ସୁସ୍ଥ ପରିବେଶ ଓ ସ୍ବାସ୍ଥ୍ୟ

ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ସିଦ୍ଧାନ୍ତ ତଥା ଭୌଗୋଳିକ ବିଜ୍ଞାନସମ୍ମତ ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ଋତୁଚକ୍ରରେ ପରିବର୍ତ୍ତନ ହୋଇ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ମଧ୍ୟ ପରିବର୍ତ୍ତନ ହେବାର ଦେଖାଯାଇଥାଏ। ଏପରି ସ୍ଥଳେ ଆମ ଦେଶରେ ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ଯେପରି ବର୍ଷା ଋତୁରେ ଦୂଷିତ ପାଣି ତଥା ପ୍ରକୃତି ଓ ପରିବେଶର ପାଣିପାଗ ପରିବର୍ତ୍ତନ ହେତୁ ମନୁଷ୍ୟ ଶରୀରରେ ବିଭିନ୍ନ ରୋଗ ଦେଖାଦେଉଥିବା ବେଳେ, ଗ୍ରୀଷ୍ମଋତୁରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପ ତଥା ଜଳବାୟୁରେ ଆର୍ଦ୍ରତା ହ୍ରାସ ପାଇବା ହେତୁ ବେଳେବେଳେ ମନୁଷ୍ୟ ଅଂଶୁଘାତର ଶିକାର ହେବା ସହ ନଦୀ, ନାଳ, ପୁଷ୍କରିଣୀ, କୂପମାନଙ୍କରେ ପାଣି ଦୂଷିତ ହୋଇଥାଏ। ଏପରି ଜଳକୁ ମନୁଷ୍ୟ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଦେଖାଯାଇଥାଏ। ସେହିପରି ଶୀତ ଋତୁରେ ଆଜ୍‌ମା, କଫ, ଶ୍ୱାସ, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, ରକ୍ତହୀନତା ତଥା ବିଭିନ୍ନ ପ୍ରକାର ଚର୍ମ ରୋଗ ମନୁଷ୍ୟ ଶରୀରରେ ଦେଖାଦେଇଥାଏ।
ସାମ୍ପ୍ରତିକ ପରିସ୍ଥିତିରେ ଆମ ରାଜ୍ୟ ଓଡ଼ିଶାର ଜଳବାୟୁକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଋତୁଚକ୍ରରେ କିଛି ତାରତମ୍ୟ ହେବାର ପରିଲକ୍ଷିତ ହୋଇଥାଏ। ଏହାର ମୂଳ କାରଣ ଜଙ୍ଗଲ କାଟି ନଷ୍ଟ କରିବା ଓ ଆବଶ୍ୟକ ମୁତାବକ ବୃକ୍ଷରୋପଣ ନ କରିବା। ଫଳରେ ଜଳବାୟୁରେ ଅମ୍ଳଜାନ ପରିମାଣ ହ୍ରାସ ପାଇ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବର୍ଷା ଓ ଶୀତର ପ୍ରକୋପ ନିୟମ ଅନୁଯାୟୀ ନ ହୋଇ ହ୍ରାସ ପାଇଥାଏ। ଗ୍ରୀଷ୍ମର ପ୍ରକୋପ ଅଧିକ ଅନୁଭୂତ ହୋଇଥାଏ, ଯାହାର କୁପ୍ରଭାବ ସିଧାସଳଖ ମନୁଷ୍ୟ ସମାଜ ଉପରେ ପଡ଼ିଥାଏ।
ଆଜିର ମନୁଷ୍ୟ ନିଜର କ୍ଷଣସ୍ଥାୟୀ ଉପଯୋଗିତାକୁ ଗୁରୁତ୍ୱ ଦେଇ ବିଶାଳକାୟ ବୃକ୍ଷଗୁଡ଼ିକୁ କାଟି ସଫା କରିଦେଉଛି। ନିଜର ସୁବିଧା ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ହେତୁ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ ଅଳ୍ପ ସମୟ ମଧ୍ୟରେ ଜଳିପୋଡି ପାଉଁଶ ହେଇଯାଉଛି। ଏହାଦ୍ୱାରା ବଣଜଙ୍ଗଲରେ ବାସ କରୁଥିବା ବାଘ, ଭାଲୁ, ବାର୍‌ହା, ହାତୀ, ସର୍ପ ଆଦି ବିଭିନ୍ନ ସରୀସୃପ ଜାତୀୟ ବନ୍ୟଜନ୍ତୁଙ୍କ ଜୀବନ ପ୍ରଭାବିତ ହେଉଛି। ଏପରି ପ୍ରକୃତିଦତ୍ତ ପ୍ରାକୃତିକ ସମ୍ପଦକୁ ମନୁଷ୍ୟ ହେୟ ମନେକରି ନଷ୍ଟ କରି ନିଜର ଓ ମନୁଷ୍ୟସମାଜର ସ୍ବାସ୍ଥ୍ୟ ସୁରକ୍ଷାରେ ବାଧକ ସାଜୁଛି। ଏହାର ପ୍ରତିକାର ଓ ପ୍ରତିରୋଧ ପାଇଁ ନିଜେ ସଚେତନ ହେବା ସହ ଜନସଚେତନତାର ଆଶ୍ୟକତା ରହିଛି।
ବହୁ ବର୍ଷ ଧରି ତିଷ୍ଠି ରହିଥିବା ବିଶାଳକାୟ ବୃକ୍ଷସମୂହ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳକୁ ଛାଡ଼ିଥା’ନ୍ତି, ଯଦ୍ଦ୍ବାରା ମନୁଷ୍ୟ ସୁସ୍ଥ ଅମ୍ଳଜାନ ପାଇବା ହେତୁ ଶରୀରରେ ‘ରୋଗ ପ୍ରତିରୋଧକ ଶକ୍ତି’ ବୃଦ୍ଧିରେ ସହାୟକ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି ସୁସ୍ଥ ଓ ଦୀର୍ଘାୟୁ ଜୀବନ ଯାପନରେ ସହାୟକ ହୋଇଥାଏ। ଯଦି ମନୁଷ୍ୟ ଏପରି ବନ୍ୟ ସମ୍ପଦକୁ ନଷ୍ଟ କରିଚାଲିବ, ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ଅମ୍ଳଜାନ ଅଭାବଜନିତ ସମସ୍ୟା ତଥା ବିଭିନ୍ନ ପ୍ରକୃତି ଓ ପରିବେଶ ଅସନ୍ତୁଳିତ ହେତୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏହାର ପରିଣାମ ସ୍ବରୂପ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ଅତ୍ୟଧିକ ଘୂର୍ଣ୍ଣିଝଡ଼, ବନ୍ୟା, ବାତ୍ୟା, ଘଡ଼ଘଡ଼ି, ବିଜୁଳି ଆଦି କାରଣରୁ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି।
ପରିସଂଖ୍ୟାନରୁ ଜଣାଯାଇଛି ଯେ, ପ୍ରତିବର୍ଷ ବିଶ୍ୱରେ ୨,୪୦,୦୦୦ ବଜ୍ରପାତଜନିତ ଘଟଣା ଘଟୁଥିବାବେଳେ ହାରାହାରି ୨୦୦୦ ଜଣ ମୃତ୍ୟୁବରଣ କରିଥା’ନ୍ତି। ଭାରତରେ ମଧ୍ୟ ପ୍ରତିବର୍ଷ ପ୍ରାୟ ହାରାହାରି ୨୦୦୦ରୁ ୨୫୦୦ ଜଣଙ୍କ ବଜ୍ରପାତଜନିତ ମୃତ୍ୟୁ ହୋଇଥାଏ। ସେହିପରି ଓଡ଼ିଶାରେ ୨୦୧୫-୨୦୨୦ ସାଲ ମଧ୍ୟରେ ପ୍ରତିବର୍ଷ ୩୪୩ ଜଣ ଙ୍କ ‘ବଜ୍ରପାତ ଜନିତ ମୃତ୍ୟୁ’ ଘଟୁଥିବା ବେଳେ କେବଳ ୨୦୧୭ରେ ୪୬୩ ଓ ୨୦୨୦ ସାଲ ରେ ୧୭୬ ଜଣଙ୍କ ବଜ୍ରପାତଜନିତ ମୃତ୍ୟୁ ଘଟିଛି, ଯାହାକି ଚିନ୍ତାଜନକ ଘଟଣା। ସେହିପରି ଓଡ଼ିଶାରେ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟତଃ ୨,୭୩୪ ଜଣ ଅଂଶୁଘାତ ହେତୁ ମୃତ୍ୟୁମୁଖରେ ପଡ଼ନ୍ତି।
ଉକ୍ତ ସମସ୍ତ ବିଷୟକୁ ଗଭୀର ଭାବେ ଚିନ୍ତାକଲେ ଜଣାଯାଏ ଯେ, ପ୍ରକୃତି ଓ ପରିବେଶ ଅସନ୍ତୁଳିତ ହେତୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଥାଏ। ତେଣୁ ସୁସ୍ଥ ଓ ଦୀର୍ଘାୟୁ ଭାବେ ବଞ୍ଚତ୍ ରହିବା ପାଇଁ ଉତ୍ତମ ପରିବେଶ ନିହାତି ଜରୁରୀ। ଏହାର ଆଶୁ ପ୍ରତିକାର ନିମନ୍ତେ ଆମର ବାସଗୃହ ତଥା ପାରିପାଶର୍‌ବିକ ସ୍ଥାନମାନଙ୍କରେ ବିଭିନ୍ନ ବୃକ୍ଷ ଲଗାଇବା ସହ ସବୁଜ ବନ ସୃଷ୍ଟି କରିବା, ବଣଜଙ୍ଗଳର ବୃକ୍ଷକୁ ନ କାଟିବା ଦ୍ୱାରା ଆମେ ପର୍ଯ୍ୟାପ୍ତ ଶୁଦ୍ଧ ଅମ୍ଳଜାନ ପାଇବାରେ ପ୍ରତିବନ୍ଧକ ଦୂର ହେବା ସହ ପରିବେଶ ସୁସ୍ଥ ରହିବା ହେତୁ ଆମେ ସ୍ବାସ୍ଥ୍ୟବାନ୍‌ ଓ ଦୀର୍ଘାୟୁ ହୋଇ ବଞ୍ଚତ୍ପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri