Advertisement

ଶନିମନ୍ଦିରକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୁନା କଳସ ଦାନ ଚର୍ଚ୍ଚା

ଝାରସୁଗୁଡ଼ା ଅଫିସ୍‌,୨୪ା୧:ମହାରାଷ୍ଟ୍ର ଅହମ୍ମଦନଗର ଜିଲାର ଶନିସିଙ୍ଗଣାପୁରସ୍ଥିତ ଶନିମନ୍ଦିରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ତାଙ୍କ ପରିବାର ଅମାବାସ୍ୟା ତିଥିରେ ଶନି ଅଭିଷେକ କରି ପୂଜାର୍ଚ୍ଚନା କରିିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଏକ ସୁନା କଳସ ଦାନ କରିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି ା ଏହି କଳସ ୧କିଲୋ ୭ଶହ ଗ୍ରାମ ସୁନା ସହିତ ୫ କିଗ୍ରା ରୁପାରେ ନିର୍ମିତ। ଏହାର ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ମନ୍ଦିର ଟ୍ରଷ୍ଟ ତରଫରୁ ଗୋପନ ରଖିବାପାଇଁ କୁହାଯାଇଥିବାବେଳେ ଏବେ ଏହା ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଫଟୋଚିତ୍ରରେ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କଳସ ଦାନ କରୁଥିବା ସ୍ପଷ୍ଟ ହୋଇଛି। ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଦାସ କହିଛନ୍ତି, ଭାରତର ହିନ୍ଦୁଧର୍ମରେ ସର୍ବଶେଷ୍ଠ ପୀଠ ଶନିଦେବତା ା ଏଠାକୁ ଲକ୍ଷାଧିକ ଲୋକ ଆସି ଶନିଦେବଙ୍କ ଶରଣ ପସନ୍ତି। ମୁଁ ମଧ୍ୟ ଅମାବାସ୍ୟା ଦିନରେ ଶନିପୀଠକୁ ଯାଇ ଦର୍ଶନ କରିଥିଲି। ସୋରିଷ ତେଲର ଏକ କଳସ ଦିଆଯାଏ। ଏଥିପାଇଁ ସେ ୧୦ଲକ୍ଷ ଟଙ୍କା ଦାନ କରିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପକ୍ଷରୁ କୁଷ୍ଠାଶ୍ରମରେ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶ୍ୱର ଅଫିସ, ୫।୫-ଦେଶରେ ଲକଡାଉନ ଅବଧି ବୃଦ୍ଧି କରାଯାଇଥିଲା ବେଳେ ବାଲେଶ୍ୱର ଜିଲା ବାମପଦାସ୍ଥିତ କୁଷ୍ଠାଶ୍ରମରେ ରହୁଥିବା ଶତାଧିକ ଅନ୍ତେବାସୀଙ୍କ ଦୁଃଖ ବଢ଼ିଯାଇଛି। ସେମାନେ ମୁଖ୍ୟତଃ...

ଅର୍ଥ ଅମଳ କରୁଛି ପୌରପାଳିକା : ବସିବାଯୋଗ୍ୟ ନୁହେଁ ତାଳଚେର ବସ୍‌ଷ୍ଟାଣ୍ଡ

ତାଳଚେର,୧୬ା୫(ନି.ପ୍ର.)- କଳାହୀରାର ସହର ତାଳଚେର। ଏଠାରେ ଅଛି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ। ଅର୍ଥର ଆଦୌ ଅଭାବ ନାହିଁ କହିଲେ ଚଳେ। ଜିଲା ଖଣିଜ ପାଣ୍ଠି ଅର୍ଥ...

ଗହମ ବୋଝେଇ ପିକ୍‌ଅପ୍‌ ଜବତ, ଡ୍ରାଇଭର ଅଟକ

ଭଦ୍ରକ ଅଫିସ,୧ା୬: ରବିବାର ରାତିରେ ଚୋରା ଚାଲାଣ ସନ୍ଦେହରେ ଗହମ ବୋଝେଇ ପିକ୍‌ଅପ୍‌ ଜବତ କରିଛି ଭଦ୍ରକ ଜିଲା ଧାମନଗର ପୋଲିସ। ପିକ୍‌ଅପ୍‌ଟି ୪୨ବସ୍ତା ଗହମ...

କ୍ଷେତରେ ଚାଲିଗଲା ଚାଷୀଙ୍କ ଜୀବନ

ସଇଁତଳା,୪।୭: ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ପିପୃଟ କୁସମମୁଣ୍ଡା ଗାଁରେ ବଜ୍ରପାତ ଘଟି ରବିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ...

୨୪ ଘଣ୍ଟାରେ ମାସ୍କ ନ ପିନ୍ଧି ଦେଲେ ୧ଲକ୍ଷ ଟଙ୍କାରୁ ଅଧିକ ଜରିମାନା

ଛତ୍ରପୁର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ କୋଭିଡ-୧୯ ଗାଇଡଲାଇନ୍‌ ଓ ଲକଡାଉନ ନିୟମକୁ କାର୍ଯ୍ୟକାରୀ ପାଇଁ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମ...

ଫୁଲବାଣୀରେ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି

ଫୁଲବାଣୀ ଅଫିସ,୩୧ା୧- ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ଗୁରୁବାର ଫୁଲବାଣୀରେ ପହଞ୍ଚତ୍ଛନ୍ତି। ଅପରାହ୍ନ...

ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତସହିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ସମିଆ, ଶାଳପଡ଼ା ଓ ବୈରୀ ପଞ୍ଚାୟତରେ ବ୍ୟାପକ ଭାବରେ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି।...

ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ: ୭୫ ଦାଦନ ଶ୍ରମିକ, ୧୦ ନାବାଳକଙ୍କୁ ଉଦ୍ଧାର କଲା ପୋଲିସ

ଖଡିଆଳ,୪।୧: ନୂଆପଡ଼ା ଜିଲା ଖଡିଆଳ ଥାନା ଅଧିନ ରାଣୀପୁର ନିକଟରେ ଥିବା ଏକ ଢ଼ାବା ପାଖରୁ ଖଡିଆଳ ପୋଲିସ ସୋମବାର ୭୫ ଜଣ ଦାଦନ ଶ୍ରମିକ...

Advertisement
Archives

Model This Week