୩ କୋଟି କିଶୋର ନେଲେଣି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ନୂଆଦିଲ୍ଲୀ,୧୩ ।୧: ଦେଶରେ କରୋନା ଟିକାକରଣ ଦ୍ରୁତ ଗତିରେ ଚାଲିଛି । ୧୫ରୁ ୧୮ ବର୍ଷ କିଶୋରମାନେ ଭ୍ୟାକ୍ସିନ ନେବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି, ଏପର୍ଯ୍ୟନ୍ତ ଦେଶରେ ୩ କୋଟି କିଶୋର କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇ ସାରିଲେଣି, ଯାହା ଆମ ପାଇଁ ଖୁସି ଖବର । ମାଣ୍ଡବିୟ ଟୁଇଟ୍ କରି କହିଛନ୍ତି ଯୁବା ଦେଶର ଭବିଷ୍ୟତ । ତେଣୁ ସେମାନେ ସୁସ୍ଥ ରହିବା ଜରୁରୀ । ଏବେ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରାଯାଇଥିବା ବେଳେ ଏମାନେ ଏଥିପାଇଁ ଯେଉଁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ସମସ୍ତଙ୍କୁ ଖୁସି ଦେଉଛି ବୋଲି ମାଣ୍ଡବିୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଆସନରେ ଊପ ନିର୍ବାଚନ, ଇଣ୍ଡିଆ-ଏନଡିଏ ମଧ୍ୟରେ କଡା ମୁକାବିଲା

ଲକ୍ଷ୍ନୌ,୨୧।୭: ଉତ୍ତର ପ୍ରଦେଶରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁଁ ସମାଜବାଦୀ ପାର୍ଟି-କଂଗ୍ରେସ...

ଅସୁବିଧାରେ ଅଛନ୍ତି ନୀତୀଶ କୁମାର

ପାଟନା,୨୧।୭: ଆରଜେଡି କହିଛି ଯେ ଗ୍ରାଣ୍ଡ ଆଲାଏନ୍ସ ସରକାର ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭବିଷ୍ୟତର ସ୍ବପ୍ନ ସହିତ ଏନଡିଏରେ ଯୋଗ ଦେଇଥିଲେ ଏବଂ...

ପ୍ରବଳ ବର୍ଷା ଯୋଗୁ ୩୬ ବିମାନ ଉଡାଣ ବାତିଲ

ମୁମ୍ବାଇ,୨୧।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ବିମାନ ସେବା ବ୍ୟାହତ ହୋଇଛି। ପିଟିଆଇ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ପାଣିପାଗକୁ ଦୃଷ୍ଟିରେ ରଖି...

ଜିତନ ରାମଙ୍କ ଟାର୍ଗେଟରେ ନୀତୀଶ କୁମାର

ପାଟନା,୨୧।୭: ଲୋକ ସଭା ନିର୍ବାଚନ ପରେ ବିହାରର ରାଜନୀତି, ବିଶେଷ କରି ଏନଡିଏ ଭିତରେ ପୁଣିଥରେ ପରିବର୍ତ୍ତନ ଆରମ୍ଭ ହୋଇଛି। ଗତ ଲୋକ ସଭା ନିର୍ବାଚନରେ...

ସାରା ବିଶ୍ୱରେ ରାହୁଲ ଏକମାତ୍ର ଉଦାହାରଣ, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ନେଇ ଭାଜପା ସକ୍ରିୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ବର୍ତ୍ତମାନ...

୨୦୩୪ ସୁଦ୍ଧା ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ବିକାଶ ଦିବ୍ୟକିର୍ତ୍ତୀ

ନୂଆଦିଲ୍ଲୀ,୨୧।୭: ଶିକ୍ଷକ, ଲେଖକ ତଥା ଦୃଷ୍ଟି ଆଇଏଏସର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ ନ୍ୟୁଜ ଏଜେନ୍ସି ଏଏନଆଇର ପୋଡକାଷ୍ଟରେ ଶିକ୍ଷା, ନିଟ ପେପର ଲିକ, ସଂରକ୍ଷଣ ସମେତ...

ରାହୁଲ ଗାନ୍ଧୀଙ୍କୁ ମିଳିବ ଏହି ପୁରସ୍କାର

ନୂଆଦିଲ୍ଲୀ,୨୧ା୭: ରାଏବରେଲିର କଂଗ୍ରେସ ଏମ୍‌ପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଓମେନ ଚାଣ୍ଡିଙ୍କ ସ୍ମୃତିରେ...

ଦୁର୍ନୀତିର ମାଷ୍ଟରମାଇଣ୍ଡ ହେଉଛନ୍ତି ଶରଦ ପାଓ୍ବାର: ଶାହା

ପୁଣେ,୨୧।୭: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ଶରଦ ପାୱାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ତାଙ୍କୁ ରାଜନୈତିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି। ମରାଠା ସଂରକ୍ଷଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri