ଲଗାଣବର୍ଷା: ପାହାଡ଼ ଧସିଲା

ପାତ୍ରପୁର/ଦିଗପହଣ୍ଡି/ଚିକିଟି/ଶେରଗଡ଼,(ଡି.ଏନ୍‌.ଏ.)/ପାରଳାଖେମୁଣ୍ଡି,୧୪ା୧୦(ସ୍ବ.ପ୍ର.):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲାରେ ସୋମବାରଠାରୁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତାଡ଼କାସାହି ଓ ଚରିଆବାଡ଼ ମଧ୍ୟସ୍ଥଳରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଛି। ସେହିପରି ଗଜପତି ଜିଲା ଗୁମ୍ମା ବ୍ଲକ ତରଙ୍ଗଡା ପଞ୍ଚାୟତ ତାମୋଇସିଂ ଗ୍ରାମରେ ପାହାଡ ଧସିଥିବା ସୂଚନା ମିଳିଛି। ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କାଶୀନଗର, ରାୟଗଡ଼, ଆର.ଉଦୟଗିରି, ଗୁମ୍ମା ଆଦି ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନରୁ ସୋମବାର ରାତିରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥଲା। ପରେ ଆଉ କେତେକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଦୁଇ ଜିଲାର ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି।
ପାତ୍ରପୁର ବ୍ଲକ ପାହାଡ଼ ଉପରେ ଥିବା ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତର ଅଧିକାଂଶ ଗ୍ରାମରେ ବାଦଲଫଟା ବର୍ଷା ହୋଇଛି। ଏଲଗଲ, ବଣିଆବସା, ବେହେରାପୁଟୁ, ମାଡ଼ୁଆଗୁମା, ଉପରବୁରାତାଲ, ବାଦୁଆ, କୁରଗଡ଼, ଧୋବାଲିଙ୍ଗି, ଅଣ୍ଡଅଣ୍ଡା ଆଦି ଗ୍ରାମରେ ବର୍ଷା ପାଣି ପଶିି ଆଦିବାସୀଙ୍କୁ ଆତଙ୍କିତ କରିଛି। କେତେଜଣଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଘଲଟି ଜଳଭଣ୍ଡାରର ୨ଟି ଗେଟ୍‌ ୬ ଇଞ୍ଚ ଲେଖାଏ ଖୋଲାଯାଇ ୨୫ କ୍ୟୁସେକ୍‌ ଜଳ ନଦୀକୁ ଛଡ଼ାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଘଲଟି ଉପର ମୁଣ୍ଡରେ ୨୩୨ ମି.ମି.ବର୍ଷା ହୋଇଥିବା ରେକର୍ଡ଼ କରାଯାଇଥିବା ବେଳେ ମହେନ୍ଦ୍ରଗିରିରେ ମଙ୍ଗଳବାର ୧୦୦ ମିମି ବର୍ଷା ହୋଇଛି। ତୁମ୍ବା ପଞ୍ଚାୟତର ଗୁଜୁଲିଙ୍ଗି ରାସ୍ତା ବନ୍ୟା ପାଣିରେ ଧୋଇଯାଇଛି। ଗଙ୍ଗାପୁର ଓ ରାମଚନ୍ଦ୍ରପୁର ରାସ୍ତା ଉପରେ ଏକ ଫୁଟ ଉଚ୍ଚରେ ପାଣି ଚାଲିଛି। ବିଭିନ୍ନ ନଦୀ ଓ ନାଳ ହିଡ଼ ଭାଙ୍ଗି ଧାନ ଫସଲରେ ପାଣି ପଶିଛି। ବାଘଲଟି ଜଳଭଣ୍ଡାରର ଉଦ୍‌ବୃତ୍ତ ଜଳ ବାହୁଦା ନଦୀରେ ପ୍ରବାହିତ ହେଉଥିବାରୁ ଦିଗପହଣ୍ଡି ବ୍ଲକର ଚୌଧୁରୀ ଟିକରପଡ଼ା, ବଜ୍ରଗୁମ୍ମା, ଢେପାପେଣ୍ଠ, ସମାସୀଙ୍ଗି ଶାସନ, ଧାନ୍ୟରାଶି, ପତ୍ରଚୁଡି ସମେତ ଚିକିଟି ବ୍ଲ୍ଳକର ନୂଆପଡ଼ା, ପୁହୁଣ୍ଡି ଆଦି ଗ୍ରାମ ବିପଦ ଘେରରେ ରହିିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ହେଲେ ନଈକୂଳିଆ ଗ୍ରାମବାସୀଙ୍କୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ ବୋଲି ଦିଗପହଣ୍ଡି ତହସିଲଦାର ଅଦ୍ୟୈତ କୁମାର ସ୍ବାଇଁ ଏବଂ ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଜଣାଇଛନ୍ତି।
ସେହିପରି ପ୍ରବଳ ବର୍ଷା ଯୋଗୁ ଶେରଗଡ ବ୍ଲକ ରାମଚନ୍ଦ୍ରପୁର-ପିତ୍ତଳ ରାସ୍ତାରେ ଆସିକାକୁ ହିଞ୍ଜିଳି ସଂଯୋଗ କରୁଥିବା ୫୯ନଂ. ଜାତୀୟ ରାଜପଥ ଉପରେ ପ୍ରାୟ ୨ ଫୁଟ ଉଚ୍ଚରେ ପାଣି ଚାଲିଛି। ଫଳରେ ଆସିକାରୁ ବ୍ରହ୍ମପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ସୋରଡ଼ା-ବଡ଼ଗଡ଼ ରାସ୍ତା ମଝିରେ ଜରଉ ନଦୀ ଉପରେ ଗୋକୁଳପୁର ଗ୍ରାମକୁ ସଂଯୋଗ କରୁଥିବା ଏକ ପୋଲ ଭାଙ୍ଗିଯାଇଛି। ମାଣିକପୁର ନିକଟସ୍ଥ ଆଗୁଳବଣ ମଝିରେ ଏକ ନିର୍ମାଣାଧୀନ ଆପ୍ରୋଚ୍‌ ରୋଡ୍‌ ଧୋଇଯାଇଛି। ଏଥିଯୋଗୁ ଶେରଗଡ-ବଡଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ମହେନ୍ଦ୍ରତନୟା ଓ କାଶୀନଗରରେ ବଂଶଧାରା ନଦୀ ଜଳସ୍ତର ବୃଦ୍ଧି ପାଇଛି। ବଂଶଧାରା ନଦୀ ଜଳସ୍ତର ବିପଦ ସଂକେତ ନିକଟତର ରହିଛି। ସେହିପରି ମୋହନା ବ୍ଲକରେ ହରଭଙ୍ଗି ନଦୀ ବିପଦସଂକେତ ଅତିକ୍ରମ କରିଥିବାବେଳେ ଅଠରନଳା ପୋଲ ଉପରଦେଇ ବନ୍ୟା ଜଳ ପ୍ରବାହିତ ହେଉଛି। ମୋହନା, ଆର.ଉଦୟଗିରି, ନୂଆଗଡ, ରାୟଗଡ ଓ ଗୁମ୍ମା ଆଦି ବ୍ଲକର ପାହାଡିଆ ଅଞ୍ଚଳରେ ଥିବା ନାଳଗୁଡିକରେ ବନ୍ୟା ଜଳ ପ୍ରବଳ ସ୍ରୋତରେ ପ୍ରବାହିତ ହେଉଛି। ଫଳରେ ଏସବୁ ଅଞ୍ଚଳରେ ରହୁଥିବା ଲୋକେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ପାରଳାଖେମୁଣ୍ଡି ସହରର ତଳି ଅଞ୍ଚଳଗୁଡିକ ଜଳମଗ୍ନ ହୋଇଛି। ମୁନିସିଂ ପଞ୍ଚାୟତ ଜେ.ଖିଲିମୁଣ୍ଡା ଗ୍ରାମର ସିଭିଏଲ ଗମାଙ୍ଗଙ୍କ ଘର ଉପରେ ଏକ ବଡ଼ ତେନ୍ତୁଳି ଗଛପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ରାୟଗଡ ବ୍ଲକର ମୁଖ୍ୟ ରାସ୍ତାରେଥିବା ମହେନ୍ଦ୍ରତନୟା ନଦୀ ବ୍ରିଜ ଉପର ଦେଇ ଜଳ ପ୍ରବାହିତ ହେଉଥିବାରୁ ପାରଳାଖେମୁଣ୍ଡି ସହର ସମେତ ମୋହନା, ଆର୍‌.ଉଦୟଗିରି ଆଦିସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌.ଉଦୟଗିରି ବ୍ଲକ ଛେଳିଗଡ ପଞ୍ଚାୟତରେ ଥିବା ରାମନଦୀରେ ବର୍ଷାଜଳ ବୃଦ୍ଧି ପାଇବା ଯୋଗୁ ତିଲିଗାଁରୁ ଛେଳିଗଡ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri