କରୋନା ଟିକା ନେବା ହେଲା ଏପରି ଅବସ୍ଥା, ଅଭିନେତ୍ରୀ ମାଗିଲେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାହାଯ୍ୟ

ମୁମ୍ବାଇ: ସମଗ୍ର ଦେଶରେ କରୋନା ଟିକାକରଣ ଜାରି ରହିଛି। କିଛି ବଲିଉଡ୍‌ ଅଭିନେତ୍ରୀ କରୋନା ଟିକା ଲଗାଇ ସାରିଛନ୍ତି। ଏଥିମଧ୍ୟରୁ ଅଭିନେତ୍ରୀ ଆହାନା କୁମରାଙ୍କ ମା-ବାପା କରୋନା ଟିକା ନେଇଥିଲେ। ବର୍ତ୍ତମାନ ଏହି ଟିକାକରଣର ପ୍ରମାଣପତ୍ର ହାସଲ କରିବାକୁ ନାନା ଅସୁବିଧା ଦେଖାଦେଇଛି। ଆହାନା ଏନେଇ ଟୁଇଟ୍‌ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହାୟତା ମାଗିଛନ୍ତି।

ଆହାନା ଟୁଇଟ୍‌ କରି କହିଛନ୍ତି, ‘ ମୋ ବାପା ସୁଶୀଲ କୁମାର କୁମରା ଏବଂ ମା ବାଲ୍ୟାନ କୁମରା ୯ ମାର୍ଚ୍ଚ ସକାଳ ୧୦ଟା ୫୩ରେ @bkchospitalରେ କରୋନା ଟିକା ନେଇଥିଲେ। ମାତ୍ର ଏହି ସମୟ ଭୁଲ ଦେଖାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକାକରଣ ସାର୍ଟିଫିକେଟ ଡାଉନଲୋଡ ହୋଇନାହିଁ। କେହି ସାହାଯ୍ୟ କରିବେ କି?

ତାଙ୍କ ଟୁଇଟ୍‌ ଉପରେ ଜଣେ ୟୁଜର ଲେଖିଛନ୍ତି, ସବୁଠୁ ଭଲ ହେବ ଆଉ ଥରେ ଯାଞ୍ଚ କରିନିଅନ୍ତୁ। ୟୁଜରଙ୍କ ଏହି ଟୁଇଟ୍‌ ପରେ ଆହାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହାୟତା ମାଗି ଲେଖିଛନ୍ତି, ମୁଁ ସେଣ୍ଟରରେ ପଚାରିସାରିଛି। ମାତ୍ର ଏଠାରୁ କୌଣସି ଉତ୍ତର ମିଳୁନାହିଁ। ଏଥିସହିତ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆହାନା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ପରେ ଆହାନା ଜଣାଇବେ ବୋଲି ଟୁଇଟ୍‌ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ନିଗମଙ୍କ ଘରୁ ଚୋରି

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି। ତାଙ୍କ ବାପା ଅଗମ କୁମାର ନିଗମ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ସୋନୁଙ୍କ ଘରୁ...

ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ

ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍‌ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍‌ହାନ ଅଖ୍‌ତର,...

କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ...

ପୃଥ୍ୱିରାଜରେ ୫-୬ କିଲୋ ଓଜନର ପୋଷାକ ପିନ୍ଧିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ଅଭିନେତ୍ରୀ ମାନୁଷି ଚ୍ଛଲର ଏବେ ତାଙ୍କ ଅଭିନୀତ ଫିଲ୍ମ ‘ପୃଥ୍ୱିରାଜ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ।...

ଘୋଡ଼ା ଚଢ଼ିବା ବେଳେ ଚେତାଶୂନ୍ୟ ହେଲେ ରଣଦୀପ

ବମ୍ବେ: ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଅସୁସ୍ଥ। ତାଙ୍କୁ ଚିକିତ୍ସା ଲାଗି କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘୋଡ଼ା ଚଢ଼ୁଥିବା ବେଳେ ସେ...

ଗରିବ ପିଲାଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ବବି ଦେୱଲ

`ମୁମ୍ବାଇ: ପିତା ଧର୍ମେନ୍ଦ୍ର ଓ ଭାଇ ସନ୍ନି ଦେୱଲଙ୍କ ଭଳି ବଡ ପରଦାରେ ସେତେଟା ହିଟ୍ ହୋଇପାରି ନାହାନ୍ତି ବବି ଦେୱଲ । ହେଲେ ଓଟିଟି...

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌...

ଓଟିଟିରେ ରିଲିଜ୍‌ ହେଲା ‘ବିକ୍ରମ’

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ପ୍ରେକ୍ଷାଳୟରେ ରିଲିଜ ହେବା ପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ଜୁନ୍‌ ୩ରେ ରିଲିଜ୍‌...

Advertisement
Archives

Model This Week