ଆୟୁର୍ବେଦର ପ୍ରିୟ ସନ୍ତାନ ‘ବ୍ରାହ୍ମୀ’: ଏକାଧିକ ସ୍ବାସ୍ଥ୍ୟସମସ୍ୟାରୁ ଦୂରେଇ ରଖେ; ସେବନର ଉପାୟ ଜାଣନ୍ତୁ…

‘ବ୍ରାହ୍ମୀ’କୁ ଆୟୁର୍ବେଦର ପ୍ରିୟ ସନ୍ତାନ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଆୟୁର୍ବେଦରେ ବ୍ରାହ୍ମୀକୁ ବ୍ୟବହାର କରାଯାଉଛି। ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଉପଯୋଗୀ, ତେଣୁ ଏହାକୁ ବ୍ରେନ୍‌ ବୁଷ୍ଟର୍‌ ମଧ୍ୟ କୁହାଯାଏ। ଏହା ଚାପକୁ ହ୍ରାସ କରିବା ସହ ଉଦାସୀନତା ସମସ୍ୟାରୁ ଦୂରେଇ ରଖିଥାଏ। ଗମ୍ଭୀର ରୋଗରୁ ମୁକ୍ତି ଦେବା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ କରେ। ଆସନ୍ତୁ ଜାଣିବା ବ୍ରାହ୍ମୀ ସେବନର ପାଞ୍ଚଟି ଉପାୟ ଏବଂ ସ୍ବାସ୍ଥ୍ୟଗତ ଉପକାର ବିଷୟରେ :-

୧. ସ୍ମରଣଶକ୍ତି ବୃଦ୍ଧି କରିବାରେ ପ୍ରଭାବଶାଳୀ
ସ୍ମୃତିଶକ୍ତି ବୃଦ୍ଧି କରିବା ପାଇଁ ବ୍ରାହ୍ମୀ ବେଶ ପ୍ରଭାବଶାଳୀ। ଏହା ସ୍ମୃତି ବୃଦ୍ଧି କରିବା ସହ ମନର ଏକାଗ୍ରତା ବୃଦ୍ଧି କରିବାରେ ସାହାଯ୍ୟ କରେ। ତେବେ ସ୍ମୃତି ସମସ୍ୟା ପ୍ରାୟତଃ ବୃଦ୍ଧମାନଙ୍କଠାରେ ଦେଖାଯାଏ। ଆଜିକାଲି ଯୁବକମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି। ଏଭଳିସ୍ଥିତିରେ ବ୍ରାହ୍ମୀର ସେବନ ଭଲ ପ୍ରଭାବ ପକାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଛଅ ସପ୍ତାହ ପାଇଁ ଦିନକୁ ଦୁଇଥର ବ୍ରାହ୍ମୀର କ୍ରମାଗତ ବ୍ୟବହାର ମସ୍ତିଷ୍କର କାର୍ଯ୍ୟକ୍ଷମତାରେ ଉନ୍ନତି ଆଣିଥାଏ।

୨. ଚାପ ହ୍ରାସ କରେ:
ବ୍ରାହ୍ମୀ ଚାପକୁ ହ୍ରାସ କରେ ଏବଂ ଉଦାସୀନତା ସମସ୍ୟାକମ୍‌ କରିବାରେ ସହାୟକ ହୋଇଥାଏ। ଏହା କର୍ଟିସୋଲର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ। ତେବେ କର୍ଟିସୋଲ ହେଉଛି ଏକ ଷ୍ଟ୍ରେସ୍‌ ହରମୋନ, ଏହା ଶରୀରରେ ସେରୋଟୋନିନ ସ୍ତର ବୃଦ୍ଧି କରି ଏକ ଷ୍ଟ୍ରେସବଷ୍ଟର ଭାବରେ କାର୍ଯ୍ୟ କରିଥାଏ। ଏଥିପାଇଁ ଆପଣ ନିୟମିତ ଭାବେ ଏହାର ପତ୍ର ଏବଂ ଫୁଲ ଖାଇବା ଉଚିତ।

୩. ଅଲଜାଇମର ଚିକିତ୍ସାରେ ସାହାଯ୍ୟକାରୀ:
ଅଲଜାଇମର ରୋଗର ଚିକିତ୍ସା ନାହିଁ। ହଁ ଏହାର କୌଣସି ଉପଶମ ନାହିଁ। କିନ୍ତୁ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ବ୍ରାହ୍ମୀ ଆଲଜାଇମର ଚିକିତ୍ସାରେ ବେଶ୍‌ ପ୍ରଭାବଶାଳୀ । ଏହା ସ୍ମୃତି ଶକ୍ତି ବୃଦ୍ଧି କରୁଥିବା ଔଷଧ ମଧ୍ୟରୁ ଅନ୍ୟତମ। ଏହା ମସ୍ତିଷ୍କର ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ପଦାର୍ଥ ସହିତ ଲଢ଼ିବାରେ ପ୍ରଭାବଶାଳୀ। ଅଲ୍‌ଜାଇମର ସଂକ୍ରମଣରୁ ଦୂରେଇ ରହିବାକୁ ସାହାଯ୍ୟ କରେ।

୪. ରୋଗପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରେ:
ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ବ୍ରାହ୍ମୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହା ଏକ ଭଲ ଉପାୟ। ଏହା ହୃଦୟ ସମ୍ବନ୍ଧୀୟ ରୋଗ, ରକ୍ତ ଶର୍କରା ଇତ୍ୟାଦିର ସଂକ୍ରମଣକୁ ହ୍ରାସ କରିବାରେ ଏବଂ ଭୟଙ୍କର ରୋଗରୁ ଦୂରେଇ ରହିବାରେ ମଧ୍ୟ ସାହାଯ୍ୟ କରିଥାଏ ।

୫. କେଶକୁ ଲମ୍ବା, ମୋଟା ଏବଂ ଶକ୍ତିଶାଳୀ କରେ:
କେଶକୁ ଲମ୍ବା, ମୋଟା ଏବଂ ମଜଭୂତ କରିବା ପାଇଁ ବଜାରରେ ଥିବା ମହଙ୍ଗା କେଶ ଦ୍ରବ୍ୟ ଅପେକ୍ଷା ’ବ୍ରାହ୍ମୀ’ ବହୁତ ଭଲ। ଏହା କେଶକୁ ଲମ୍ବା, ଘନ କରିବାରେ ସାହାଯ୍ୟ କରେ। ବଜାରରେ ଯେକୌଣସି ଆୟୁର୍ବେଦିକ ଦୋକାନରେ ଆପଣ ବ୍ରାହ୍ମୀ ତେଲ ପାଇପାରିବେ। ଶୋଇବା ସମୟରେ ଏହାକୁ ପ୍ରତିଦିନ କେଶରେ ଲଗାନ୍ତୁ ଏବଂ ଏହାକୁ ମାଲିସ କରିବା ଦ୍ୱାରା ଲାଭ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି; ୧୩ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ଉତ୍ତୋଳନ କରି ସ୍ଥାପନ କଲେ ନୂଆ ରେକର୍ଡ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଲଗାତାର ୧୩ତମ ଥର ପାଇଁ ତ୍ରିରଙ୍ଗା ଉତୋଳନ କରିଛନ୍ତି।…

ଆଜି ଲଘୁୁଚାପକୁ ଫେରିବ ଅବପାତ, ଏହି ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୫।୮ (ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତଟି ଦୁର୍ବଳ ହୋଇ ପୁଣି ଲଘୁଚାପ କ୍ଷେତ୍ରକୁ ଫେରିବାର…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri