ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…

ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ ୩୦ପର୍ଯ୍ୟନ୍ତ, ଫିନିକ୍ସର ତାପମାତ୍ରା କ୍ରମାଗତ ୩୧ ଦିନ ଧରି ୧୧୦ରୁ ଅଧିକ ଡିଗ୍ରୀ ଫାରେନ ହାଇଟ ରେକର୍ଡ ଭାଙ୍ଗିଥିଲା। ଯାହା ଆମେରିକାର ଯେକୌଣସି ସହର ପାଇଁ ରେକର୍ଡରେ ସବୁଠାରୁ ଉତ୍ତପ୍ତ ମାସ ଥିଲା ।
ଆରିଜୋନା ବିଶ୍ୱବିଦ୍ୟାଳୟର ଏଣ୍ଟୋମୋଲୋଜିଷ୍ଟ ଶକୁ ନାୟାର କହିଛନ୍ତି ଏହା ଏକ ପ୍ରମୁଖ ଚିନ୍ତାର ବିଷୟ।

ମହୁଫେଣା ୧୧୩ ଡିଗ୍ରୀ ଫାରେନ ହାଇଟ ପର୍ଯ୍ୟନ୍ତ ତାପମାତ୍ରା ସହ୍ୟ କରିପାରେ। ଜୁଲାଇ ସୁଦ୍ଧା, ଆମର ତାପମାତ୍ରା ୧୧୩ ଡିଗ୍ରୀ ଫାରେନ ହାଇଟ ଉପରେ ଅନେକ ଦିନ ରହିଥିଲା, ତେଣୁ ମହୁମାଛି ବର୍ତ୍ତମାନ ଖରାପ ପ୍ରଭାବ ପକାଉଛନ୍ତି ବୋଲି ନାୟାର କହିଛନ୍ତି।

ଏହି ରିପୋର୍ଟରେ ଫିନିକ୍ସର ମହୁମାଛି ପାଳନକାରୀ କ୍ରିକେଟ ଆଲଡ୍ରିଜ ଦର୍ଶାଇଛନ୍ତି ମହୁମାଛି ରହୁଥିବା ମହୁଫେଣା ତରଳି ଯାଉଛି। ଖାଦ୍ୟ ଅଭାବ ଯୋଗୁ ଅନ୍ୟ ମହୁମାଛି ଦଳ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ମହୁମାଛିମାନେ ମହୁଫେଣାକୁ ଥଣ୍ଡା କରିବା ପାଇଁ ପାଣି ଏବଂ ସେମାନଙ୍କର ଡେଣା ବ୍ୟବହାର କରି ଅତ୍ୟଧିକ ଉତ୍ତାପର ମୁକାବିଲା କରନ୍ତି। ନାୟାର କହିଛନ୍ତି ମହୁଫେଣା ରହିବା ପାଇଁ ୯୨ରୁ ୧୦୪ ଡିଗ୍ରୀ ଫାରେନ ହାଇଟ ମଧ୍ୟରେ ତାପମାତ୍ରା ବଜାୟ ରଖିବା ଆବଶ୍ୟକ ।

ଅତ୍ୟଧିକ ଉତ୍ତାପ ଫୁଲକୁ ମଉଳାଇ ଦେଇଛି ଏବଂ ସାଗୁଆରୋ କାକଟସକୁ ମାରି ଦେଇଛି ଯାହା ମହୁଫେଣାର ମୁଖ୍ୟ ଖାଦ୍ୟ ଉତ୍ସ ବୋଲି ନାୟାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

ଲୋକ ସଭା ଇତିହାସରେ ପ୍ରଥମ ଥର, ଗୃହର କାର୍ଯ୍ୟକାଳ ସମୟରେ ପ୍ରତିଧ୍ୱନିତ ହେଲା ‘ବନ୍ଦେ ମାତରମ’

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନରେ ଲୋକ ସଭାର କାର୍ଯ୍ୟକାଳ ‘ବନ୍ଦେ ମାତରମ’ ଗାନ ସହିତ ଆରମ୍ଭ ହୋଇଥିଲା। ଏମିତି ଘଟଣା ସଂସଦରେ ପ୍ରଥମ ଥର ପାଇଁ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri