ସ୍ବାସ୍ଥ୍ୟ ଓ ଜନଜୀବନ

ଡ. କିଶୋର ମହାନ୍ତି

ଉପନିଷଦ କହେ-“ସର୍ବେ ଭବନ୍ତୁ ସୁଖୀନଃ ସର୍ବେସନ୍ତୁ ନିରାମୟ” ସମସ୍ତେ ସୁଖରେ ରୁହନ୍ତୁ ସମସ୍ତେ ନୀରୋଗ ରୁହନ୍ତୁ। ମହାତ୍ମା ଗାନ୍ଧୀଙ୍କର ଉକ୍ତି ଥିଲା -ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ଧନ। ସୁନା ଓ ରୁପାଠାରୁ ଏହା ଅଧିକ ମୂଲ୍ୟବାନ। ବୁଦ୍ଧଦେବ କହିଛନ୍ତି – ଶରୀରର ସୁସ୍ଥତା ସମସ୍ତଙ୍କର କାମ୍ୟ ହେବା ଉଚିତ। ଅନ୍ୟଥା ଆମେ ମନକୁ ସୁସ୍ଥ ରଖିପାରିବା ନାହିଁ। ଆମର ତଥାକଥିତ ରୋଗ ଓ ତା’ର ଉପଚାର ପ୍ରଣାଳୀ ସହ ଆଦୌ ସମ୍ପର୍କ ନ ଥାଏ। କିନ୍ତୁ ଏକଥା ସତ୍ୟ ପ୍ରତ୍ୟେକ ବ୍ୟକ୍ତି ତା’ର ସଞ୍ଜମ, ଶିକ୍ଷା, ଆହାର ବିହାରରେ ସୁସ୍ଥତା ଆଚରଣ କରିବା ଓ ନିଜ ପ୍ରତି ନିଜେ ଯତ୍ନବାନ ହେବା ତା’ର ପରମ କର୍ତ୍ତବ୍ୟ ହେବା ଉଚିତ।
ଚିକିତ୍ସାବିତ୍‌ ସୁଶ୍ରୁତଙ୍କୁ ଭାରତୀୟ ଶଲ୍ୟ ଚିକିତ୍ସାର ଜନକ ବୋଲି କହନ୍ତି। ଭାରତରେ ମହତ୍ତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ନୀତି ହେଲା ଯୋଗ, ଧ୍ୟାନ ଏବଂ ଆୟୁର୍ବେଦ ପଦ୍ଧତି ।
ଦକ୍ଷିଣ ପୂର୍ବ ଇଣ୍ଡୋନେସିଆ ଓ ଜାପାନ ସହିତ ସମ୍ପୂର୍ଣ୍ଣ ଏସିଆରେ ଭାରତୀୟ ଚିକିତ୍ସା ପଦ୍ଧତିର ପ୍ରସାର ପ୍ରଚାର ଲାଭ କରିଥିଲା। ଆଜିକାଲି ରୋଗ ଉପରେ ଆମେ ଅଧିକ ଗୁରୁତ୍ୱ ଦେଉନାହୁଁ। ଅର୍ଥନୀତିରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ମତରେ ସ୍ବାସ୍ଥ୍ୟ ଏକ ସାମାଜିକ ବସ୍ତୁ। ଗୋଟିଏ ବ୍ୟକ୍ତିର ପୂର୍ଣ୍ଣ ସୁସ୍ଥତା ହିଁ ସେ ସମାଜରେ ସକ୍ରିୟ ଭାଗନେବା ପାଇଁ ଯୋଗ୍ୟ ବୋଲି କୁହାଯାଏ। ଆମର ବୈଦିକ ଗ୍ରନ୍ଥରେ ସ୍ବାସ୍ଥ୍ୟକୁ ଉଚ୍ଚରେ ରଖାଯାଇଛି। ଧନ ଐଶ୍ୱର୍ଯ୍ୟଠାରୁ ସୁଖ ପ୍ରାପ୍ତି ପାଇଁ ଶରୀରକୁ ସୁସ୍ଥ ରଖିବା ଏକାନ୍ତ ବିଧେୟ। ଏଣୁ କୁହାଯାଇଛି – ”ଆରୋଗ୍ୟମ୍‌ ପରମଂ ଭାର ସ୍ବାସ୍ଥ୍ୟ ୟଂ ସର୍ବାର୍ଥ ସାଧନମ୍‌“। ନୀରୋଗ ହେବା ପରମ ସୌଭାଗ୍ୟ । ସୁସ୍ଥ ଥିଲେ ସର୍ବ କାର୍ଯ୍ୟ ସିଦ୍ଧି ହୁଏ। ମଣିଷ ଜୀବନରେ ଏକାଂଶ ହେଉଛି ସ୍ବାସ୍ଥ୍ୟବାନ ବ୍ୟକ୍ତି ଭାବରେ ସମାଜରେ ଚଳ ପ୍ରଚଳ କରିବା। ସୁସ୍ଥ ପରିବେଶଟିଏ ପ୍ରତିଟି ମାନବର ଅତି ଆବଶ୍ୟକ।
ଡବ୍ଲ୍ୟୁ.ଏଚ୍‌.ଓ (ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ) କହିବାନୁସାରେ ଭାରତରେ ପ୍ରାୟତଃ କୋଳରେ ଥିବା ଶିଶୁ ଠୁ ପାଞ୍ଚବର୍ଷର ପିଲାମାନଙ୍କର ମୃତ୍ୟୁର ହିସାବକୁ ନେଲେ ନବଜାତ ଶିଶୁଙ୍କର ଏହା ୫୩ଶତାଂଶ ଥିଲା ବେଳେ ନିମୋନିଆରେ ୧୫ଶତାଂଶ ଓ କୁପୋଷଣ ଯୋଗୁ ୧୨ ଶତାଂଶ ଏବଂ ଅନ୍ୟ କାରଣ ଯୋଗୁ ମୃତ୍ୟୁ ହାର ୧୪ଶତାଂଶ ରହିଛି। ପ୍ରସବକାଳୀନ ସୁବିଧାସୁଯୋଗ ଅଭାବରୁ ୪୬ଶତାଂଶ, ଶ୍ୱାସ ସଂକ୍ରମଣ ଜନିତ ୨୨ ଶତାଂଶ, ପୁଷ୍ଟିହୀନତା ପାଇଁ ୧୦ଶତାଂଶ, ଅନ୍ୟ ସଂକ୍ରମଣ ପାଇଁ ୮ ଶତାଂଶ ଓ ଅନ୍ୟାନ୍ୟ ପାଇଁ ୩୧ଶତାଂଶ ରହିଛି। ଭାରତରେ ସର୍ବକାଳୀନ ସ୍ବାସ୍ଥ୍ୟ ସେବାର ଘୋର ଅଭାବ ରହିଛି। ହାତଗଣତିରେ ସରକାରୀ ଡାକ୍ତରଖାନା ଓ ଗ୍ରାମାଞ୍ଚଳରେ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ସଂଖ୍ୟା କମ୍‌। ସେଥିରେ ପୁଣି ଡାକ୍ତରଙ୍କ ସଂଖ୍ୟା ନିରାଶଜନକ। ଭାରତରେ ସ୍ବାସ୍ଥ୍ୟ ସେବା ପାଇଁ ବଜେଟ୍‌ ଖୁବ୍‌ ସ୍ବଳ୍ପ। ଏଠାରେ ରୋଗୀ ଓ ଡାକ୍ତରଙ୍କ ସମ୍ବନ୍ଧ ମଧ୍ୟ ଜଟିଳ। କେତେକ ଜାଗାରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଉପରେ ଆକ୍ରମଣ କରିବାର ଦୃଷ୍ଟାନ୍ତ ରହିଛି ।
ଭାରତ ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମାରୋଗ ଉନ୍ମୁଳନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଣୁ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉପରକୁ ଉଠାଇବା ପାଇଁ ଦେଶରେ ରାଷ୍ଟ୍ରୀୟ ଆୟୁଷ ମିଶନ କାର୍ଯ୍ୟକାରୀ ହେଉଛି। ଗ୍ରାମାଞ୍ଚଳରେ କମ୍‌ ଖର୍ଚ୍ଚରେ ପ୍ରାଥମିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବାଂଲାଦେଶ, ଥାଇଲାଣ୍ଡ, ରୁଆଣ୍ଡୋକୁ ଏକ ଏକ ମଡେଲ ଭାବରେ ନିଆଯାଇଛି। ସେହିପରି ଭାରତରେ କେରଳ,ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସ୍ବାସ୍ଥ୍ୟସେବା ଦିଗରେ ଗୋଟେ ଗୋଟେ ମଡେଲ ହୋଇଛନ୍ତି। ଓଡ଼ିଶାରେ ଇ-ହେଲ୍‌ଥ କେୟାର ଏକ ପ୍ରମୁଖ ସ୍ବାସ୍ଥ୍ୟସେବା ଭାବେ କାର୍ଯ୍ୟକରୁଛି ।
ଏହାର ଅୟମାରମ୍ଭ ୨୦୦୯ରେ ହୋଇଥିଲା। ଓଡ଼ିଶା ଟେଲିମେଡିସିନ୍‌ ଦ୍ୱାରା ୧୨୭ଟିରୁ ଊର୍ଦ୍ଧ୍ୱ ଟେଲି ମେଡିସିନ୍‌ କେନ୍ଦ୍ର ପ୍ରତିଷ୍ଠା ହୋଇଛି ଓ ୯୦୦ ଟେଲିମେଡିସିନ୍‌ ଟେକ୍‌ନିସିଆନ୍‌ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟସେବା ଦିଗରେ ଆଶା କର୍ମୀମାନଙ୍କର ଅବଦାନ ବେଶ ପ୍ରଶଂସନୀୟ, ବିଶେଷ କରି ଏହି କରୋନା ମହାମାରୀରେ। ଭାରତ ସମେତ ସମଗ୍ର ବିଶ୍ୱ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଯଦିଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପାଇଁ ସରକାର ଚେଷ୍ଟା ଅବ୍ୟାହତ ରଖିଛନ୍ତି। କିନ୍ତୁ ସାଧାରଣ ଜନତା ଚିକିତ୍ସା ବ୍ୟବସ୍ଥା ପ୍ରତି ଅଧିକ ଯତ୍ନବାନ ନୁହନ୍ତି। ଜିଲା ସ୍ତରୀୟ, ସବ୍‌ଡିଭିଜନ୍‌ ସ୍ତରୀୟ ଏପରି କି ବଡ଼ ବଡ଼ ହସ୍‌ପିଟାଲର ପରିବେଶ ଅପରିଷ୍କାର ହେଉଛି। ହସ୍‌ପିଟାଲମାନଙ୍କରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ ରଖିବା ପ୍ରତି ଅଧିକ ଧ୍ୟାନ ଦେଉନାହାନ୍ତି। କିଛି କିଛି ବ୍ୟକ୍ତିଙ୍କ ଖାମଖିଆଲ ମନୋଭାବ ଯୋଗୁ ଠିକ୍‌ ସମୟରେ ରୋଗୀକୁ ଡାକ୍ତରଖାନା ଯାଏ ଆଣିବାରେ ବିଳମ୍ବ ହେଉଛି । ରେଡିଓ, ଟିଭି, ଖବରକାଗଜ ତଥା ସୋସିଆଲ ମିଡିିଆରେ ସ୍ବାସ୍ଥ୍ୟ ସଚେତନତା ସନ୍ଦେଶ ପ୍ରଦାନ କରାଯାଉଛି ଏବଂ ଲୋକମାନେ ଏ ଦିଗରେ ଅଧିକ ସଚେତନ ହେବା ଦରକାର। ପଥପ୍ରାନ୍ତର ନାଟକ, ପାଲା, ଦାସକାଠିଆ, ଘୋଡ଼ାନାଚ ପ୍ରଭୃତି ଲୋକନୃତ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସନ୍ଦେଶ ପ୍ରଦାନ କରାଯାଉଛି। ଏତେ କଥା ପରେ ମଧ୍ୟ ଆମର ସାଧାରଣ ଜନତା ନିଜର ସ୍ବାସ୍ଥ୍ୟ ପ୍ରତି ଆଦୌ ସଚେତନ ନୁହନ୍ତି ।
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ମୁକ୍ତି ସଂଗ୍ରାମର ସାରଥି

ମନୋରଞ୍ଜନ ଜେନା ବିଭିନ୍ନତା ମଧ୍ୟରେ ବାସନ୍ଦତାପୂର୍ଣ୍ଣ ଅନ୍ତଃଚିତ୍କାର, ବାହ୍ୟ କୁତ୍ସାରଟନା ପୋଷଣର ଚାବୁକ ପ୍ରହାରରେ ନିରବି ଯାଇଥିବା ଅନ୍ଧକାର ସମାଜ ବହ୍ନି ମଧ୍ୟରେ ୧୮୯୧ ଏପ୍ରିଲ...

ଭାରତରେ ହେପାଟାଇଟିସ୍‌ ‘ବି’

ଡା. ଉମେଶ ଚନ୍ଦ୍ର ପାତ୍ର   ଭାରତରେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ...

ଅକାଳ ମୃତ୍ୟୁ

ଇଂ. ମୁରଲୀଧର ହୋତା ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ...

ଏଇ ଭାରତରେ

କେରଳରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ଜଣେ ମାଛ ଦୋକାନି ତାଙ୍କ ଅଞ୍ଚଳକୁ ଭୂତାଣୁ ମୁକ୍ତ କରିବା ପାଇଁ ଯେଭଳି ଆଗକୁ ଆସିଛନ୍ତି ତାହା...

ଅନିଦ୍ରାରୁ ଚିନ୍ତା, ଚିନ୍ତାରୁ ଅନିଦ୍ରା

ଡା. ସମ୍ରାଟ୍‌ କର   ଆଜିର ସହରୀ ଜୀବନ ବିଷୟରେ ଲେଖିବାକୁ ବସିଲେ ଅନେକ କଥା ମନକୁ ଆସେ। ଗମନାଗମନରେ ଅସୁବିଧା, ଅନିଶ୍ଚିତତା, ଦୀର୍ଘସମୟର ଟ୍ରାଫିକ...

ଆଜିର ଅର୍ଥନୀତି/ ତାଲିମ ଲୋଡ଼ା

ରାଜ୍ୟ ସରକାର କୃଷକଙ୍କଠାରୁ ଧାନ ସଂଗ୍ରହ ନିମନ୍ତେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଡବ୍ଲ୍ୟୁଏସ୍‌ଏଚ୍‌ଜି)ଗୁଡ଼ିକୁ ଅନୁମତି ଦେଇଛନ୍ତି। ଏହା ସରକାରଙ୍କର ଆଉ ଏକ ଲୋକପ୍ରିୟବାଦୀ ପଦକ୍ଷେପ,...

ଡାଇମେନ୍‌ସନର ନବ ସୂତ୍ରଧର

ଗୋଟେ ଧାରଣା ରହିଆସିଛି ଯେ, ଗଣିତରେ ଝିଅମାନେ ପୁଅମାନଙ୍କଠାରୁ ଦୁର୍ବଳ। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଏବେ ଆଉ କୌଣସି କ୍ଷେତ୍ର ଝିଅମାନଙ୍କ ସକାଶେ...

ଏଇ ଭାରତରେ

ଅନଗ୍ରସର ଅଞ୍ଚଳରେ ରହୁଥିବା ଲୋକମାନେ କିଭଳି ସୁବିଧାରେ ଖାଦ୍ୟ ପାଇ ପାରିବେ ସେହି ବ୍ୟବସ୍ଥା କରିଛନ୍ତି କୋଏମ୍ବାଟୁରର ଏକ ଦମ୍ପତି। ପ୍ରଭୁ ଓ ତାଙ୍କ ସ୍ତ୍ରୀ...

Advertisement
Archives

Model This Week