ରବାହିତ ହେଉଛି। ଫଳରେ ଏସବୁ ଅଞ୍ଚଳରେ ରହୁଥିବା ଲୋକେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ପାରଳାଖେମୁଣ୍ଡି ସହରର ତଳି ଅଞ୍ଚଳଗୁଡିକ ଜଳମଗ୍ନ ହୋଇଛି। ମୁନିସିଂ ପଞ୍ଚାୟତ ଜେ.ଖିଲିମୁଣ୍ଡା ଗ୍ରାମର ସିଭିଏଲ ଗମାଙ୍ଗଙ୍କ ଘର ଉପରେ ଏକ ବଡ଼ ତେନ୍ତୁଳି ଗଛପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ ବ୍ଲକର ମୁଖ୍ୟ ରାସ୍ତାରେଥିବା ମହେନ୍ଦ୍ରତନୟା ନଦୀ ବ୍ରିଜ ଉପର ଦେଇ ଜଳ ପ୍ରବାହିତ ହେଉଥିବାରୁ ପାରଳାଖେମୁଣ୍ଡି ସହର ସମେତ ମୋହନା, ଆର୍‌.ଉଦୟଗିରି ଆଦିସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌.ଉଦୟଗିରି ବ୍ଲକ ଛେଳିଗଡ ପଞ୍ଚାୟତରେ ଥିବା ରାମନଦୀରେ ବର୍ଷାଜଳ ବୃଦ୍ଧି ପାଇବା ଯୋଗୁ ତିଲିଗାଁରୁ ଛେଳିଗଡ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

ସିଙ୍ଗାରି ଅଞ୍ଚଳରେ ୨ ହାତୀଙ୍କ ଉପଦ୍ରବ: ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇଲା ବନ ବିଭାଗ!

କଲ୍ୟାଣସିଂହପୁର, ୧୮/୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତ ସାନବାମୁଣଗୁଡ଼ା ଅଞ୍ଚଳରେ ୨ଟି ଜଙ୍ଗଲୀ ହାତୀ ପଶି ଆସିବା ଯୋଗୁଁ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?