୨୨ରୁ ପ୍ରବଳ ବର୍ଷା

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଆସନ୍ତା ୨୨ ତାରିଖରୁ ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରିଛି। ତେବେ ଆସନ୍ତା ୨୪ ଘଣ୍ଟା ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହୋଇପାରେ। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ ବରଗଡ଼ରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ୨୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ସୋନପୁର, ୨୩ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ନୂଆପଡ଼ା, ୨୪ରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁରରେ ପ୍ରବଳ ବର୍ଷା ହେବ। ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପହିଲି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୨୩ା୧୦: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ...

ମହିଳାଙ୍କୁ ଏସିଡ୍‌ ଫିଙ୍ଗିବା ମାମଲା: ୨ ଗିରଫ

କଟକ ସଦର, ୧ା୧୦ (ଡି.ଏନ୍‌.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର...

ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ...

ବଲାଙ୍ଗୀର ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଗତ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବଲାଙ୍ଗୀର ଜିଲାର ସମସ୍ତ ବ୍ଲକରେ ପ୍ରବଳ ବୃଷ୍ଟିପାତ ହୋଇଥିଲା। ବଲାଙ୍ଗୀର ବ୍ଲକରେ ୧୪ ତାରିଖରେ ୫୫୦ମି.ମି....

ବାଲିଯାତ୍ରା ପଡ଼ିଆରେ ସମାଜର ସାଂସ୍କୃତିକ ସମାରୋହ

କଟକ ଅଫିସ, ୨୩ା୧: ‘ସମାଜ’ର ସାଂସ୍କୃତିକ ସମାରୋହ ଦ୍ୱିତୀୟ ସନ୍ଧ୍ୟା ବୁଧବାର ଉପର ବାଲିଯାତ୍ରା ପଡ଼ିିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି...

ଓଜେଇଇ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା...

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବୀର ବିକ୍ରମ ଯାଦବ

ଭୁବନେଶ୍ୱର,୩।୪(ବ୍ୟୁରୋ): ଆଇଏଏସ୍‌ ସ୍ତରରେ ଅଦଳବଦଳ ହୋଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌...

କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ...

Advertisement
Archives

Model This Week