Posted inଜାତୀୟ

ସ୍ବାସ୍ଥ୍ୟସେବା: ଓଡ଼ିଶା ତଳୁ ତୃତୀୟ

ନୂଆଦିଲ୍ଲୀ, ୨୮ା୧୨: ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବଡ଼ ରାଜ୍ୟଗୁଡ଼ିକୁ ନେଇ ପ୍ରସ୍ତୁତ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରି ନମ୍ବର ୧ରେ ରହିଛି। ଉତ୍ତରପ୍ରଦେଶରେ ଏହି ସେବା ସବୁଠାରୁ ଖରାପ ସ୍ତରରେ ରହିଛି। ତାମିଲନାଡ଼ୁ ଏବଂ ତେଲଙ୍ଗାନା ସ୍ବାସ୍ଥ୍ୟ ପାରାମିଟରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ନୀତି ଆୟୋଗର ଚତୁର୍ଥ ପର୍ଯ୍ୟାୟ ସ୍ବାସ୍ଥ୍ୟ ସୂଚକାଙ୍କରୁ ଜଣାପଡ଼ିଛି। ୨୦୧୯-୨୦ ବର୍ଷରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବଡ଼ ଓ ଛୋଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଦର୍ଶନ ଆଧାରରେ ରିପୋର୍ଟକୁ ୩ ଭାଗରେ ବିଭକ୍ତ କରାଯାଇଛି।
ଥିଙ୍କ୍‌ ଟ୍ୟାଙ୍କ୍‌ ରିପୋର୍ଟ ଅନୁସାରେ, ସାମଗ୍ରିକ ପ୍ରଦର୍ଶନରେ ବିହାର ଓ ମଧ୍ୟପ୍ରଦେଶର ସ୍ଥିତି ମଧ୍ୟ ଭଲନାହିଁ। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମ ସବୁଠୁ ଭଲ ପ୍ରଦର୍ଶନ କରିଥିବାବେଳେ ନାଗାଲାଣ୍ଡ ତାଲିକାର ନିମ୍ନରେ ରହିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ଶୀର୍ଷରେ ରହିଥିବାବେଳେ ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳି ଦ୍ୱିତୀୟ ଏବଂ ତୃତୀୟରେ ଦିଲ୍ଲୀ ରହିଛି। ପୁଡ଼ୁଚେରୀ ଏବଂ ଜମ୍ମୁ-କଶ୍ମୀର ସାମଗ୍ରିକ ପ୍ରଦର୍ଶନରେ ତାଲିକାର ତଳେ ରହିଛନ୍ତି। ୨୦୧୮-୧୯ ତୁଳନାରେ ଉତ୍ତରପ୍ରଦେଶର ସ୍ବାସ୍ଥ୍ୟ ମାନକରେ ସୁଧାର ଆଣିବାରେ ଏକ ନମ୍ବର ରାଜ୍ୟ ହୋଇପାରିଛି। ରାଜସ୍ଥାନ ଉଭୟ ସାମଗ୍ରିକ ପ୍ରଦର୍ଶନ ଏବଂ ସ୍ବାସ୍ଥ୍ୟସେବା ସୁଧାର ମାନକରେ ଖରାପ ପ୍ରଦର୍ଶନ କରିଛି। ଛୋଟ ରାଜ୍ୟଗୁଡ଼ିକରେ ମିଜୋରାମ ସହ ତ୍ରିପୁରା ମଧ୍ୟ ଭଲ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟସେବା ପ୍ରଦାନରେ ଉନ୍ନତି କରିଛନ୍ତି।
ସ୍ବାସ୍ଥ୍ୟ ସୂଚକାଙ୍କ ସ୍କୋର ଅନୁସାରେ, ୨୦୧୯-୨୦ ବର୍ଷରେ ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ କେରଳକୁ ସର୍ବାଧିକ ୭୪.୬୫ ନମ୍ବର ମିଳିଛି। ଏହା ତଳକୁ ଆନ୍ଧ୍ର ପ୍ରଦେଶକୁ ୬୫.୩୧, ମହାରାଷ୍ଟ୍ରକୁ ୬୪.୫୩, ଗୁଜରାଟକୁ ୬୩.୭୨, ପଞ୍ଜାବକୁ ୬୩.୪୧, ହିମାଚଳ ପ୍ରଦେଶକୁ ୬୩.୧୦ ନମ୍ବର ଦିଆଯାଇଛି। ଏହି ତାଲିକାର ସବୁଠୁ ତଳେ ଥିବା ଉତ୍ତରପ୍ରଦେଶ ୨୯.୧୬ ସ୍କୋର କରିଥିବାବେଳେ ବିହାର ୩୨.୪୩, ଓଡ଼ିଶା ୩୬.୩୫, ମଧ୍ୟପ୍ରଦେଶ ୩୮.୬୯, ଉତ୍ତରାଖଣ୍ଡ ୩୯.୬୧ ନମ୍ବର ହାସଲ କରିଛି। ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ମିଜୋରାମର ସ୍କୋର ସର୍ବାଧିକ ୭୪.୯୮ ରହିଛି। ଏହା ତଳକୁ ମଣିପୁର ୬୦.୫୯, ମେଘାଳୟ ୫୫.୯୫, ଗୋଆ ୫୧.୯୦ ନମ୍ବର ହାସଲ କରିଛି। ଏହି ତାଲିକାର ନିମ୍ନରେ ଥିବା ନାଗାଲାଣ୍ଡ ୩୮.୫୧ ସ୍କୋର କରିଛି। ସେହିପରି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଚଣ୍ଡିଗଡ଼ ସର୍ବାଧିକ ୬୭.୦୮ ସ୍କୋର କରିଛି। ଏହା ତଳକୁ ଦାଦ୍ରା ଏବଂ ନଗର ହାବେଳିକୁ ୬୦.୭୩, ଦିଲ୍ଲୀକୁ ୫୨.୨୨, ଡାମନ ଡ୍ୟୁକୁ ୫୧.୦୪ ନମ୍ବର ମିଳିଛି। ପୁଡୁଚେରୀ ୩୧.୮୭ ସ୍କୋର କରି ତାଲିକାର ଶେଷରେ ରହିଛି। ୨୪ ମାନଦଣ୍ଡକୁ ଉପରେ ଏହି ରିପୋର୍ଟ ଆଧାରିତ। ବିଶ୍ୱ ବ୍ୟାଙ୍କର ବୈଷୟିକ ସହାୟତା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହଯୋଗରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?