ତଳେ ବସି ଲୋକଙ୍କ ଗୁହାରି ଶୁଣିଲେ  ଜିଲାପାଳ: ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା    

ଭଞ୍ଜନଗର,୩୦।୧୧(ବାବୁଲା ପ୍ରଧାନ): ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ଯେତେ ନିବିଡ ହେବ ସେହି ଅନୁପାତରେ ବିକାଶ ମଧ୍ୟ ଆଗକୁ ବଢିବ ।  ଏହିଭଳି ଗଞ୍ଜାମ ଜିଲାପାଳ ଭି କୀର୍ତ୍ତି ଭାସନ ଜିଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସାଧାରଣ ଜନତାଙ୍କ ନିକଟତର ହୋଇ ଲୋକଙ୍କ ସୁଖଦୁଃଖ ପଚାରି ବୁଝୁଛନ୍ତି। ପରେ ଲୋକଙ୍କ ସମସ୍ୟାକୁ ଯଥାଶୀଘ୍ର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ଜିଲାପାଳଙ୍କ ଏହିଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରୁଛନ୍ତି। ତେବେ ଜିଲାପାଳ ଶନିବାର ଭଞ୍ଜନଗର ଉପଖଣ୍ଡ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମକୁ ଯାଇଥିଲେ। ଜିଲାପାଳ ଗାଁ ଦାଣ୍ଡରେ ବସି ଗ୍ରାମବାସୀଙ୍କ ସୁଖ ଦୁଃଖ ପଚାରି ବୁଝଛନ୍ତି। ଏଥିସହ ଗ୍ରାମର ବିଦ୍ୟୁତ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ଦୀର୍ଘବର୍ଷ ହେବ ଉକ୍ତ ଗ୍ରାମକୁ ବିଦ୍ୟୁତ୍‌ ସେବା ନଥିଲା। ଗ୍ରାମବାସୀ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ଗ୍ରାମରେ ବିଦ୍ୟୁତ୍‌ ସେବା ବ୍ୟବସ୍ଥା ହୋଇଥିଲା।  ମାତ୍ର ୧୦ ଦିନରେ ଟାଟା ପାୱାର ଉକ୍ତ ଗ୍ରାମକୁ ବିଦ୍ୟୁତ୍‌ ସେବା ଯୋଗାଇ ଦେଇଛି। ବଦ୍ୟୁତ୍‌ ସେବା ଉଦ୍‌ଘାଟନ ପରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଜିଲାପାଳ ଏବଂ ଉପ ଜିଲାପାଳ ଉମା ଶଙ୍କର ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମୟରେ ଉପ ଜିଲାପାଳ ଉମା ଶଙ୍କର ବେହେରା, ବିଡ଼ିଓ ସଂଗ୍ରାମ କେଶରୀ ଜେନା, ଏବିଡିଓ ସୁଶିଲ କୁମାର ପଟ୍ଟନାୟକ, ଟାଟା ପାୱାର ଅଧିକାରୀମାନେ ଉପସ୍ଥିତ ଥିଲେ। ଏନେଇ ଜିଲାପାଳ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ କହିଥିଲେ। ଯେଉଁ ଜିଲାର ଯେଉଁ ଗ୍ରାମରେ ବଦ୍ୟୁତ୍‌ ସେବା ନାହିଁ ସେଠୀ ବିଦ୍ୟୁତ୍‌ ସେବା କିଭଳି ପହଞ୍ଚି ପାରିବ ସେନେଇ ପଦକ୍ଷେପ ନିଆଯାଉଛି। ଏହାପୂର୍ବରୁ  ଜିଲାପାଳ  ଭଞ୍ଜନଗର ଗସ୍ତରେ ଆସି ଘୁମୁସର ଇତିହାସର ମୁକସାଖି ଚକରା ଘାଟି ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ଜିଲାପାଳ ଭଞ୍ଜନଗର ଏନଏସିରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହ ଆଗକୁ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ସମୀକ୍ଷା କରିଥିଲେ।
ସୂଚନା ଯୋଗ୍ୟ ଯେ,  ଭଞ୍ଜନଗର ବିଧାୟକ ଭାବେ ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ନିର୍ବାଚିତ ହେବାପରେ ନିର୍ବାଚନମଣ୍ଡଳୀର ଅନେକ ବିକାଶ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସେଥିମଧ୍ୟରେ ଚକରା ଘାଟି, ସୁପର ମାର୍କେଟ କମ୍ପ୍ଲେକ୍ସ, ଭଞ୍ଜ ସାହିତ୍ୟ ପରିଷଦର ବିକାଶ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଏକ ମ୍ୟୁଜିୟମ ନିର୍ମାଣ,  ମ୍ୟୁନିସିପାଲଟି ନୂତନ କୋଠା ନିର୍ମାଣ ଅନ୍ୟତମ।  ଜିଲାପାଳଙ୍କ ଗସ୍ତ ସମୟରେ ଉପଜିଲାପାଳ ଉମା ଶଙ୍କର ବେହେରା, ଭଞ୍ଜନଗର ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର,ଏନଏସି ନିର୍ବାହୀ ଅଧିକାରୀ ମୂରଲୀକୃଷ୍ଣ ପଣ୍ଡା,  ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ  ହିମାଂଶୁ ଶେଖର ମହାନ୍ତି, ଭଞ୍ଜନଗର  ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଭଞ୍ଜ ଟ୍ରଫି ଆୟୋଜକ କମିଟିର ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?