ମନ୍ତ୍ରୀଙ୍କ ଏଭଳି ଉତ୍ତର ଶୁଣି ବିଧାୟକ କହିଲେ ଭୁଲ ତଥ୍ୟ ଦେଉଛନ୍ତି…

ଭୁବନେଶ୍ୱର,୨୯।୭: ବିଧାନସଭା ଅଧିବେଶନର ସୋମବାର ଷଷ୍ଠ ଦିନ। ତେବେ ପ୍ରଶ୍ନକାଳ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିଥିଲେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପକ୍ଷରୁ ଉତ୍ତର ରଖୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସିମୁଳିଆର ଦମକଳ କେନ୍ଦ୍ର ସମ୍ପର୍କରେ ଠିକ ଭାବେ ଜଣାଇବାକୁ ସେ କହିଥିଲେ। ସିମୁଳିଆ ବ୍ଲକରେ କେଉଁଠି  ଦମକଳ କେନ୍ଦ୍ର ଅଛି ଠିକ ଭାବେ ଜଣାଇବାକୁ ଦାବି ରଖିଥିଲେ ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖି କହିଲେ, ପ୍ରତି ୩୦ କିଲୋମିଟରରେ ଦମକଳ କେନ୍ଦ୍ର ଖୋଲାଯାଏ, ୩୧୪ ବ୍ଲକରେ କାର୍ଯ୍ୟକ୍ଷମ ଅଛି ।
ଗୋଟିଏ ବ୍ଲକରେ ଗୋଟିଏ ଦମକଳକେନ୍ଦ୍ର ସ୍ଥାପନ କରିବା ପାଇଁ ସରକାରୀ ନିୟମ ରହିଛି। ସେହି ଅଞ୍ଚଳରେ ବାର୍ଷିକ ୧୦ରୁ ୧୫ଟି ନିଆଁ ଲାଗିବା ଘଟଣା ଘଟିଥିବ। ୩୦ କିମି ଦୂରତା ଭିତରେ କୌଣସି ଅଗ୍ନିଶମ କେନ୍ଦ୍ର ନ ଥିବ। ଏହି ଆଧାରରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଦମକଳ କେନ୍ଦ୍ର କରାଯାଇଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହା  କାର୍ଯ୍ୟକାରୀ ହେଉଛି । ଅନ୍ୟପକ୍ଷେ  ସେ କହିଛନ୍ତି  ଅଧିକାରୀମାନେ  ମନ୍ତ୍ରୀଙ୍କୁ  ଭୁଲ ତଥ୍ୟ ଦେଉଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବିକାଶର ଧାରା ଓଡ଼ିଶା ସାରା: ୧୬୩ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ଭଞ୍ଜନଗର,୨୦ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ଭାଜପା ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ…

ସରକାରଙ୍କ ବଡ଼ ପଦକ୍ଷେପ! ବ୍ୟାନ୍ ହେଲା ୧୬ ଔଷଧ, ଜାଣନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୨୦।୬: ରୋଗୀ ସୁରକ୍ଷାକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ତୁରନ୍ତ ପ୍ରଭାବରୁ ୧୬ଟି ଫିକ୍ସ ଡୋଜ କମ୍ବିନେଶନ (FDC) ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ ନିଷିଦ୍ଧ କରିଛନ୍ତି…

ଭୋଟର ତାଲିକାରୁ ନାଁ କଟିଯିବା ନେଇ ପ୍ରଶାସନ ପକ୍ଷରୁ ତଦନ୍ତ, ସେଟେଲମେଣ୍ଟ ଅଫିସର କହିଲେ କେହି ବି…

ପୁରୁଷୋତ୍ତମପୁର,୨୦ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭୋଟର ତାଲିକାରୁ କିଛି ଭୋଟରଙ୍କ ନାମ ପୂର୍ବରୁ କଟିଯାଇଥିବାରୁ ବର୍ତ୍ତମାନ ସେମାନେ ସରକାରଙ୍କ ପକ୍ଷରୁ ଚାଲିଥିବା ଏସ୍‌ଆଇଆର୍‌ରୁ ବଞ୍ଚିତ ହେଉଥିବା…

ପିତୃ ଦିବସରେ ଆଖି ଭିଜେଇ ଦେବ ଏହି କାହାଣୀ! ବାପାଙ୍କୁ ନିଜ କିଡନୀ ଦାନ କରି ଜୀବନ ବଞ୍ଚାଇଲେ, ବ୍ଲଡ ଗ୍ରୁପ ଅଲଗା…

ନୂଆଦିଲ୍ଲୀ,୨୦।୬: ଜୁନ୍ ୨୧ତାରିଖରେ ପିତାଙ୍କ ପିତୃ ଦିବସ ପୂର୍ବରୁ ୧୮ ବର୍ଷୀୟ ଅଲି ରଜା ତାଙ୍କ ପିତା ଆବିଦ ରଜାଙ୍କୁ ତାଙ୍କର କିଡନୀ ଦାନ କରି ଏକ…

ଆମେରିକା-ଇରାନ ଚୁକ୍ତିକୁ ନେଇ ପୁଣି ଲଜ୍ଜିତ ହେଲା ପାକିସ୍ତାନ, ଜେଡି ଭାନ୍ସ କହିଲେ…

ଓ୍ବାଶିଂଟନ,୨୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମାକୁ ନେଇ ପାକିସ୍ତାନ ପୁଣିଥରେ ଚର୍ଚ୍ଚାରେ ଅଛି, କିନ୍ତୁ ଏଥର କାରଣ ପ୍ରଶଂସା ନୁହେଁ ବରଂ ସମାଲୋଚନା। ଆମେରିକାର…

ପ୍ରଧାନମନ୍ତ୍ରୀ ମୋ’ ଗାଁକୁ ଆସିଥିବାରୁ କୃତଜ୍ଞ: ରାଷ୍ଟ୍ରପତି

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ନିଜ ଶାଶୁଘର ଗାଁ ମୟୂରଭଞ୍ଜ ଜିଲାର ପାହାଡ଼ପୁର ଅଛନ୍ତି। ଏଠାରେ ଆଜି ଆସି ମଧ୍ୟ ପହଞ୍ଚିଛନ୍ତି…

ବଦଳିଲେ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ, ପନ୍ତଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେଲେଣି ସଜବାଜ

ନୂଆଦିଲ୍ଲୀ,୨୦।୬: ଏମିତି ସମୟ ଥିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ ହୋଇଥିଲା; ସେହି ସମୟରେ ଏହାକୁ IPL…

ରିଆଙ୍କ ୧.୩୫ କୋଟିର ଝୁମ୍‌କା ଗାଏବ୍‌

ଅଭିନେତା ଅନିଲ କପୁରଙ୍କ ସାନ ଝିଅ ପ୍ରଯୋଜିକା ରିଆ କପୁରଙ୍କ ଝୁମ୍‌କା ଚୋରି ହୋଇଯାଇଛି। ମେଟ ଗାଲା ଇଭେଣ୍ଟ ପାଇଁ ସେ ଭଡ଼ା ନେଇଥିବା ହୀରା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri