ବୋମା କଥା ଶୁଣି ଦୌଡ଼ିଲେ ଯାତ୍ରୀ

ଭୁବନେଶ୍ୱର,(ବ୍ୟୁରୋ)୧୪ ।୮: ସମୟ ଅପରାହ୍ନ ପ୍ରାୟ ସାଢେ ୪ଟା। ହଠାତ୍‌ ଭୁବନେଶ୍ୱର ରେଳଷ୍ଟେଶନର ପ୍ଲାଟ ଫର୍ମ ନଂ.୧ରେ ଏକ ବ୍ୟାଗ୍‌ରେ ବୋମା ଥିବା ପ୍ରଚାର ହେଲା। ଏହା ଶୁଣି ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ପ୍ଲାଟଫର୍ମ ଭିତରକୁ ଜିଆର୍‌ପି ଥାନା ପୋଲିସ ସହ କ୍ୟାପିଟାଲ ଓ ଖାରବେଳନଗର ଥାନା ପୋଲିସ ପ୍ରବେଶ କରି ବୋମା ଖୋଜିବା ଆରମ୍ଭ କରିଦେଇଥିଲେ। ପ୍ରଥମେ ପୋଲିସ ପକ୍ଷରୁ ପ୍ଲାଟଫର୍ମରେ ଥିବା ଲୋକଙ୍କୁ ତୁରନ୍ତ ସେଠାରୁ ଖାଲି କରାଯାଇଥିଲା। ୨୦ ମିନିଟ୍‌ ଭିତରେ କମିଶନରେଟ ପୋଲିସ୍‌ର ବୋମା ନିଷ୍କ୍ରିୟକାରୀ ଟିମ୍‌ର ସଦସ୍ୟମାନେ ସନ୍ଧାନୀ କୁକୁର ସହ ପ୍ଲାଟଫର୍ମ ନଂ.୧ରେ ପହଞ୍ଚତ୍ୟାଇଥିଲେ। ଏହାପରେ ସେମାନେ ସନ୍ଧାନୀ କୁକୁର ସାହାଯ୍ୟରେ ବୋମା ଖୋଜିବା ସହ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ଥିବା ବ୍ୟାଗକୁ ଚିହ୍ନଟ କରିଥିଲା। ଏହାପରେ ଉକ୍ତ ବ୍ୟାଗକୁ ସ୍ବତନ୍ତ୍ର ବାକ୍ସରେ ଭର୍ତ୍ତି କରାଯାଇ ତୁରନ୍ତ ଷ୍ଟେଶନରୁ ବହୁ ଦୂରକୁ ନିଆଯାଇ ନିଷ୍କ୍ରିୟ କରାଯାଇଥିଲା। ଏହା ରେଳ ଷ୍ଟେଶନର ସୁରକ୍ଷା ସଂକ୍ରାନ୍ତ ମକ୍‌ଡ୍ରିଲ୍‌ ବୋଲି ଜାଣିବା ପରେ ଯାତ୍ରୀମାନେ ଆଶ୍ୱସ୍ତ ହୋଇଥିଲେ।
ସ୍ବାଧୀନତା ଦିବସରେ ଆତଙ୍କବାଦୀମାନେ ସାଧାରଣତଃ ରେଳ ଷ୍ଟେଶନ ଭଳି ଜାତୀୟ ସମ୍ପତ୍ତିକୁ ଟାର୍ଗେଟ କରିଥାନ୍ତି। ସମ୍ଭାବ୍ୟ ଏଭଳି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏଭଳି ମକ୍‌ଡ୍ରିଲ୍‌ କରାଯାଇଥିଲା। ରେଳଷ୍ଟେଶନ ପରିସରରେ ବୋମା ଚିହ୍ନଟ ହେଲେ ତାହାକୁ କିପରି ନିଷ୍କ୍ରିୟ କରାଯିବ, କେଉଁ ବୋମା ନିଷ୍କ୍ରିୟ ଟିମ୍‌କୁ କେଉଁ ପ୍ରକାର ସହଯୋଗ କରାଯିବ ଏହାର ଏକ ସମ୍ପୂର୍ଣ୍ଣ ମକ୍‌ଡ୍ରିଲ ସ୍ବାଧୀନତା ଦିବସ ପୂର୍ବରୁ ରେଳଷ୍ଟେଶନରେ କରାଯାଇଥିଲା। ଏହି ମକ୍‌ଡ୍ରିଲରେ କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନ, ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ର, ଜିଆର୍‌ପି ଥାନାଧିକାରୀ ଜୟଦେବ ବିଶ୍ୱଜିତଙ୍କ ସମେତ କମିଶନରେଟ ପୋଲିସର ବୋମା ନିଷ୍କ୍ରିୟକାରୀ ଟିମ୍‌ ଓ ସନ୍ଧାନୀ କୁକୁର ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri