ବର୍ଷାରେ ଅସ୍ତବ୍ୟସ୍ତ ଅନୁଗୋଳ

ଅନୁଗୋଳ ଅଫିସ, ୨୦ା୮: ଭୋର୍‌ ସମୟରୁ ଜାରି ରହିଛି ଭୀଷଣ ବର୍ଷା। ବିଜୁଳି, ଘଡ଼ଘଡ଼ି ସହ ତୁହାକୁ ତୁହା ବର୍ଷାରେ ଶୁକ୍ରବାର ଅସ୍ତବ୍ୟସ୍ତ ହୋଇପଡ଼ିଛି ଅନୁଗୋଳ। ଜିଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ଅନୁଗୋଳ ସହରରେ ସୃଷ୍ଟି ହୋଇଛି ଜଳବନ୍ଦୀ ଅବସ୍ଥା। ବିଶେଷକରି ଡ୍ରେନେ୍‌ଜ ବ୍ୟବସ୍ଥା ଠିକ୍‌ ନ ଥିବାରୁ ହନ୍ତସନ୍ତ ହୋଇଛନ୍ତି ପୌରାଞ୍ଚଳବାସୀ। ସହର ବଜାରଠାରୁ ଆରମ୍ଭ କରି ବିଭିନ୍ନ କଲୋନୀ, ସାହି ପାଣି ଘେରରେ ରହିଛି। ଅନେକଙ୍କ ଘରେ ବର୍ଷା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ସ୍ଥିତି ସୁଧାରିବା ପାଇଁ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଡ୍ରୋଜର ସାହାଯ୍ୟରେ କେଉଁଠି ରାସ୍ତା ତ କେଉଁଠି ଡ୍ରେନ୍‌ ଖୋଳାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି।
ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଅନୁଗୋଳ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଥିଲା। ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ବିଭାଗର ଉକ୍ତ ଆକଳନ ଅନୁଯାୟୀ ଭୋର୍‌ ସମୟରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ମଧ୍ୟାହ୍ନରେ କିଛି ସମୟ ପାଇଁ ଛାଡ଼ିଥିଲେ ବି ପରେ ପୁଣି ବର୍ଷିଥିଲା। ଅନୁଗୋଳରେ ହୋଇଥିବା ୧୩୩ ମିଲିମିଟର ବର୍ଷା ଯୋଗୁ ସହର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ପାଣି ଜମି ରହିଥିଲା। ବିଶେଷକରି ଅନୁଗୋଳ ବଜାର ସହ ବ୍ରହ୍ମଣୀଦେଈପଡା, ଶଙ୍କର ସିନେମା ରୋଡ୍‌, ଅମଲାପଡା, ସୌଭାଗ୍ୟନଗର, ମିଶ୍ରପଡା, ବଣିଆବାହାଳ, ଶିମିଳିପଡା, କଲେଜଛକ, ଡିଆଇସି ଛକ ଆଦି ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। କଲେଜଛକ ଅଞ୍ଚଳରେ ଏକ ପୋଖରୀ ପାଣି ବନ୍ଧ ଡେଇଁ ଲୋକଙ୍କ ଘରେ ପଶିଯାଇଥିଲା। ଏ ନେଇ ପୌରପାଳିକାକୁ ଘନ ଘନ ଫୋନ କଲ୍‌ ଆସିଥିଲେ ହେଁ ପ୍ରଶାସନ ଉପୁଜିଥିବା ସଙ୍କଟର ସମାଧାନ କରିପାରି ନ ଥିଲା। ତଥାପି ଡ୍ରୋଜର ଧରି ପ୍ରଶାସନିକ ଅଧିକାରୀମାନେ ସହରରେ ବୁଲି ବୁଲି ଜଳ ନିଷ୍କାସନର ବ୍ୟବସ୍ଥା କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ସହରରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଅବସ୍ଥା ପାଇଁ ପୌର ପ୍ରଶାସନ ଉପରେ ଭୀଷଣ ବିରକ୍ତ ହୋଇଛନ୍ତି ଲୋକେ। ବର୍ଷସାରା ଡ୍ରେନ୍‌ ଜବରଦଖଲରେ ରହିଥିବାବେଳେ କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ସହରରୁ ବର୍ଷା ପାଣି କେମିତି ନିଷ୍କାସନ ହୋଇପାରିବ ସେ ନେଇ ଉପଯୁକ୍ତ ପ୍ଲାନିଂ କରାଯାଉ ନାହିଁ। ବର୍ଷା ଆସିଲେ ସ୍ଥିତିକୁ ଦେଖି ଡ୍ରେନ୍‌ ମରାମତି କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ତାହା ଏଯାଏ କରାଯାଉ ନାହିଁ। ଫଳରେ ସହରରେ ସୃଷ୍ଟି ହୋଇଥିବା ଏପରି ଅବସ୍ଥା ପାଇଁ ପୌର କର୍ତ୍ତୃପକ୍ଷ ଦାୟୀ ବୋଲି ପୌରାଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?