ଶ୍ରବଣ ବାଧିତ ହୋଇ ବି ହାରିନାହାନ୍ତି ଜ୍ୟୋତିଷ: ଜେଏନୟୁ ରେ ସମାଜ ଶାସ୍ତ୍ର ପଢ଼ିବାକୁ ମିଳିଲା ସୁଯୋଗ

ଥୁଆମୂଳ ରାମପୁର, ୦୬।୦୮ (ଦୁର୍ଗା କୀର୍ତ୍ତି): ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ଆଗରେ ହାର ମାନିଛି ଶାରୀରିକ ଅସମର୍ଥତା। ଅଭାବ ଅନଟନ ଓ ଶାରୀରିକ ସମସ୍ୟା ସତ୍ତ୍ୱେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଲଙ୍ଗୀ ଗ୍ରାମର ଜଣେ ଗରିବ ଶ୍ରମିକଙ୍କ ପୁଅ ଜ୍ୟୋତିଷ ନାଏକ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ), ନୂଆଦିଲ୍ଲୀରେ ପୋଷ୍ଟ ଗ୍ରାଜୁଏସନ ପଢ଼ିବାକୁ ସୁଯୋଗ ପାଇଛନ୍ତି। ସର୍ବଭାରତୀୟ ସ୍ତରରେ ଆୟୋଜିତ ସିୟୁଇଟି – ପିଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ଜେଏନୟୁର ସମାଜ ଶାସ୍ତ୍ର ବିଭାଗରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ବଲଙ୍ଗୀ ଗ୍ରାମର ଦିନମଜୁରିଆ ଗୁଲା ନାଏକ ଓ ଗୃହିଣୀ ଉଲ୍ଲାସ ନାଏକଙ୍କ ସୁପୁତ୍ର ଜ୍ୟୋତିଷ (ଜନ୍ମ: ୫ ମାର୍ଚ୍ଚ ୨୦୦୧) ଜଣେ ଅତ୍ୟନ୍ତ ସଂଘର୍ଷଶୀଳ ଓ ମେଧାବୀ ଛାତ୍ର। ସେ ନାର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ କରିବା ପରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ ତାଙ୍କର ଏହି ସଫଳତା ପଛରେ ରହିଛି ଏକ ବଡ଼ ସଂଘର୍ଷର କାହାଣୀ। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରୁ ଜ୍ୟୋତିଷ ’ସ୍ନାୟୁ ସମସ୍ୟାଜନିତ ବଧିରତା’ ନାମକ କାନ ସମସ୍ୟାରେ ପୀଡ଼ିତ ଅଛନ୍ତି, ଯାହା ଯୋଗୁଁ ତାଙ୍କର ଶ୍ରବଣ ଶକ୍ତି ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଶାରୀରିକ ଅସମର୍ଥତା ଥିବା ସତ୍ତ୍ୱେ ମେଡିକାଲ ପରୀକ୍ଷାରେ ତାଙ୍କର ଭିନ୍ନକ୍ଷମତା ୩୦ ରୁ ୩୫ ପ୍ରତିଶତ ମଧ୍ୟରେ ରହୁଥିବାରୁ, ସରକାରୀ ନିୟମ (୪୦ ପ୍ରତିଶତରୁ କମ) ହେତୁ ତାଙ୍କୁ ଭିନ୍ନକ୍ଷମ ମେଡିକାଲ ପ୍ରମାଣପତ୍ର ମିଳିପାରି ନାହିଁ। ଫଳରେ ସେ କୌଣସି ସରକାରୀ ସୁବିଧା ସୁଯୋଗ ବା ସଂରକ୍ଷଣ ନପାଇ ଜଣେ ସାଧାରଣ ଶିକ୍ଷାର୍ଥୀଙ୍କ ପରି ପ୍ରତିଯୋଗିତା କରି ଏହି ଅସାଧାରଣ ସଫଳତା ହାସଲ କରିଛନ୍ତି।
ଜ୍ୟୋତିଷ ସ୍ଥାନୀୟ ଅଞ୍ଛଳରେ ’ପରିବର୍ତ୍ତନ ଟ୍ୟୁସନ’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ଆସୁଥିବାରୁ, ତାଙ୍କର ଏହି ସଫଳତାରେ ଟ୍ୟୁସନ ପରିବାର ଓ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ଜଣେ ସିଭିଲ ସର୍ଭାଣ୍ଟ (ଆଇଏଏସ/ଓଏଏସ) ହୋଇ ସମାଜ ଓ ଦେଶର ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କ କାନର ଉପଯୁକ୍ତ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ, ସେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଏହି ପରିବାରର ବଡ଼ ପୁଅ ମଣିଭଦ୍ର ନାଏକ ମଧ୍ୟ ୨୦୨୪ରେ ଜେଏନୟୁ ରେ ମାଷ୍ଟର ଡିଗ୍ରୀ ପଢ଼ିବା ପାଇଁ ମନୋନୀତ ହୋଇଥିଲେ।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?