କରୋନାରୁ ସୁସ୍ଥ ହୃଦ୍‌ରୋଗୀ ହାର୍ଟ ଚେକ୍‌ ଅପ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଥିପ୍ରତି ହୃଦ୍‌ରୋଗୀମାନେ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଇଣ୍ଟରଭେନ୍‌ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ୍‌ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଡା. ଅନୁପମ ଜେନା। ସେ କହିଛନ୍ତି, ଯେଉଁ ହୃଦ୍‌ରୋଗୀମାନେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ସେମାନେ ଆରୋଗ୍ୟ ଲାଭ ପରେ ହାର୍ଟ ଚେକ୍‌ ଅପ୍‌ କରିବା ଉଚିତ। ଫଳରେ ଭାଇରସ୍‌ଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇପାରିବ। ନଚେତ୍‌ ଭବିଷ୍ୟତରେ ହୃଦ୍‌ଘାତର ସମସ୍ୟା ଦେଖାଦେଇପାରେ। ଏସିଆ, ୟୁରୋପ ଓ ୟୁଏସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କାର୍ଡିଓଭାସ୍କୁଲାର କୋମର୍ବିଡିଟି ବା ପୂର୍ବରୁ କୌଣସି ସମସ୍ୟା ରହିଥିଲେ ହୃତ୍‌ପିଣ୍ଡରେ ଜଟିଳା ସମସ୍ୟା ଦେଖାଯିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ବିଳମ୍ବରେ ରୋଗ ନିରୂପିତ ହେବା ଯୋଗୁ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ଅନେକ କ୍ଷତି ହୋଇସାରିଥାଏ। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ସମ୍ପୂର୍ଣ୍ଣ ରୋଗ ନିରୂପଣ ନିଶ୍ଚିତ ଭାବେ କରାଯିବା ଆବଶ୍ୟକ। ଏହାଦ୍ୱାରା ହୃଦ୍‌ଘାତ ବା ହଠାତ୍‌ କାର୍ଡିଆକ ଆରେଷ୍ଟଜନିତ ବିପଦକୁ ଦୂର କରାଯାଇପାରିବ ବୋଲି ଡା. ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଛୁରି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

ବିବାଦ ପାଇଁ ଶବ ସତ୍କାର କରାଇ ଦେଉନାହାନ୍ତି ଗ୍ରାମବାସୀ, ୩ ଦିନ ହେଲା ଶାଶୁଙ୍କ ଶବକୁ ଜଗିବସିଛନ୍ତି ବୋହୂ

ରାଜନଗର,୨୧ା୮(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନା ଆସିଛି। ଯେଉଁଠି ହଜିଯାଇଛି ମାନବିକତା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri