ଦ୍ୱିତୀୟ ଡୋଜ ଟିକା ନେଇଥିଲେ ବି ବଢୁଛି ସଂକ୍ରମଣ: ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଜମ୍ମୁ,୭ ।୧୧: ଜମ୍ମୁ-କଶ୍ମୀରରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ ସମୟରେ କୋଭିଡ ଏସ୍‌ଓପିର ଅବମାନନା କରିବା ଏବେ ମହଙ୍ଗା ପଡିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ପରିବାର ସଂକ୍ରମିତ ହେଉଥିବା ଦେଖାଯାଇଛି । ଜମ୍ମୁ ସହରର ସରୱାଲ ଓ ସଞ୍ଜୟ ନଗର ଅଞ୍ଚଳରେ ଶନିବାର ଗୋଟିଏ ଗୋଟିଏ ପରିବାରର ୫-୫ ଜଣ ଲୋକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଦୁଇଟି ଯାକ ପରିବାର କଶ୍ମୀର ପଣ୍ଡିତ ସମ୍ପ୍ରଦାୟର ବୋଲି ଜଣାପଡିଛି । ଶନିବାର ସେଠାରେ ୧୫୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସୂଚନାଯୋଗ୍ୟ, ଏମାନଙ୍କ ମଧ୍ୟରେ ଅଧିକାଂଶ ସଂକ୍ରମିତ ଦ୍ୱିତୀୟ ଡୋଜ ଟିକା ନେଇ ସାରିଛନ୍ତି । ହେଲେ ଉତ୍ସବ ସମୟରେ ସାମାଜିକ ଦୂରତା ରକ୍ଷା ନ କରିବା ଏମାନଙ୍କ ପାଇଁ ମହଙ୍ଗା ପଡିଛି । ତେବେ ଉତ୍ସବର ଋତୁ ଯିବା ପରେ ଆହୁରି ସଂକ୍ରମିତ ଚିହ୍ନଟ ହେବେବୋଲି କୁହାଯାଉଛି ।
ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତିତ ଥିବା ବେଳେ ଏବେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୩ କୁ ବୃଦ୍ଧି...

ଗେହଲଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚାଲିଛି ମନ୍ଥନ

ଜୟପୁର,୨୫ ।୭: ପଞ୍ଜାବ କଂଗ୍ରେସରେ କଳହ ସମ୍ପୂର୍ଣ୍ଣ ତୁଟି ନ ଥିବା ବେଳେ ଏପଟେ ରାଜସ୍ଥାନରେ ଆରମ୍ଭ ହୋଇ ଗଲାଣି ରାଜନୈତିକ ଉଷ୍ମତା । ଶନିବାର...

ଅକ୍ସିଜେନ ଅଭାବ ନୋଟିସ ଜାରି କରିବାରୁ ହସ୍ପିଟାଲ ବିରୋଧରେ ମାମଲା

ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ...

ଗୋରଖନାଥ ମନ୍ଦିରରେ ଚଢ଼ାଗଲା ୧୧କୁଇଣ୍ଟାଲ ଲଡୁ

ଲକ୍ଷ୍ନୌ,୨୫।୩: ଯୋଗୀ ଆଦିତ୍ୟନାଥ ମାର୍ଚ୍ଚ ୨୫ରେ ପୁଣି ଥରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୟୁପିରେ ଦୀର୍ଘ ୩୫ବର୍ଷ ପରେ କୌଣସି ଏକ...

ପାଇଲଟଙ୍କ ବିନା ଚାଲିବ ରାଜସ୍ଥାନ ସରକାର, ସତ୍ୟର ହେବ ବିଜୟ: ସଚିନ

ନୂଆଦିଲ୍ଲୀ,୧୪।୭: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଗଲା ସଚିନ ପାଇଲଟଙ୍କୁ। ଏବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିନା ପାଇଲଟରେ ରାଜସ୍ଥାନ ସରକାର ଚଳାଇବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ...

ଘରଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟୁଛନ୍ତି ଅଧିକାରୀ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଦେଉଛନ୍ତି ପରାମର୍ଶ

ରାଇକିଆ,୨୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭତ୍ତା ଟଙ୍କା ବଣ୍ଟନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କରୋନା ସଂକ୍ରମଣ ଆଶଙ୍କାରେ ରାଇକିଆ ସହର ତିନିଦିନ ହେଲା...

୬ ଦିନ ଶଟ୍‌ଡାଉନ୍‌ ଛତ୍ରପୁର ଏନ୍‌ଏସି

ଛତ୍ରପୁର,୨୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିକି ପଜିଟିଭ୍‌ମାନଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଜଣାପଡ଼ିଛି। ଏନେଇ ପ୍ରଶାସନର ଚିନ୍ତାବଢ଼ିଛି।...

୮୯ ଆପ୍‌ ବ୍ୟାନ୍‌ କଲା ଭାରତୀୟ ସେନା: ଫେସ୍‌ବୁକ୍‌, ପବଜୀ ସାମିଲ୍‌

ନୂଆଦିଲ୍ଲୀ,୯।୭: କିଛିଦିନ ପୂର୍ବରୁ ଭାରତ ସରକାର ୫୯ଟି ଚାଇନା ଆପ୍‌ ବ୍ୟାନ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସରକାରଙ୍କ ପରେ ଭାରତୀୟ ସେନା ମଧ୍ୟ ୮୯ଟି ଆପ୍‌କୁ...

Advertisement
Archives

Model This Week