ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ କିମ୍ବା ଗାଁ ପର୍ଯ୍ୟନ୍ତ ପହଞ୍ଚତ୍ ପାରୁନାହିଁ। ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତ ସପନ ହୋଇଯାଇଛି। ଏପରି ଏକ ଗାଁ ଦେଖିବାକୁ ମିଳିଛି ଉପାନ୍ତ ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା କମାର (ପହରିଆ) ସମ୍ପ୍ରଦାୟର ଗଡଗଡା ଗଁାରେ। ଏହି ଗାଁରେ ୪୦ ପରିବାରର ୩ ଶହରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିଛି। ସେମାନେ ମୁଖ୍ୟତ ବାଉଁଶରେ ବିଭିନ୍ନ ଘର କରଣି ସମଗ୍ରୀ ତିଆରି କରି ବଜାର ବା ଗାଁରେ ବୁଲି ବିକ୍ରୟ କରି ପରିବାର ଚଳନ୍ତି। ଜଙ୍ଗଲରେ ବାଉଁଶ ମିଳୁ ନ ଥିବାରୁ ତାଙ୍କ କୌଳିକ ବୃତ୍ତି ଲୋପ ପାଇ ଗଲାଣି। ବର୍ଷା ଋତୁରେ ଚାଷ କାମ କରି ଅମଳ ପରେ ଦାଦନ ଯିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଗାଁର ୫୦ରୁ ଊର୍ଦ୍ଧ୍ୱ ବାହାର ରାଜ୍ୟକୁ କାମ ଅନ୍ବେଷଣରେ ଯାଇଛନ୍ତି। ଗାଁକୁ ଯିବା ପାଇଁ ଭଲ ମଧ୍ୟ ନାହିଁ। ଗାଁରେ ଶୂନରୁ ୬ ବର୍ଷର ୩୦ରୁ ଊର୍ଦ୍ଧ୍ୱ ପିଲା ରହିଛନ୍ତି। ସେମାନଙ୍କ ପାଇଁ ଅଙ୍ଗନୱାଡି କର୍ମୀ ନିଯୁକ୍ତ ହୋଇଛନ୍ତି। ଅଙ୍ଗନୱାଡି ଗୃହ ନ ଥିବାରୁ ଗଛ ମୂଳେ ବା ଅନ୍ୟ କାହା ଘରେ ପିଲାମାନଙ୍କୁ ପ୍ରାକ ଶିକ୍ଷା ଦିଆଯାଉଛି। ଅଙ୍ଗନୱାଡି ଗୃହ ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର ହୋଇ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଯାଏ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆ କରି ପଡିରହିଛି। ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ତାରିଖ ୨୦୨୦ ଜୁନ ୨୯ ଓ କାର୍ଯ୍ୟ ଶେଷ ତାରିଖ ୨୦୨୧ ଜୁନ ୨୫ ରହିଥିବା ବେଳେ ବର୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ନାହିଁ। ବିଦ୍ୟାଳୟ ନ ଥିବାରୁ ପିଲା ଅଙ୍ଗନୱାଡି କେନ୍ଦ୍ରରୁ ବାହାରିବା ପରେ ପଢି ପାରୁନାହିଁ। ଗାଁରେ ଶିକ୍ଷିତ ଯୁବତୀ କିମ୍ବା ଯୁବକ ନାହାନ୍ତି। ସୁନାବେଡା କିମ୍ବା ଚେରେଚୂଆଁକୁ ପାହାଡିଆ ଜଙ୍ଗଲ ରାସ୍ତା ଦେଇ ୧୦ରୁ ୧୫ କି.ମି. ଯିବାକୁ ପଡେ। ପାହାଡିଆ ଜଙ୍ଗଲ ରାସ୍ତାରେ ପିଲା ଚାଲି ସ୍କୁଲ ଯିବା କାଠିକର ପାଠ। ଗଁାର ଜାନି ପହରିଆ (୬୦), କପୁର ପହରିଆ (୬୦), ଚଇତୁ ପହରିଆ (୬୨), କଳକଲେନ ପହରିଆ (୭୦), ସମର ପହରିଆ (୬୦), ରଇବାରୀ ପହରିଆ (୬୦), ରଇବାରୀ ପହରିଆ (୬୨), ଝୁଲେନ ପହରିଆ (୬୦) ଏପରି ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧାବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ଗାଁ କିଛି ଲୋକଙ୍କୁ ଆବାସ ଗୃହ ମିଳିଛି। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାହାନ୍ତି। ଭୋଟ ସମୟରେ ଅନେକ ନେତା ଆସି ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ଭୋଟ ପରେ ଦେଖାମିଳେ ନାହିଁ ବୋଲି ଗାଁ ଜଣେ ବୃଦ୍ଧ ବୁଧୁ ପହରିଆ କହିଛନ୍ତି। ଏହି ଗାଁ ଉପରେ ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ସବୁ ସମସ୍ୟାର ସମାଧାନ କରିବା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri