Posted inଫୁରସତ

ବର୍ଷାରେ ସ୍କୁଟି ତଳେ ଖାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ କେତେକ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କେତେକ ଭାବପ୍ରବଣ କରିଦିଏ। ଠିକ୍‌ ସେମିତି ଏକ ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆଖିରେ ଲୁହ ଆସିଯିବ। ସେହି ଭିଡିଓରେ ଜଣେ ବ୍ୟକ୍ତି ପ୍ରବଳ ବର୍ଷାରେ ଖାଉଛନ୍ତି। କାଳେ ତାଙ୍କ ଖାଦ୍ୟରେ ପାଣି ପଶି ନଷ୍ଟ ହୋଇଯିବ, ସେଥିପାଇଁ ସେ ପ୍ଲେଟ୍‌କୁ ସ୍କୁଟି ତଳେ ରଖିଥିଲେ। ସେ ଭୋକିଲା ଥିବା ଭଳି ଲାଗୁଛନ୍ତି। ଏହି ଭିଡିଓକୁ ଜିନ୍ଦେଗି ଗୁଲଜାର ହୈ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଉ କ୍ୟାପ୍‌ସନରେ ଲେଖିଛନ୍ତି ଯେ, ହେ ଜୀବନ, ତୁମଠାରୁ ମୋର ଏକ ବଡ ଅଭିଯୋଗ ଥିଲା। କିନ୍ତୁ ଏହି ଦୃଶ୍ୟ ଦେଖିବା ପରେ ମୁଁ ସମସ୍ତ ଅଭିଯୋଗ ଛାଡି ଦେଇଛି। ଏହି ଭିଡିଓଟି ଶେୟାର ହେବା ମାତ୍ରେ ୩ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି। ସେମାନଙ୍କ ମଧ୍ୟରୁ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଭିଡିଓଟି ଦେଖିବା ପରେ କହିବାକୁ କୌଣସି ଶଦ୍ଦ ନାହିଁ, ଏହା ଅତ୍ୟନ୍ତ ଦୁଃଖଦାୟକ। ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, କ୍ଷୁଧା ନିଷ୍ଠୁରର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଣ୍ଡେଡ୍‌ ପୋଷାକ ଲୋଭରେ ଭିକାରି ହେଲେ ଏହି ସୁନ୍ଦରୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସବୁ ଜିନିଷ ସୀମା ମଧ୍ୟରେ ରହିଲେ ଭଲ ଲାଗିଥାଏ। ଯଦି ଏହା ସୀମା ବାହାରକୁ ଚାଲିଯାଏ ତେବେ ତାହା କ୍ଷତିକାରକ ହୋଇଥାଏ। ଲୋକମାନେ ଘରେବସି ନିଜର...

୩ଟି କରତକୁ ନେଇ ବିପଜ୍ଜନକ ଜଗଲିଂ: ଜେନ୍‌ ମୁଷ୍ଟୋନେନ୍‌ଙ୍କ ରେକର୍ଡ

ସର୍କସ୍‌ରେ ଜୋକର୍‌ ଏକାଧିକ ବଲ୍‌କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍‌ ମଜା ଲାଗିଥାଏ। ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି,...

ସମାନତା, ନ୍ୟାୟ ଓ ସ୍ବାଧୀନତା ପ୍ରତିଷ୍ଠା କରେ ମାନବିକ ଅଧିକାର

ଜାତିସଂଘ: ଜାତିସଂଘ ଦ୍ୱାରା ପ୍ରତିବର୍ଷ ୧୦ ଡିସେମ୍ବରରେ ମାନବାଧିକାର ଦିବସ ପାଳନ କରାଯାଉଛି। ୧୯୪୮ରେ ଜାତିସଂଘ ସାଧାରଣ ପରିଷଦ ଏହି ଦିବସକୁ ଗ୍ରହଣ କରିଥିଲେ ମଧ୍ୟ...

ପେନସନ୍‌ ପାଇଁ ମୃତଦେହକୁ ନେଇଗଲେ ପୋଷ୍ଟ ଅଫିସ୍‌…

ଡବଲିନ୍‌, ୨୩।୧ : ଆୟର୍ଲାଣ୍ଡର କାର୍ଲୋ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଲୋକ ପେନସନ୍‌ ପାଇଁ ମୃତଦେହକୁ ନେଇ ଜୀବନ୍ତ...

ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ

ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ହେଉଛନ୍ତି ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ...

ସଚେତନତା ହିଁ ସଫଳତାର ପୁଞ୍ଜି

ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍‌ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍‌ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି...

ବୁଡ଼ନ୍ତା ବସ ଉପରେ ୭ ଘଣ୍ଟା, ପାଖରେ ନଗଦ ୯ ଲକ୍ଷ ରାଜସ୍ବ…

ଚିପଲୁନ୍‌,୨୭।୭: ମହାରାଷ୍ଟ୍ରରେ ବହୁ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୬୪ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ ଜଣ ନିଖୋଜ ଅଛନ୍ତି। ରତ୍ନାଗିରି,...

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି,...

Advertisement
Archives

Model This Week