ଡାକ୍ତର ଅଭାବରୁ ଚନ୍ଦାହାଣ୍ଡିରେ ଭୁଶୁଡ଼ିପଡିଛି ସ୍ବାସ୍ଥ୍ୟସେବା

ଚନ୍ଦାହାଣ୍ଡି, ୫।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲାର ଶେଷମୁଣ୍ଡରେ ତଥା ଜିଲା ମୁଖ୍ୟାଳୟରୁ ୧୨୨ କିମି ଦୂରରେ ଅବସ୍ଥିତ ଚନ୍ଦାହାଣ୍ଡି ବ୍ଲକ ପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ଚରମ ସୀମାରେ ପହଞ୍ଚତ୍ଛି। ଏଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ଟି ପିଏଚ୍‌ସିରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ହେତୁ ଏଠାରେ ସ୍ବାସ୍ଥ୍ୟସେବା ଏକରକମ ଭୁଶୁଡ଼ି ପଡ଼ିଛି। ଲୋକେ ଏବେ ସ୍ବାସ୍ଥ୍ୟସେବା ପାଇଁ ଧର୍ମଗଡ଼, ଉମରକୋଟ ଓ ନବରଙ୍ଗପୁର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଡାକ୍ତର ନିଯୁକ୍ତି ନ ହେଲେ ଜନ ଆନ୍ଦୋଳନ ହେବାର ଆଶଙ୍କା ରହିଛି।
ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ତତ୍କାଳୀନ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁ ଓ ଅନ୍ୟ ୨ଜଣ ଡାକ୍ତର ପିଜି ପଢିବାକୁ ଅନ୍ୟତ୍ର ଚାଲି ଯାଇଛନ୍ତି। ତାଙ୍କ ସ୍ଥାନରେ କାହାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ମେଡିକାଲ୍‌ ଅଫିସର ଦାୟିତ୍ୱ ଦିଆଯାଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହେଉଥିବା ବିଭିନ୍ନ ପ୍ରକାର ସଚେତନତାମୂଳକ କାର୍ଯ୍ୟକ୍ରମ ଓ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ଦୀର୍ଘ ଦିନ ହେବ ଏଠାରେ ରହିଥିବା ବିଭିନ୍ନ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡି ରହିଥିବା ବେଳେ ଏ ଦିଗରେ ଜିଲା ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଲୋକେ ସୁଦୂର ଧର୍ମଗଡ଼, ଉମରକୋଟ ଓ ନବରଙ୍ଗପୁର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକର ବେହେରା ମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିମନ୍ତେ ନିଯୁକ୍ତ ହୋଇ ଆସିଥିବା ଡାକ୍ତର କାଳନ୍ଦୀ ବେହେରାଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ଅନ୍ୟତ୍ର ନେଇ ଯିବା ନେଇ ମସୁଧା ଚଳାଇ ଥିବାବେଳେ ଏଠାରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଯଦି ବେହେରାମୁଣ୍ଡା ଡାକ୍ତରଙ୍କୁ ପୁନଶ୍ଚ ଚନ୍ଦାହାଣ୍ଡିକୁ ପଠା ନ ଯାଏ, ତେବେ ଜନ ଆନ୍ଦୋଳନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରୁଛି। ସେହିଭଳି ଏଠାରେ ଆବଶ୍ୟକ ସଂଖ୍ୟକ ଲ୍ୟାବ୍‌ ଟେକ୍ନିସିଆନ୍‌ ନ ଥିବାରୁ ଦୀର୍ଘ ଦିନ ହେବ ଏକ୍ସରେ ମେଶିନ ଆସି ଖତଖାଉଛି। ଯାହା ଫଳରେ ଲୋକେ ସାଧାରଣ ଏକ୍ସରେ ନିମନ୍ତେ ଧର୍ମଗଡ଼ ଉମରକୋଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ଏଭଳି ବହୁ ସମସ୍ୟାରେ ପରିପୂର୍ଣ୍ଣ ଚନ୍ଦାହାଣ୍ଡି ବ୍ଲକ୍‌ର ସ୍ବାସ୍ଥ୍ୟସେବା ପ୍ରତି ବିଭାଗ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

ମାମୁଘରକୁ ବୁଲି ଆସିଥିଲେ,ହାତୀର ଜଳକ୍ରୀଡ଼ା ଦେଖିବା ହେଲା କାଳ; ପାଣିରେ ଖସିପଡ଼ି ୬ ବର୍ଷର ନାବାଳକଙ୍କ ମୃତ୍ୟୁ

ଦେବଗଡ଼,୧୨|୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନାଚଂଳର ଦନ୍ତାରିବାହାଳ ଗ୍ରାମର ମତୁଆଳି ନାଳ‌ରେ ପାଣିରେ ବୁଡି ମଙ୍ଗଳବାର ଜଣେ ନାବାଳାକର ମୃତ୍ୟୁ ଘଟିଛି। ମୃତକ ନାବାଳକ ହେଲେ ବେତ୍ରା…

ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ଆବେଦନ କରିଥିବା ଚାଷୀଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ନ୍ୟାୟ ପାଇଁ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ଗ୍ରାମର ଚାଷୀ ରୋହିତ ଭୋଇ ଗତବର୍ଷ ଖରିଫରେ ଅମଳ ଧାନ ବିକ୍ରି କରି ନ ପାରି…

ଆଙ୍କୋରଡା ଗ୍ରାମରେ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉଦ୍‌ଯାପିତ; ପୂଜାର୍ଚ୍ଚନା କଲେ MP ପ୍ରଦୀପ ପାଣିଗ୍ରାହୀ

ଦିଗପହଣ୍ଡି,୧୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ…

କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା: କ୍ରୀଡ଼ା ଶିକ୍ଷକ ନିଲମ୍ବିତ,ବିଇଓ- ଡିଇଓଙ୍କ ବିରୋଧରେ…

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଏବଂ ବିଭାଗରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ମାମଲାରେ ଗିରଫ…

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଦୁର୍ନୀତି’ ବିରୋଧରେ ଜନଗର୍ଜନ: ଭିଜିଲାନ୍ସ ତଦନ୍ତ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ…

ଥୁଆମୂଳ ରାମପୁର, ୧୨ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥର ହରିଲୁଟ୍ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri