ନୂତନ କରୋନା ଭୂତାଣୁ

ଦୁନିଆରେ କରୋନା ଭୂତାଣୁ ଓମିକ୍ରନ ଆତଙ୍କର କଳାବାଦଲ ହଟି ନ ଥିଲାବେଳେ ଏବେ ଆଉ ଏକ ନୂତନ ଭୂତାଣୁର ଆବିର୍ଭାବ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଫ୍ରାନ୍ସରୁ ମିଳିଥିବା ଏହି ନୂଆ ପ୍ରକାର କରୋନା ଭୂତାଣୁର ନାମ ‘ଆଇଏଚ୍‌ୟୁ’ (IHU) ଦିଆଯାଇଛି। ଏହା ଭବିଷ୍ୟତରେ ଆଉ ଏକ ଲହରର ସୂତ୍ରପାତ କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି। ଏହି ନୂଆ ରୂପର ଜିନୋମରେ ପୂର୍ବ ସଂରଚନା ତୁଳନାରେ ଯଥେଷ୍ଟ ଅଧିକ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଘଟିଥିବାରୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ଭୂତାଣୁ ରୂପେ ମୁଣ୍ଡ ଟେକିଛି।
ନୂଆ ରୂପର ଚିହ୍ନଟ: ଫ୍ରାନ୍ସର ଗବେଷକମାନେ ଏହି IHU ପରିବର୍ତ୍ତିତ ରୂପକୁ B.୧.୬୪୦.୨ ପ୍ରକାର ରୂପେ ଶ୍ରେଣୀଭୁକ୍ତ କରିଛନ୍ତି I ଏହାକୁ ଏବେ ପୂର୍ବରୁ ଜଣାଥିବା କରୋନା ଭୂତାଣୁର ଗୋଟିଏ ପରିବର୍ତ୍ତିତ ବଂଶ B.୧.୬୪୦ର ଏକ ଉପବଂଶ ରୂପେ ବିବେଚନା କରାଯାଉଛି। B.୧.୬୪୦ ବଂଶ କରୋନାର ଏକ ନୂଆ ରୂପ ନୁହେଁ, ବରଂ ଏହି ବଂଶର ଚିହ୍ନଟ ସର୍ବପ୍ରଥମେ ୨୦୨୧ ମସିହା ଜାନୁୟାରୀ ମାସରେ କରାଯାଇଥିଲା। ଏହି ବଂଶର ଭୂତାଣୁ ଦ୍ୱାରା ଅନେକ ଦେଶରେ ମାମଲା ନଜରକୁ ଆସିଲାଣି। ଆମ ଦେଶରେ ମଧ୍ୟ ଏହି ବଂଶର ଗୋଟିଏ ମାମଲା ଚିହ୍ନଟ କରାଯାଇଛି। ଏହି ବଂଶର ସର୍ବାଧିକ ମାମଲା ଫ୍ରାନ୍ସ, କଙ୍ଗୋ, ଜର୍ମାନୀ ଏବଂ ବ୍ରିଟେନ୍‌ ଗଣରାଜ୍ୟରେ ମିଳିଥିଲାବେଳେ ସର୍ବାଧିକ ପ୍ରସାର ହାର କଙ୍ଗୋରେ ପରିଲକ୍ଷିତ ହୋଇଛି, ଯେଉଁଠାରେ ୪୫୪ ଥର ଜିନୋମ୍‌ ବର୍ଗୀକରଣ ମାମଲା ନଜରକୁ ଆସିଛି।
ଆଇଏଚ୍‌ୟୁ ଚିନ୍ତାଜନକ କାହିଁକି: ଏହି ନୂତନ ରୂପର ଜିନୋମ୍‌ରେ ମୂଳ ସଂରଚନା ତୁଳନାରେ ପ୍ରାୟ ୪୬ ପ୍ରକାରର ଆକସ୍ମିକ ପରିବର୍ତ୍ତନ ଏବଂ ଜିନ୍‌ ଗଠନର ମୁଖ୍ୟ ଉପାଦାନ ନ୍ୟୁକ୍ଲୀୟ ଏସିଡ୍‌ରେ ୩୭ଟି ଏକକର ସମ୍ପୂର୍ଣ୍ଣ ଅପସାରଣ ଘଟିଛି, ଯେଉଁଥିରୁ ଅଧିକାଂଶ ପରିବର୍ତ୍ତନ କେବଳ ସ୍ପାଇକ୍‌ ପ୍ରୋଟିନ୍‌ରେ ହିଁ ଦେଖିବାକୁ ମିଳିଛି। ଏହାର ଏମିନୋ ଅମ୍ଳରେ ୩୦ଟି ପ୍ରତିସ୍ଥାପନ ଏବଂ ୧୨ଟି ଅପସାରଣ ପ୍ରକ୍ରିୟା ଯୋଗୁ ଭୂତାଣୁର ଜିନୀୟ ସଙ୍କେତରେ ଏଭଳି ଆକସ୍ମିକ ପରିବର୍ତ୍ତନ ମାନ ଘଟିଛି। ‘ଆଇଏଚ୍‌ୟୁ’ର ଜିନୀୟ ସଙ୍କେତରେ ଏହି ପରିବର୍ତ୍ତନ ସଂଖ୍ୟା ସାରା ବିଶ୍ୱରେ ଆତଙ୍କ ରଚିଥିବା ଓମିକ୍ରନଠାରୁ ମଧ୍ୟ ଅଧିକ। ଉଲ୍ଲେଖଯୋଗ୍ୟ, ଏହି ସ୍ପାଇକ୍‌ ପ୍ରୋଟିନ୍‌ ଅଙ୍ଗ ଜରିଆରେ ଭୂତାଣୁ ବ୍ୟକ୍ତି ଶରୀରର ଫୁସ୍‌ଫୁସ୍‌ କୋଷିକା ସହିତ ସଂଯୁକ୍ତ ହୋଇ ଶରୀର ମଧ୍ୟରେ ସହଜରେ ପ୍ରବେଶ କରିଥାଏ ଏବଂ ଅଧିକାଂଶ ପ୍ରଚଳିତ ଟିକା ମୂଳ ଚାଇନା ଭୂତାଣୁର ଏହି ସ୍ପାଇକ୍‌ ପ୍ରୋଟିନ୍‌କୁ ହିଁ ଟାର୍ଗେଟ୍‌ କରିଥା’ନ୍ତି। ଭୂତାଣୁର ଏହି ନୂତନ ରୂପରେ ସ୍ପାଇକ୍‌ ପ୍ରୋଟିନ୍‌ର ଅନେକ ପରିବର୍ତ୍ତନ ଘଟିସାରି ଥିବାରୁ ଏବେକାର ଅଧିକାଂଶ ଟିକା ଦ୍ୱାରା ସୃଷ୍ଟି ହେଉଥିବା ଶରୀରର ପ୍ରତିରୋଧକ ବ୍ୟବସ୍ଥା ଭୂତାଣୁକୁ ମୁକାବିଲା କରିବାରେ ସକ୍ଷମ ହେବେ ନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ନୂଆ ରୂପର ସ୍ପାଇକ୍‌ ପ୍ରୋଟିନରେ ‘N୫୦୧Y’ ଏବଂ ‘E୪୮୪K’ ସମେତ ୧୪ଟି ଏମିନୋ ଅମ୍ଳ ପ୍ରତିସ୍ଥାପନ ଏବଂ ୯ଟି ଅପସାରଣ ଘଟଣା ଦେଖିବାକୁ ମିଳିଛି। ସ୍ପାଇକ୍‌ ପ୍ରୋଟିନରେ N୫୦୧Y ପ୍ରତିସ୍ଥାପନ ପ୍ରକ୍ରିୟା ଯୋଗୁ ଭୂତାଣୁ ସହଜରେ ଫୁସ୍‌ଫୁସ୍‌ ସହିତ ସଂଯୋଗ ହୋଇ ଶରୀରରେ ପ୍ରବେଶ କରିପାରିବ; ଫଳରେ ଏହି ନୂତନ ରୂପର ସଂକ୍ରମଣ ହାର ଯଥେଷ୍ଟ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ସ୍ପାଇକ୍‌ ପ୍ରୋଟିନ୍‌ରେ E୪୮୪K ପ୍ରତିସ୍ଥାପନ ଘଟଣା ଯୋଗୁ ଭୂତାଣୁ ସହଜରେ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ପ୍ରତିହତ କରିପାରିବ, ଯାହାଫଳରେ ଏହା ବିରୋଧରେ ଏବେକାର ଅଧିକାଂଶ ଟିକା କାର୍ଯ୍ୟ କରିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଏ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଭୂତାଣୁର ଏଇ ନୂତନ ରୂପ ‘ଆଇଏଚ୍‌ୟୁ’କୁ ଏପର୍ଯ୍ୟନ୍ତ କୌଣସି ଶ୍ରେଣୀ ଯଥା ଚିନ୍ତାଜନକ କିମ୍ବା ଆଗ୍ରହଜନକ ରୂପେ ଘୋଷଣା କରିନାହିଁ, ବରଂ ଏହାକୁ ଗମ୍ଭୀରତା ପୂର୍ବକ ଅନୁଧ୍ୟାନ କରୁଛି। ମାତ୍ର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଗତ ନଭେମ୍ବର ମାସରେ ଏହି ଭୂତାଣୁର ମୂଳ ବଂଶ ‘B.୧.୬୪୦’କୁ ତଦାରଖରେ ରଖାଯାଇଥିବା ପରିବର୍ତ୍ତିତ ରୂପ ରୂପେ ଘୋଷଣା କରିଛି।
ନୂତନ ପରିବର୍ତ୍ତିତ ରୂପ ଯୋଗୁ ବିପଦ: ଭୂତାଣୁର ଜିନୀୟ ସ୍ତରରେ ହେଉଥିବା ଆକସ୍ମିକ ପରିବର୍ତ୍ତନକୁ ମ୍ୟୁଟେସନ୍‌ କହନ୍ତି। ଭୂତାଣୁ ମନୁଷ୍ୟ ଶରୀର ମଧ୍ୟରେ ପ୍ରବେଶ କରି ଯେତେ ଥର ବହୁଗୁଣିତ ହେଉଥିବ, ମ୍ୟୁଟେସନ୍‌ ପ୍ରକ୍ରିୟା ଜରିଆରେ ନୂଆ ନୂଆ ରୂପ ସୃଷ୍ଟି ହେବାର ସମ୍ଭାବନା ସେତେ ଅଧିକ ରହିଥାଏ। ଏହି ପ୍ରକ୍ରିୟା ଯୋଗୁ ଭୂତାଣୁର ନୂଆ ନୂଆ ପରିବର୍ତ୍ତିତ ରୂପମାନ କ୍ରମାଗତ ସୃଷ୍ଟି ହେଉଛନ୍ତି। ସେଥିମଧ୍ୟରୁ ଅଧିକାଂଶ ରୂପ ମଣିଷ ପାଇଁ ବିପଦର ସଙ୍କେତ ବହନ କରୁ ନ ଥିଲାବେଳେ ଡେଲ୍ଟା ଓ ଓମିକ୍ରନ୍‌ ଭଳି କିଛି ଅବତାର ଘୋର ଘାତକ ସାବ୍ୟସ୍ତ ହେଉଛନ୍ତି। ସୌଭାଗ୍ୟକ୍ରମେ, ‘ଆଇଏଚ୍‌ୟୁ’ର ଉପସ୍ଥିତି ସାରା ବିଶ୍ୱରେ ପ୍ରସାର ହୋଇପାରି ନାହିଁ। ଏବେ ଏହି ନୂତନ ପ୍ରକାର ଭୂତାଣୁ ଉପରେ ଗବେଷଣା ଜାରି ରହିଛି ଏବଂ ଏହା ଆଗାମୀ ଦିନରେ ମଣିଷ ସମାଜ ପାଇଁ କେଉଁ ରୂପରେଖ ନେବ ତାହା କେବଳ ସମୟ ହିଁ କହିପାରିବ।

ନିକୁଞ୍ଜ ବିହାରୀ ସାହୁ
– ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?