‘ବୃହତ୍‌ ବାଣିଜ୍ୟିକ ସ୍ଥଳରେ ପରିଣତ ହେବ ଓଡ଼ିଶା’

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ସୁଦୀର୍ଘ ଉପକୂଳର ଫାଇଦା ସାଗରମାଳା ପ୍ରକଳ୍ପ ଜରିଆରେ ଓଡିଶାକୁ ଏକ ବୃହତ ବାଣିଜି୍ୟକ ପରିବହନ ସ୍ଥଳରେ ପରିଣତ କରିବ। ବନ୍ଦରଭିତ୍ତିକ ଶିଳ୍ପାୟନ ଓ ଯୋଗାଯୋଗ ସାଗରମାଳା ପ୍ରକଳ୍ପର ମୁଖ୍ୟ ଫୋକସ ହେବ। ଉପକୂଳ ଗୋଷ୍ଠୀ ବିକାଶକୁ ଗୁରୁତ୍ୱ ଦିଆଯିବ। ଆମର ଦରିଆପାର ବାଣିଜ୍ୟର ଏକ ଗୌରବମୟ ଐତିହ୍ୟ ରହିଛି। ଏହି ପ୍ରକଳ୍ପ ଜରିଆରେ ଦକ୍ଷିଣ ପୂର୍ବ ଏସିଆ ଦେଶଗୁଡିକର ମୁଖ୍ୟଦ୍ୱାର ହୋଇ ପାରିବା। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସାଗରମାଳା କମିଟିର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ପାରାଦୀପ ବନ୍ଦର ସହିତ ଉପକୂଳର ଅନ୍ୟାନ୍ୟ ବନ୍ଦରଗୁଡିକର ବିକାଶ କରୁଛନ୍ତି। ଆସନ୍ତା କେଇ ମାସ ମଧ୍ୟରେ ରାଜ୍ୟ ସାମୁଦ୍ରକ ବୋର୍ଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ସାମୁଦ୍ରିକ କ୍ଷେତ୍ରର ବିକାଶ ଏହି ବୋର୍ଡ ତ୍ୱରାନ୍ବିତ କରିବ। ସାଗରମାଳା ପ୍ରକଳ୍ପ ଅଧିନରେ ଥିବା ପ୍ରକଳ୍ପଗୁଡିକୁ ନିର୍ଦ୍ଧାରୀତ ସମୟରେ ଶେଷ କରିବାକୁ ବିଭାଗଗୁଡିକ ନିଜ ନିଜ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଯୋଗ ଦେଇ ବାଣିଜ୍ୟଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବନ୍ଦରଭିତ୍ତିକ ଓ ଜଳପଥର ବିକାଶ କରିବା ସାଗରମାଳା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହାର ସଫଳତା ପାଇଁ କେନ୍ଦ୍ର ରାଜ୍ୟ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢୀ ସାଗରମାଳା ପ୍ରକଳ୍ପ ବିଷୟରେ ବୈଠକରେ ଉପସ୍ଥାପନ କରିଥିଲେ। ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ରହିଛି। ସୁବର୍ଣ୍ଣରେଖା, ଅସ୍ତରଙ୍ଗ, କେନ୍ଦ୍ରାପଡ଼ା ଜିଲାରେ ହେବାକୁ ଥିବା ନଦୀ ଭିତ୍ତିକ ବନ୍ଦର ଏବଂ ଜଟାଧାର ମୁହାଣ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ରାଜ୍ୟର ୮ଟି ସ୍ଥାନରେ ବନ୍ଦର ବିକାଶ କରିବାକୁ ଚିହ୍ନଟ କରାଯାଇଛି। ସମଗ୍ର ଦେଶର ଉପକୂଳରେ ସମୁଦ୍ରଭିତ୍ତିକ ବନ୍ଦରଗୁଡିକର ବିକାଶ କରିବା ସାଗରମାଳା ପ୍ରକଳ୍ପର ମୂଳ ଲକ୍ଷ୍ୟ। ଏଥିରେ ବନ୍ଦରର ଆଧୁନିକୀକରଣ, ବନ୍ଦର ସଂଯୋଗ, ବନ୍ଦରଭିତ୍ତିକ ଶିଳ୍ପାୟନ ଏବଂ ଉପକୂଳରେ ବସବାସ କରୁଥିବା ଲୋକମାନଙ୍କର ବିକାଶ କରିବା ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଅନୁଦାନ ଯୋଗାଇ ଦେଉଛନ୍ତି। ସାଗରମାଳା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ, ଚଲିକା ଉନ୍ନୟନ କର୍ତ୍ତ୍‌ୃପକ୍ଷ ଏବଂ ପୂର୍ତ୍ତ ଆଦି ବିଭିନ୍ନ ବିଭାଗର ୧୪ଟି ପ୍ରକଳ୍ପ ପ୍ରଦାନ କରାଯାଇଛି। ସେଥିରୁ ୨ ପ୍ରକଳ୍ପ ବାଣିଜ୍ୟ ଓ ପରିବହନ ବିଭାଗର। ଆରଓ-ପାକ୍ସ ଜେଟି ଏବଂ ଭଦ୍ରକ, କେନ୍ଦ୍ରାପଡ଼ା, ବାଲୁଗାଁ ଓ ପୁରୀରେ ଆନୁସଙ୍ଗିକ ଭିତ୍ତିଭୂମି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। ଇଡକୋ ସିଏମ୍‌ଡି ସଞ୍ଜୟ ସିଂ କହିଛନ୍ତି, ଧାମରା, ଗୋପାଳପୁରରେ ୩ଟି ଲଜିଷ୍ଟିକ ପାର୍କ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହି ପ୍ରସ୍ତାବକୁ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଶେଷରେ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?