ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ କିମ୍ବା ଗାଁ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନାହିଁ। ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତ ସପନ ହୋଇଯାଇଛି। ଏପରି ଏକ ଗାଁ ଦେଖିବାକୁ ମିଳିଛି ଉପାନ୍ତ ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା କମାର (ପହରିଆ) ସମ୍ପ୍ରଦାୟର ଗଡଗଡା ଗଁାରେ। ଏହି ଗାଁରେ ୪୦ ପରିବାରର ୩ ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ସେମାନେ ମୁଖ୍ୟତ ବାଉଁଶରେ ବିଭିନ୍ନ ଘର କରଣି ସମଗ୍ରୀ ତିଆରି କରି ବଜାର ବା ଗାଁରେ ବୁଲି ବିକ୍ରୟ କରି ପରିବାର ଚଳନ୍ତି। ଜଙ୍ଗଲରେ ବାଉଁଶ ମିଳୁ ନ ଥିବାରୁ ତାଙ୍କ କୌଳିକ ବୃତ୍ତି ଲୋପ ପାଇ ଗଲାଣି। ବର୍ଷା ଋତୁରେ ଚାଷ କାମ କରି ଅମଳ ପରେ ଦାଦନ ଯିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଗାଁର ୫୦ରୁ ଊର୍ଦ୍ଧ୍ୱ ବାହାର ରାଜ୍ୟକୁ କାମ ଅନ୍ବେଷଣରେ ଯାଇଛନ୍ତି। ଗାଁକୁ ଯିବା ପାଇଁ ଭଲ ମଧ୍ୟ ନାହିଁ। ଗାଁରେ ଶୂନରୁ ୬ ବର୍ଷର ୩୦ରୁ ଊର୍ଦ୍ଧ୍ୱ ପିଲା ରହିଛନ୍ତି। ସେମାନଙ୍କ ପାଇଁ ଅଙ୍ଗନୱାଡି କର୍ମୀ ନିଯୁକ୍ତ ହୋଇଛନ୍ତି। ଅଙ୍ଗନୱାଡି ଗୃହ ନ ଥିବାରୁ ଗଛ ମୂଳେ ବା ଅନ୍ୟ କାହା ଘରେ ପିଲାମାନଙ୍କୁ ପ୍ରାକ ଶିକ୍ଷା ଦିଆଯାଉଛି। ଅଙ୍ଗନୱାଡି ଗୃହ ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର ହୋଇ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଯାଏ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆ କରି ପଡିରହିଛି। ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ ୨୦୨୦ ଜୁନ ୨୯ ଓ କାର୍ଯ୍ୟ ଶେଷ ତାରିଖ ୨୦୨୧ ଜୁନ ୨୫ ରହିଥିବା ବେଳେ ବର୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନାହିଁ। ବିଦ୍ୟାଳୟ ନ ଥିବାରୁ ପିଲା ଅଙ୍ଗନୱାଡି କେନ୍ଦ୍ରରୁ ବାହାରିବା ପରେ ପଢି ପାରୁନାହିଁ। ଗାଁରେ ଶିକ୍ଷିତ ଯୁବତୀ କିମ୍ବା ଯୁବକ ନାହାନ୍ତି। ସୁନାବେଡା କିମ୍ବା ଚେରେଚୂଆଁକୁ ପାହାଡିଆ ଜଙ୍ଗଲ ରାସ୍ତା ଦେଇ ୧୦ରୁ ୧୫ କି.ମି. ଯିବାକୁ ପଡେ। ପାହାଡିଆ ଜଙ୍ଗଲ ରାସ୍ତାରେ ପିଲା ଚାଲି ସ୍କୁଲ ଯିବା କାଠିକର ପାଠ। ଗଁାର ଜାନି ପହରିଆ (୬୦), କପୁର ପହରିଆ (୬୦), ଚଇତୁ ପହରିଆ (୬୨), କଳକଲେନ ପହରିଆ (୭୦), ସମର ପହରିଆ (୬୦), ରଇବାରୀ ପହରିଆ (୬୦), ରଇବାରୀ ପହରିଆ (୬୨), ଝୁଲେନ ପହରିଆ (୬୦) ଏପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧାବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ଗାଁ କିଛି ଲୋକଙ୍କୁ ଆବାସ ଗୃହ ମିଳିଛି। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାହାନ୍ତି। ଭୋଟ ସମୟରେ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ଭୋଟ ପରେ ଦେଖାମିଳେ ନାହିଁ ବୋଲି ଗାଁ ଜଣେ ବୃଦ୍ଧ ବୁଧୁ ପହରିଆ କହିଛନ୍ତି। ଏହି ଗାଁ ଉପରେ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସବୁ ସମସ୍ୟାର ସମାଧାନ କରିବା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?