ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ତେବେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଜାରିରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଭାଗରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ୮ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଞ୍ଜାମ, କନ୍ଧମାଳ, ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ବର୍ଷା ହୋଇପାରେ। ସେହିପରି ୯ ତାରିଖରେ କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, କନ୍ଧମାଳ, ନୟାଗଡ, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୧୦ରେ ଦେବଗଡ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଅନୁଗୋଳ ଏବଂ ୧୧ରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ରାୟଗଡା କୋରାପୁଟ, ଦେବଗଡ, ବୌଦ୍ଧ ଜିଲରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଘଣ୍ଟାକୁ ୩୦ରୁ ୪୦ କି.ମି ବେଗରେ ପବନ ବହିବା ଆଶଙ୍କା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ଣ୍ଣିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬୩ ଆହାର କେନ୍ଦ୍ରରେ ୧୭୦୦ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ) :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଆହାର କାର୍ଯ୍ୟକ୍ରମ ସଫଳତାର ଶିଖର ଛୁଇଁଛି। ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକ ନୂଆ...

ଗ୍ରାମାଞ୍ଚଳ, ଜନଜାତି ଅଞ୍ଚଳରେ ଶିକ୍ଷାର ପାର୍ଥକ୍ୟକୁ ଦୂର କରିବ ନୂଆ ଶିକ୍ଷାନୀତି: ଧର୍ମେନ୍ଦ୍ର

ଭୁବନେଶ୍ୱର,୧।୯(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଶିକ୍ଷା ନୀତି ୨୦୨୦ ତଥା ଏହାର ଅଧୀନରେ ଗଠିତ ସ୍ବତନ୍ତ୍ର ଶିକ୍ଷା ଜୋନ ଗ୍ରାମାଞ୍ଚଳ ତଥା ଜନଜାତି ଅଞ୍ଚଳରେ...

ଭିଜିବୁଲ ପୋଲିସିଂ, କୁଇକ୍‌ ରେସ୍ପନ୍ସକୁ ଗୁରୁତ୍ୱ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଭୁବନେଶ୍ୱର-କଟକ ଟୁଇନ୍‌ ସିଟିର ଅଷ୍ଟମ ପୋଲିସ କମିଶନର ଭାବେ ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅତିରିକ୍ତ...

ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୩।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନଜରରେ ରଖି ଆସନ୍ତା ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ନିଷିଦ୍ଧ ଘୋଷଣା କରାଯାଇଛି। ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ଏହି...

ଫେବୃୟାରୀ ୬ରୁ ଯୁକ୍ତ ୨ ଫର୍ମପୂରଣ

ଭୁବନେଶ୍ୱର, ୨।୨(ବ୍ୟୁରୋ): ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ପାଇଁ ଆସନ୍ତା ୬ ତାରିଖରୁ ଫର୍ମପୂରଣ ଆରମ୍ଭ ହେବ।...

ବୈଧ ଟୋକନ ଥିବା ଚାଷୀଙ୍କର ଧାନ କିଣାହେବ: ମନ୍ତ୍ରୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଧାନ ବିକ୍ରି ଓ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗତ ୩ ଦିନ ଅଚଳାବସ୍ଥା ପରେ ସୋମବାର ବିଧାନସଭାରେ ଏ ପ୍ରସଙ୍ଗରେ ୨ ଘଣ୍ଟା...

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୬୦ ରେ ପହଞ୍ଚିଥିବା...

ରାଜଧାନୀ ଉପକଣ୍ଠରେ ପଡ଼ିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ 

ଭୁବନେଶ୍ୱର,୪।୨(ବ୍ୟୁରୋ): ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ପରଦା ହଟି ନ ଥିବା ବେଳେ ରାଜଧାନୀ ଉପକଣ୍ଠ ତଥା ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ନିକଟରେ...

Advertisement

BGU

Archives

Model This Week

Why Dharitri