ନୀରୋଗ ଜୀବନ ଅନ୍ତରାଳେ…

”ମାଟିରେ ପ୍ରକୃତିର ସବୁଠୁ ବଡ଼ ଔଷଧୀୟ ଗୁଣ ଅଛି । ଏହି ମାଟି ମଧ୍ୟରୁ ହଳଦିଆ ମାଟି ଭଲ । ଏଭଳି ମାଟି ପଟି ବ୍ୟବହାର କଲେ ତାହା ଭୋକ ବଢ଼ାଏ। ଏପରିକି ପେଟ ରୋଗରୁ ଉପଶମ ଦେବା ସହ ମଧୁମେହକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଶ୍ୱେତ ବର୍ଣ୍ଣର ମାଟିର ପଟି ମସ୍ତିଷ୍କ ଏବଂ ଯକୃତ ରୋଗରୁ ଉପଶମ ଦେଇଥାଏ। କଳା ରଙ୍ଗର ମାଟି ପଟ୍ଟି ବିଷ ଦୋଷ ଦୂର କରିବା ସହ ଚର୍ମ ରୋଗକୁ ଭଲ କରିବାରେ ସାହାଯ୍ୟ କରେ। ଲାଲ ରଙ୍ଗର ମାଟି ପଟି ପେଟ ବ୍ୟଥା, ଆଣ୍ଠୁଗଣ୍ଠି ବାତ (ଆମବାତ) ଏବଂ ପାରାଲିସିସରୁ ଉପଶମ ପାଇଁ ପ୍ରୟୋଗ ହୁଏ।“

ଏହି ପ୍ରକୃତି କୋଳରେ ଆମେ ଜନ୍ମ ନେଇଛୁ। ଏହାର ମାଟି, ପାଣି, ପବନ ଓ ସୂର୍ଯ୍ୟକିରଣରେ ବଢ଼ୁଛୁ। ଜନ୍ମ ପରେ ମାଆ, ଜେଜେମା’ମାନେ ଆମକୁ ସୂର୍ଯ୍ୟକିରଣରେ ଶୁଆଇ ଦେହରେ ତେଲ ମାଲିଶ କରି ଆମକୁ ବଡ଼ କରିଛନ୍ତି। ନଦୀ, ପୋଖରୀକୁ ଗୋଧୋଇବାକୁ ଗଲେ କିମ୍ବା ଗଙ୍ଗା ନଦୀକୁ ସ୍ନାନ କରିବାକୁ ଗଲେ କେତେକ ସୁସ୍ଥ ସବଳ ଲୋକ ମାଟି ଦେହ ସାରା ଲଗାଇ ବସିଥିବାର ଦେଖୁ। ସମୁଦ୍ରକୂଳରେ ବିଦେଶୀ ପର୍ଯ୍ୟଟକମାନେ ସ୍ବଳ୍ପବସ୍ତ୍ର ପରିଧାନ କରି ଆଖି ବନ୍ଦ କରି ସୂର୍ଯ୍ୟକିରଣରେ ଶୋଇଥିବାର ଦେଖୁ। ଗଁା ଗହଳିରେ ବୟସ୍କ ବ୍ୟକ୍ତିମାନେ ଖାଲିପାଦରେ ଚାଲିବା ଦେଖୁ। ଏପରିକି ପରିଣତ ବୟସରେ ପହଞ୍ଚତ୍ଥିବା କେତେକ ବ୍ୟକ୍ତି ସାଇକେଲ ଚଲାଇବାର ନଜିର ରହିଛି। ପିଲାବେଳେ ପେଟରେ ବାୟୁ ଜମିଲେ, ପେଟ ଖରାପ ହେଲେ ପେଟରେ ମାଆମାନେ ଜଡ଼ାତେଲ ମାଲିଶ କରି ପୋଖରୀ ପଙ୍କକୁ ପ୍ରଲେପ ଦେଇ କିଛି ସମୟ ରଖି ଗରମ ହୋଇଗଲେ ସଫା କରି ପୁଣି ନୂଆ ପଙ୍କ ଲେପନ ଦେଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଥାଆନ୍ତି। ଏହାଦ୍ୱାରା ପେଟ ଗରମ, ପେଟରେ ବାୟୁ ହେବା, ଯନ୍ତ୍ରଣା ଇତ୍ୟାଦି ପେଟ ରୋଗ କେତେକାଂଶରେ ଭଲ ହୋଇଯାଏ।
ଉପରୋକ୍ତ ବ୍ୟକ୍ତିଙ୍କ ବିଷୟରେ ଅନୁଧ୍ୟାନ କଲେ ଆମ୍ଭେ ଦେଖିବା ଏମାନେ ଆମ ତଥା ଆଧୁନିକ ଜୀବନଶୈଳୀ, ଚାକଚକ୍ୟ ଜୀବନ ବିତାଉଥିବା ଲୋକଙ୍କଠାରୁ ବେଶି ସୁସ୍ଥ, ବଳବାନ୍‌ ଓ ନୀରୋଗ ଅଟନ୍ତି। ଏମାନଙ୍କର ପ୍ରାୟ ଔଷଧ ଦରକାର ପଡ଼େ ନାହିଁ। ବ୍ୟାଧି ପ୍ରତିରୋଧ କ୍ଷମତା ଯଥେଷ୍ଟ ଅଧିକ। ଏମାନଙ୍କୁ ବିକୃତ ଜୀବନଶୈଳୀଜନିତ ରୋଗ ଯଥା- ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍‌ନୀ, ଲିଭର, ହାର୍ଟ ଏବଂ ଫୁସ୍‌ଫୁସ୍‌ଜନିତ ରୋଗ ପ୍ରାୟ ହୁଏ ନାହିଁ। ବୟସାଧିକ ହେଲେ ମଧ୍ୟ ଖାଲି ଆଖିରେ ଦେଖିବା, ପଢ଼ିବା ଇତ୍ୟାଦି ଜାବତୀୟ କାର୍ଯ୍ୟ କରିପାରନ୍ତି। ଏମାନେ ପ୍ରାକୃତିକ ପବନରେ ଥକ୍କା ମେଣ୍ଟାନ୍ତି। ଖରାରେ କାର୍ଯ୍ୟ କରନ୍ତି। ରାତିର ଚନ୍ଦ୍ର କିରଣରେ ଖଟ ପକାଇ ଶୋଇଥାଆନ୍ତି। ପ୍ରାକୃତିକ ଉତ୍ସରୁ ପାଣି ପିଇଥାଆନ୍ତି। ତେବେ ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ଏସବୁ ବିଷୟରେ ଆସନ୍ତୁ ଜାଣିବା।
ଶରୀରରେ ମାଟି ମର୍ଦ୍ଦନ କଲେ ବ୍ୟାଧି ପ୍ରତିରୋଧ କ୍ଷମତା ବଢ଼େ। ମାଟିର ଶୋଷଣ ଗୁଣ ଯୋଗୁ ଏହାର ଜୀବନୀୟ ଶକ୍ତି ଶରୀରକୁ ପ୍ରାପ୍ତି ହୁଏ। ଚର୍ମ ରୋଗ ହୋଇ ନ ଥାଏ। ଖାଲି ମାଟି, ମାଟି ଘରର ଚଟାଣ ଉପରେ ପେଟ ମାଡ଼ି ଶୋଇଲେ ପେଟ ଥଣ୍ଡା ହେବା ସହ ପେଟ ରୋଗ ଦୂର ହୋଇଥାଏ। ପାଚନ ଶକ୍ତି ବଢ଼େ। କାରଣ ଦେହର ଦୂଷିତ ଜିନିଷକୁ ମାଟି ଶୋଷିନିଏ। ଏହି ମାଟି ସ୍ବଚ୍ଛ ସ୍ଥାନରୁ ନେବା ଉଚିତ, ଯେପରି ସେଠାରେ ଦୂଷିତ ପଦାର୍ଥ ପଡ଼ି ନ ଥିବ କିମ୍ବା ସେଠାରେ କେହି ମଳମୂତ୍ର ତ୍ୟାଗ କରି ନ ଥିବେ। ମାଟି ଆଣିବା ସମୟରେ ସେଥିପ୍ରତି ଧ୍ୟାନ ଦେବା ଦରକାର।
ମାଟିରେ ପ୍ରକୃତିର ସବୁଠୁ ବଡ଼ ଔଷଧୀୟ ଗୁଣ ଅଛି। ଏହି ମାଟି ମଧ୍ୟରୁ ହଳଦିଆ ମାଟି ଭଲ। ଏଭଳି ମାଟି ପଟି ବ୍ୟବହାର କଲେ ତାହା ଭୋକ ବଢ଼ାଏ। ଏପରିକି ପେଟ ରୋଗରୁ ଉପଶମ ଦେବା ସହ ମଧୁମେହକୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଶ୍ୱେତ ବର୍ଣ୍ଣର ମାଟିର ପଟି ମସ୍ତିଷ୍କ ଏବଂ ଯକୃତ ରୋଗରୁ ଉପଶମ ଦେଇଥାଏ। କଳା ରଙ୍ଗର ମାଟି ପଟି ବିଷ ଦୋଷ ଦୂର କରିବା ସହ ଚର୍ମ ରୋଗକୁ ଭଲ କରିବାରେ ସାହାଯ୍ୟ କରେ। ଲାଲ ରଙ୍ଗର ମାଟି ପଟି ପେଟ ବ୍ୟଥା, ଆଣ୍ଠୁଗଣ୍ଠି ବାତ (ଆମବାତ) ଏବଂ ପାରାଲିସିସରୁ ଉପଶମ ପାଇଁ ପ୍ରୟୋଗ ହୁଏ।
ସେହିପରି ସୂର୍ଯ୍ୟଙ୍କୁ ସୃଷ୍ଟିର ଆଧାର କୁହାଯାଏ। ସୂର୍ଯ୍ୟକିରଣରୁ ଜୀବନୀୟ ଶକ୍ତି ମିଳିଥାଏ। ଏହା ଜୀବାଣୁନାଶକ, ଦୁର୍ଗନ୍ଧ ଦୂର କରେ, ଶରୀରକୁ ବଳ ପ୍ରଦାନ କରେ ଏବଂ ଘା’କୁ ମଧ୍ୟ ଶୁଖାଇଥାଏ। ପ୍ରାତଃ ଓ ସାୟଂ ସୂର୍ଯ୍ୟକିରଣରୁ ଶରୀରକୁ ଶକ୍ତି ମିଳିଥାଏ। ଏହି ସମୟର କିରଣ ତ୍ୱଚା ଚଳଗ୍ରନ୍ଥି ଶୋଷଣ କରି ବା ଆଲୋକ ସଂଶ୍ଳେଷଣ ପଦ୍ଧତି ଦ୍ୱାରା ଭିଟାମିନ୍‌-ଡି’ ଶରୀରକୁ ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ହାଡ଼ ମଜଭୁତ ହୁଏ। ଫଳରେ ରିକ୍ଟେସ, ଦନ୍ତ ରୋଗ, ଚର୍ମ ରୋଗ, ବଥ, ମାଂସପେଶୀ ବ୍ୟଥା, ଦୁର୍ବଳତା ଓ ସ୍ନାୟୁଜନିତ ରୋଗ ଭଲ ହୋଇଥାଏ।
ସୂର୍ଯ୍ୟ ସ୍ନାନ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହି ସ୍ନାନ ପାଇଁ ଏକାନ୍ତ ସ୍ଥାନରେ ସ୍ବଳ୍ପ ବସ୍ତ୍ର ପରିଧାନ କରି ଅଧ ଘଣ୍ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ବସିବା ଆବଶ୍ୟକ। ଏହାଦ୍ୱାରା ଲୋମକୂପଗୁଡ଼ିକ ଖୋଲିଯାଏ ଏବଂ ଶରୀରରୁ ଝାଳ ବୋହିଥାଏ। ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ। ଆବଶ୍ୟକ ମୁତାବକ ଝାଳ ବୋହିବା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥ ଝାଳ ସହ ବାହାରିଯାଏ। କେବଳ ସେତିକି ନୁହେଁ, ସୂର୍ଯ୍ୟ ସ୍ନାନ ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ।
ପ୍ରାକୃତିକ ଚିକିତ୍ସାରେ ଜଳର ମହତ୍ତ୍ୱ ମଧ୍ୟ ରହିଅଛି। ଉଷୁମ ପାଣି ଫମେଣ୍ଟ, ଥଣ୍ଡା ପାଣି ପଟି, ପାଣିର ବାମ୍ଫ ଚିକିିତ୍ସା କରାଯାଏ। ଜ୍ୱର ସମୟରେ ଶରୀରରେ ବେଶି ଉତ୍ତାପ ବଢ଼ିଲେ ମସ୍ତିଷ୍କରେ ଶୀତଳ ଜଳ ପଟି ପ୍ରୟୋଗ, ଥଣ୍ଡା ଜ୍ୱର ହୋଇଥିଲେ ଉତ୍ତାପ ବଢ଼ିଲେ ପେଟରେ ଅଧା ବେଲା ପାଣି ରଖି ସେଥିରେ ଅଳ୍ପ ଥଣ୍ଡା ଜଳ ମିଶାଇ ତାହାକୁ ଏକ ଛୋଟ ପାତ୍ରରେ ଆଉଟିଲେ ଉତ୍ତାପ କମେ। ପୋଡ଼ିଗଲେ ସେଠାରେ ବରଫ ବା ଶୀତଳ ଜଳ ପ୍ରୟୋଗ, ରକ୍ତସ୍ରାବ ବନ୍ଦ କରିବା ପାଇଁ ଥଣ୍ଡା ପାଣି ବା ବରଫ ପ୍ରୟୋଗ କଲେ ରକ୍ତବାହିନୀଗୁଡ଼ିକ ସଙ୍କୁଚିତ ହୋଇ ରକ୍ତସ୍ରାବ ବନ୍ଦ ହୁଏ।
ଉଷ୍ମ ଜଳରେ ଫମେଣ୍ଟ କଲେ ମାଂସପେଶୀରେ ବାୟୁ ଅଟକିବା, ରକ୍କା ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ରକ୍ତବାହିନୀ ପ୍ରସାରିତ ହେବା କାରଣରୁ ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଦୂଷିତ ପଦାର୍ଥଗୁଡ଼ିକ ବାହାରି ଯିବା ଫଳରେ ବାୟୁ ଅଟକିବା ଓ ଯନ୍ତ୍ରଣା ଭଲ ହୁଏ। ଉଷୁମ ପାଣି ଲଘୁ ହୋଇଥିବାରୁ ତାହାକୁ ପିଇଲେ ହଜମ କ୍ରିୟା ବଢ଼ିଥାଏ। ତା’ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ସେହିପରି ଖୋଲାସ୍ଥାନ ବା ବିଶୁଦ୍ଧ ବାୟୁ ପ୍ରବାହିତ ହେଉଥିବା ସ୍ଥାନରେ ବସିଲେ ପର୍ଯ୍ୟାପ୍ତ ଶୁଦ୍ଧ ଅମ୍ଳଜାନ ଶରୀରକୁ ମିଳିଥାଏ। ଏହାଦ୍ୱାରା ମାନସିକ ଅବସାଦ ଦୂର ହୁଏ। ଶାନ୍ତି ମିଳେ। ଶରୀର ହାଲୁକା ଲାଗେ। ଭଲ ନିଦ ହୁଏ।
ତେଣୁ ଘରର ଚାରି କାନ୍ଥ ମଧ୍ୟରୁ କିମ୍ବା ବାତାନୁକୂଳିତ କୋଠରିରୁ ବାହାରି ପ୍ରାକୃତିକ ପରିବେଶରେ ଅଧିକ ସମୟ ବିତାନ୍ତୁ। ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ପକ୍ଷୀଙ୍କର ସୁମଧୁର ରାବ ଭିତରେ ସମୟ କାଟିଲେ ମନକୁ ଶାନ୍ତି ଆସେ। ନିଜ ଘରର ଚାରି ପାର୍ଶ୍ୱକୁ ଗଛରେ ଭରି ଦିଅନ୍ତୁ। ରୋଗ ହେଲେ ପ୍ରାକୃତିକ ଔଷଧ ଆପଣାନ୍ତୁ। ସୁସ୍ଥ ଓ ନୀରୋଗ ରୁହନ୍ତୁ।
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?