ସୁସ୍ଥ ପରିବେଶ ଓ ସ୍ବାସ୍ଥ୍ୟ

ସାରା ବିଶ୍ୱରେ ବୈଜ୍ଞାନିକମାନଙ୍କ ସିଦ୍ଧାନ୍ତ ତଥା ଭୌଗୋଳିକ ବିଜ୍ଞାନସମ୍ମତ ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ ଋତୁଚକ୍ରରେ ପରିବର୍ତ୍ତନ ହୋଇ ଭିନ୍ନ ଭିନ୍ନ ପ୍ରକାରର ଜଳବାୟୁ ମଧ୍ୟ ପରିବର୍ତ୍ତନ ହେବାର ଦେଖାଯାଇଥାଏ। ଏପରି ସ୍ଥଳେ ଆମ ଦେଶରେ ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ଯେପରି ବର୍ଷା ଋତୁରେ ଦୂଷିତ ପାଣି ତଥା ପ୍ରକୃତି ଓ ପରିବେଶର ପାଣିପାଗ ପରିବର୍ତ୍ତନ ହେତୁ ମନୁଷ୍ୟ ଶରୀରରେ ବିଭିନ୍ନ ରୋଗ ଦେଖାଦେଉଥିବା ବେଳେ, ଗ୍ରୀଷ୍ମଋତୁରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପ ତଥା ଜଳବାୟୁରେ ଆର୍ଦ୍ରତା ହ୍ରାସ ପାଇବା ହେତୁ ବେଳେବେଳେ ମନୁଷ୍ୟ ଅଂଶୁଘାତର ଶିକାର ହେବା ସହ ନଦୀ, ନାଳ, ପୁଷ୍କରିଣୀ, କୂପମାନଙ୍କରେ ପାଣି ଦୂଷିତ ହୋଇଥାଏ। ଏପରି ଜଳକୁ ମନୁଷ୍ୟ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଦେଖାଯାଇଥାଏ। ସେହିପରି ଶୀତ ଋତୁରେ ଆଜ୍‌ମା, କଫ, ଶ୍ୱାସ, ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, ରକ୍ତହୀନତା ତଥା ବିଭିନ୍ନ ପ୍ରକାର ଚର୍ମ ରୋଗ ମନୁଷ୍ୟ ଶରୀରରେ ଦେଖାଦେଇଥାଏ।
ସାମ୍ପ୍ରତିକ ପରିସ୍ଥିତିରେ ଆମ ରାଜ୍ୟ ଓଡ଼ିଶାର ଜଳବାୟୁକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଋତୁଚକ୍ରରେ କିଛି ତାରତମ୍ୟ ହେବାର ପରିଲକ୍ଷିତ ହୋଇଥାଏ। ଏହାର ମୂଳ କାରଣ ଜଙ୍ଗଲ କାଟି ନଷ୍ଟ କରିବା ଓ ଆବଶ୍ୟକ ମୁତାବକ ବୃକ୍ଷରୋପଣ ନ କରିବା। ଫଳରେ ଜଳବାୟୁରେ ଅମ୍ଳଜାନ ପରିମାଣ ହ୍ରାସ ପାଇ ଅଙ୍ଗାରକାମ୍ଳ ଗ୍ୟାସ ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବର୍ଷା ଓ ଶୀତର ପ୍ରକୋପ ନିୟମ ଅନୁଯାୟୀ ନ ହୋଇ ହ୍ରାସ ପାଇଥାଏ। ଗ୍ରୀଷ୍ମର ପ୍ରକୋପ ଅଧିକ ଅନୁଭୂତ ହୋଇଥାଏ, ଯାହାର କୁପ୍ରଭାବ ସିଧାସଳଖ ମନୁଷ୍ୟ ସମାଜ ଉପରେ ପଡ଼ିଥାଏ।
ଆଜିର ମନୁଷ୍ୟ ନିଜର କ୍ଷଣସ୍ଥାୟୀ ଉପଯୋଗିତାକୁ ଗୁରୁତ୍ୱ ଦେଇ ବିଶାଳକାୟ ବୃକ୍ଷଗୁଡ଼ିକୁ କାଟି ସଫା କରିଦେଉଛି। ନିଜର ସୁବିଧା ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ହେତୁ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ ଅଳ୍ପ ସମୟ ମଧ୍ୟରେ ଜଳିପୋଡି ପାଉଁଶ ହେଇଯାଉଛି। ଏହାଦ୍ୱାରା ବଣଜଙ୍ଗଲରେ ବାସ କରୁଥିବା ବାଘ, ଭାଲୁ, ବାର୍‌ହା, ହାତୀ, ସର୍ପ ଆଦି ବିଭିନ୍ନ ସରୀସୃପ ଜାତୀୟ ବନ୍ୟଜନ୍ତୁଙ୍କ ଜୀବନ ପ୍ରଭାବିତ ହେଉଛି। ଏପରି ପ୍ରକୃତିଦତ୍ତ ପ୍ରାକୃତିକ ସମ୍ପଦକୁ ମନୁଷ୍ୟ ହେୟ ମନେକରି ନଷ୍ଟ କରି ନିଜର ଓ ମନୁଷ୍ୟସମାଜର ସ୍ବାସ୍ଥ୍ୟ ସୁରକ୍ଷାରେ ବାଧକ ସାଜୁଛି। ଏହାର ପ୍ରତିକାର ଓ ପ୍ରତିରୋଧ ପାଇଁ ନିଜେ ସଚେତନ ହେବା ସହ ଜନସଚେତନତାର ଆଶ୍ୟକତା ରହିଛି।
ବହୁ ବର୍ଷ ଧରି ତିଷ୍ଠି ରହିଥିବା ବିଶାଳକାୟ ବୃକ୍ଷସମୂହ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରି ବାୟୁମଣ୍ଡଳକୁ ଛାଡ଼ିଥା’ନ୍ତି, ଯଦ୍ଦ୍ବାରା ମନୁଷ୍ୟ ସୁସ୍ଥ ଅମ୍ଳଜାନ ପାଇବା ହେତୁ ଶରୀରରେ ‘ରୋଗ ପ୍ରତିରୋଧକ ଶକ୍ତି’ ବୃଦ୍ଧିରେ ସହାୟକ ହୋଇଥାଏ। ଫଳରେ ଜଣେ ବ୍ୟକ୍ତି ସୁସ୍ଥ ଓ ଦୀର୍ଘାୟୁ ଜୀବନ ଯାପନରେ ସହାୟକ ହୋଇଥାଏ। ଯଦି ମନୁଷ୍ୟ ଏପରି ବନ୍ୟ ସମ୍ପଦକୁ ନଷ୍ଟ କରିଚାଲିବ, ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ଅମ୍ଳଜାନ ଅଭାବଜନିତ ସମସ୍ୟା ତଥା ବିଭିନ୍ନ ପ୍ରକୃତି ଓ ପରିବେଶ ଅସନ୍ତୁଳିତ ହେତୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଏହାର ପରିଣାମ ସ୍ବରୂପ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ହେତୁ ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ଅତ୍ୟଧିକ ଘୂର୍ଣ୍ଣିଝଡ଼, ବନ୍ୟା, ବାତ୍ୟା, ଘଡ଼ଘଡ଼ି, ବିଜୁଳି ଆଦି କାରଣରୁ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି।
ପରିସଂଖ୍ୟାନରୁ ଜଣାଯାଇଛି ଯେ, ପ୍ରତିବର୍ଷ ବିଶ୍ୱରେ ୨,୪୦,୦୦୦ ବଜ୍ରପାତଜନିତ ଘଟଣା ଘଟୁଥିବାବେଳେ ହାରାହାରି ୨୦୦୦ ଜଣ ମୃତ୍ୟୁବରଣ କରିଥା’ନ୍ତି। ଭାରତରେ ମଧ୍ୟ ପ୍ରତିବର୍ଷ ପ୍ରାୟ ହାରାହାରି ୨୦୦୦ରୁ ୨୫୦୦ ଜଣଙ୍କ ବଜ୍ରପାତଜନିତ ମୃତ୍ୟୁ ହୋଇଥାଏ। ସେହିପରି ଓଡ଼ିଶାରେ ୨୦୧୫-୨୦୨୦ ସାଲ ମଧ୍ୟରେ ପ୍ରତିବର୍ଷ ୩୪୩ ଜଣ ଙ୍କ ‘ବଜ୍ରପାତ ଜନିତ ମୃତ୍ୟୁ’ ଘଟୁଥିବା ବେଳେ କେବଳ ୨୦୧୭ରେ ୪୬୩ ଓ ୨୦୨୦ ସାଲ ରେ ୧୭୬ ଜଣଙ୍କ ବଜ୍ରପାତଜନିତ ମୃତ୍ୟୁ ଘଟିଛି, ଯାହାକି ଚିନ୍ତାଜନକ ଘଟଣା। ସେହିପରି ଓଡ଼ିଶାରେ ଗତ ୧୨ ବର୍ଷ ମଧ୍ୟରେ ପ୍ରାୟତଃ ୨,୭୩୪ ଜଣ ଅଂଶୁଘାତ ହେତୁ ମୃତ୍ୟୁମୁଖରେ ପଡ଼ନ୍ତି।
ଉକ୍ତ ସମସ୍ତ ବିଷୟକୁ ଗଭୀର ଭାବେ ଚିନ୍ତାକଲେ ଜଣାଯାଏ ଯେ, ପ୍ରକୃତି ଓ ପରିବେଶ ଅସନ୍ତୁଳିତ ହେତୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଥାଏ। ତେଣୁ ସୁସ୍ଥ ଓ ଦୀର୍ଘାୟୁ ଭାବେ ବଞ୍ଚତ୍ ରହିବା ପାଇଁ ଉତ୍ତମ ପରିବେଶ ନିହାତି ଜରୁରୀ। ଏହାର ଆଶୁ ପ୍ରତିକାର ନିମନ୍ତେ ଆମର ବାସଗୃହ ତଥା ପାରିପାଶର୍‌ବିକ ସ୍ଥାନମାନଙ୍କରେ ବିଭିନ୍ନ ବୃକ୍ଷ ଲଗାଇବା ସହ ସବୁଜ ବନ ସୃଷ୍ଟି କରିବା, ବଣଜଙ୍ଗଳର ବୃକ୍ଷକୁ ନ କାଟିବା ଦ୍ୱାରା ଆମେ ପର୍ଯ୍ୟାପ୍ତ ଶୁଦ୍ଧ ଅମ୍ଳଜାନ ପାଇବାରେ ପ୍ରତିବନ୍ଧକ ଦୂର ହେବା ସହ ପରିବେଶ ସୁସ୍ଥ ରହିବା ହେତୁ ଆମେ ସ୍ବାସ୍ଥ୍ୟବାନ୍‌ ଓ ଦୀର୍ଘାୟୁ ହୋଇ ବଞ୍ଚତ୍ପାରିବା।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri