ବୋମା କଥା ଶୁଣି ଦୌଡ଼ିଲେ ଯାତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)୧୪ ।୮: ସମୟ ଅପରାହ୍ନ ପ୍ରାୟ ସାଢେ ୪ଟା। ହଠାତ୍‌ ଭୁବନେଶ୍ୱର ରେଳଷ୍ଟେଶନର ପ୍ଲାଟ ଫର୍ମ ନଂ.୧ରେ ଏକ ବ୍ୟାଗ୍‌ରେ ବୋମା ଥିବା ପ୍ରଚାର ହେଲା। ଏହା ଶୁଣି ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ପ୍ଲାଟଫର୍ମ ଭିତରକୁ ଜିଆର୍‌ପି ଥାନା ପୋଲିସ ସହ କ୍ୟାପିଟାଲ ଓ ଖାରବେଳନଗର ଥାନା ପୋଲିସ ପ୍ରବେଶ କରି ବୋମା ଖୋଜିବା ଆରମ୍ଭ କରିଦେଇଥିଲେ। ପ୍ରଥମେ ପୋଲିସ ପକ୍ଷରୁ ପ୍ଲାଟଫର୍ମରେ ଥିବା ଲୋକଙ୍କୁ ତୁରନ୍ତ ସେଠାରୁ ଖାଲି କରାଯାଇଥିଲା। ୨୦ ମିନିଟ୍‌ ଭିତରେ କମିଶନରେଟ ପୋଲିସ୍‌ର ବୋମା ନିଷ୍କ୍ରିୟକାରୀ ଟିମ୍‌ର ସଦସ୍ୟମାନେ ସନ୍ଧାନୀ କୁକୁର ସହ ପ୍ଲାଟଫର୍ମ ନଂ.୧ରେ ପହଞ୍ଚତ୍ୟାଇଥିଲେ। ଏହାପରେ ସେମାନେ ସନ୍ଧାନୀ କୁକୁର ସାହାଯ୍ୟରେ ବୋମା ଖୋଜିବା ସହ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଥିବା ବ୍ୟାଗକୁ ଚିହ୍ନଟ କରିଥିଲା। ଏହାପରେ ଉକ୍ତ ବ୍ୟାଗକୁ ସ୍ବତନ୍ତ୍ର ବାକ୍ସରେ ଭର୍ତ୍ତି କରାଯାଇ ତୁରନ୍ତ ଷ୍ଟେଶନରୁ ବହୁ ଦୂରକୁ ନିଆଯାଇ ନିଷ୍କ୍ରିୟ କରାଯାଇଥିଲା। ଏହା ରେଳ ଷ୍ଟେଶନର ସୁରକ୍ଷା ସଂକ୍ରାନ୍ତ ମକ୍‌ଡ୍ରିଲ୍‌ ବୋଲି ଜାଣିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ।
ସ୍ବାଧୀନତା ଦିବସରେ ଆତଙ୍କବାଦୀମାନେ ସାଧାରଣତଃ ରେଳ ଷ୍ଟେଶନ ଭଳି ଜାତୀୟ ସମ୍ପତ୍ତିକୁ ଟାର୍ଗେଟ କରିଥାନ୍ତି। ସମ୍ଭାବ୍ୟ ଏଭଳି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ମକ୍‌ଡ୍ରିଲ୍‌ କରାଯାଇଥିଲା। ରେଳଷ୍ଟେଶନ ପରିସରରେ ବୋମା ଚିହ୍ନଟ ହେଲେ ତାହାକୁ କିପରି ନିଷ୍କ୍ରିୟ କରାଯିବ, କେଉଁ ବୋମା ନିଷ୍କ୍ରିୟ ଟିମ୍‌କୁ କେଉଁ ପ୍ରକାର ସହଯୋଗ କରାଯିବ ଏହାର ଏକ ସମ୍ପୂର୍ଣ୍ଣ ମକ୍‌ଡ୍ରିଲ ସ୍ବାଧୀନତା ଦିବସ ପୂର୍ବରୁ ରେଳଷ୍ଟେଶନରେ କରାଯାଇଥିଲା। ଏହି ମକ୍‌ଡ୍ରିଲରେ କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ, ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ର, ଜିଆର୍‌ପି ଥାନାଧିକାରୀ ଜୟଦେବ ବିଶ୍ୱଜିତଙ୍କ ସମେତ କମିଶନରେଟ ପୋଲିସର ବୋମା ନିଷ୍କ୍ରିୟକାରୀ ଟିମ୍‌ ଓ ସନ୍ଧାନୀ କୁକୁର ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri