ଆୟୁର୍ବେଦର ପ୍ରିୟ ସନ୍ତାନ ‘ବ୍ରାହ୍ମୀ’: ଏକାଧିକ ସ୍ବାସ୍ଥ୍ୟସମସ୍ୟାରୁ ଦୂରେଇ ରଖେ; ସେବନର ଉପାୟ ଜାଣନ୍ତୁ…

‘ବ୍ରାହ୍ମୀ’କୁ ଆୟୁର୍ବେଦର ପ୍ରିୟ ସନ୍ତାନ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଆୟୁର୍ବେଦରେ ବ୍ରାହ୍ମୀକୁ ବ୍ୟବହାର କରାଯାଉଛି। ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଉପଯୋଗୀ, ତେଣୁ ଏହାକୁ ବ୍ରେନ୍‌ ବୁଷ୍ଟର୍‌ ମଧ୍ୟ କୁହାଯାଏ। ଏହା ଚାପକୁ ହ୍ରାସ କରିବା ସହ ଉଦାସୀନତା ସମସ୍ୟାରୁ ଦୂରେଇ ରଖିଥାଏ। ଗମ୍ଭୀର ରୋଗରୁ ମୁକ୍ତି ଦେବା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ କରେ। ଆସନ୍ତୁ ଜାଣିବା ବ୍ରାହ୍ମୀ ସେବନର ପାଞ୍ଚଟି ଉପାୟ ଏବଂ ସ୍ବାସ୍ଥ୍ୟଗତ ଉପକାର ବିଷୟରେ :-

୧. ସ୍ମରଣଶକ୍ତି ବୃଦ୍ଧି କରିବାରେ ପ୍ରଭାବଶାଳୀ
ସ୍ମୃତିଶକ୍ତି ବୃଦ୍ଧି କରିବା ପାଇଁ ବ୍ରାହ୍ମୀ ବେଶ ପ୍ରଭାବଶାଳୀ। ଏହା ସ୍ମୃତି ବୃଦ୍ଧି କରିବା ସହ ମନର ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରେ। ତେବେ ସ୍ମୃତି ସମସ୍ୟା ପ୍ରାୟତଃ ବୃଦ୍ଧମାନଙ୍କଠାରେ ଦେଖାଯାଏ। ଆଜିକାଲି ଯୁବକମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି। ଏଭଳିସ୍ଥିତିରେ ବ୍ରାହ୍ମୀର ସେବନ ଭଲ ପ୍ରଭାବ ପକାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଛଅ ସପ୍ତାହ ପାଇଁ ଦିନକୁ ଦୁଇଥର ବ୍ରାହ୍ମୀର କ୍ରମାଗତ ବ୍ୟବହାର ମସ୍ତିଷ୍କର କାର୍ଯ୍ୟକ୍ଷମତାରେ ଉନ୍ନତି ଆଣିଥାଏ।

୨. ଚାପ ହ୍ରାସ କରେ:
ବ୍ରାହ୍ମୀ ଚାପକୁ ହ୍ରାସ କରେ ଏବଂ ଉଦାସୀନତା ସମସ୍ୟାକମ୍‌ କରିବାରେ ସହାୟକ ହୋଇଥାଏ। ଏହା କର୍ଟିସୋଲର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ତେବେ କର୍ଟିସୋଲ ହେଉଛି ଏକ ଷ୍ଟ୍ରେସ୍‌ ହରମୋନ, ଏହା ଶରୀରରେ ସେରୋଟୋନିନ ସ୍ତର ବୃଦ୍ଧି କରି ଏକ ଷ୍ଟ୍ରେସବଷ୍ଟର ଭାବରେ କାର୍ଯ୍ୟ କରିଥାଏ। ଏଥିପାଇଁ ଆପଣ ନିୟମିତ ଭାବେ ଏହାର ପତ୍ର ଏବଂ ଫୁଲ ଖାଇବା ଉଚିତ।

୩. ଅଲଜାଇମର ଚିକିତ୍ସାରେ ସାହାଯ୍ୟକାରୀ:
ଅଲଜାଇମର ରୋଗର ଚିକିତ୍ସା ନାହିଁ। ହଁ ଏହାର କୌଣସି ଉପଶମ ନାହିଁ। କିନ୍ତୁ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ବ୍ରାହ୍ମୀ ଆଲଜାଇମର ଚିକିତ୍ସାରେ ବେଶ୍‌ ପ୍ରଭାବଶାଳୀ । ଏହା ସ୍ମୃତି ଶକ୍ତି ବୃଦ୍ଧି କରୁଥିବା ଔଷଧ ମଧ୍ୟରୁ ଅନ୍ୟତମ। ଏହା ମସ୍ତିଷ୍କର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ପଦାର୍ଥ ସହିତ ଲଢ଼ିବାରେ ପ୍ରଭାବଶାଳୀ। ଅଲ୍‌ଜାଇମର ସଂକ୍ରମଣରୁ ଦୂରେଇ ରହିବାକୁ ସାହାଯ୍ୟ କରେ।

୪. ରୋଗପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରେ:
ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ବ୍ରାହ୍ମୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହା ଏକ ଭଲ ଉପାୟ। ଏହା ହୃଦୟ ସମ୍ବନ୍ଧୀୟ ରୋଗ, ରକ୍ତ ଶର୍କରା ଇତ୍ୟାଦିର ସଂକ୍ରମଣକୁ ହ୍ରାସ କରିବାରେ ଏବଂ ଭୟଙ୍କର ରୋଗରୁ ଦୂରେଇ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୫. କେଶକୁ ଲମ୍ବା, ମୋଟା ଏବଂ ଶକ୍ତିଶାଳୀ କରେ:
କେଶକୁ ଲମ୍ବା, ମୋଟା ଏବଂ ମଜଭୂତ କରିବା ପାଇଁ ବଜାରରେ ଥିବା ମହଙ୍ଗା କେଶ ଦ୍ରବ୍ୟ ଅପେକ୍ଷା ’ବ୍ରାହ୍ମୀ’ ବହୁତ ଭଲ। ଏହା କେଶକୁ ଲମ୍ବା, ଘନ କରିବାରେ ସାହାଯ୍ୟ କରେ। ବଜାରରେ ଯେକୌଣସି ଆୟୁର୍ବେଦିକ ଦୋକାନରେ ଆପଣ ବ୍ରାହ୍ମୀ ତେଲ ପାଇପାରିବେ। ଶୋଇବା ସମୟରେ ଏହାକୁ ପ୍ରତିଦିନ କେଶରେ ଲଗାନ୍ତୁ ଏବଂ ଏହାକୁ ମାଲିସ କରିବା ଦ୍ୱାରା ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri