ସ୍ବାସ୍ଥ୍ୟ ଓ ଜନଜୀବନ

ଡ. କିଶୋର ମହାନ୍ତି

ଉପନିଷଦ କହେ-“ସର୍ବେ ଭବନ୍ତୁ ସୁଖୀନଃ ସର୍ବେସନ୍ତୁ ନିରାମୟ” ସମସ୍ତେ ସୁଖରେ ରୁହନ୍ତୁ ସମସ୍ତେ ନୀରୋଗ ରୁହନ୍ତୁ। ମହାତ୍ମା ଗାନ୍ଧୀଙ୍କର ଉକ୍ତି ଥିଲା -ସ୍ବାସ୍ଥ୍ୟ ହିଁ ଅମୂଲ୍ୟ ଧନ। ସୁନା ଓ ରୁପାଠାରୁ ଏହା ଅଧିକ ମୂଲ୍ୟବାନ। ବୁଦ୍ଧଦେବ କହିଛନ୍ତି – ଶରୀରର ସୁସ୍ଥତା ସମସ୍ତଙ୍କର କାମ୍ୟ ହେବା ଉଚିତ। ଅନ୍ୟଥା ଆମେ ମନକୁ ସୁସ୍ଥ ରଖିପାରିବା ନାହିଁ। ଆମର ତଥାକଥିତ ରୋଗ ଓ ତା’ର ଉପଚାର ପ୍ରଣାଳୀ ସହ ଆଦୌ ସମ୍ପର୍କ ନ ଥାଏ। କିନ୍ତୁ ଏକଥା ସତ୍ୟ ପ୍ରତ୍ୟେକ ବ୍ୟକ୍ତି ତା’ର ସଞ୍ଜମ, ଶିକ୍ଷା, ଆହାର ବିହାରରେ ସୁସ୍ଥତା ଆଚରଣ କରିବା ଓ ନିଜ ପ୍ରତି ନିଜେ ଯତ୍ନବାନ ହେବା ତା’ର ପରମ କର୍ତ୍ତବ୍ୟ ହେବା ଉଚିତ।
ଚିକିତ୍ସାବିତ୍‌ ସୁଶ୍ରୁତଙ୍କୁ ଭାରତୀୟ ଶଲ୍ୟ ଚିକିତ୍ସାର ଜନକ ବୋଲି କହନ୍ତି। ଭାରତରେ ମହତ୍ତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ନୀତି ହେଲା ଯୋଗ, ଧ୍ୟାନ ଏବଂ ଆୟୁର୍ବେଦ ପଦ୍ଧତି ।
ଦକ୍ଷିଣ ପୂର୍ବ ଇଣ୍ଡୋନେସିଆ ଓ ଜାପାନ ସହିତ ସମ୍ପୂର୍ଣ୍ଣ ଏସିଆରେ ଭାରତୀୟ ଚିକିତ୍ସା ପଦ୍ଧତିର ପ୍ରସାର ପ୍ରଚାର ଲାଭ କରିଥିଲା। ଆଜିକାଲି ରୋଗ ଉପରେ ଆମେ ଅଧିକ ଗୁରୁତ୍ୱ ଦେଉନାହୁଁ। ଅର୍ଥନୀତିରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ମତରେ ସ୍ବାସ୍ଥ୍ୟ ଏକ ସାମାଜିକ ବସ୍ତୁ। ଗୋଟିଏ ବ୍ୟକ୍ତିର ପୂର୍ଣ୍ଣ ସୁସ୍ଥତା ହିଁ ସେ ସମାଜରେ ସକ୍ରିୟ ଭାଗନେବା ପାଇଁ ଯୋଗ୍ୟ ବୋଲି କୁହାଯାଏ। ଆମର ବୈଦିକ ଗ୍ରନ୍ଥରେ ସ୍ବାସ୍ଥ୍ୟକୁ ଉଚ୍ଚରେ ରଖାଯାଇଛି। ଧନ ଐଶ୍ୱର୍ଯ୍ୟଠାରୁ ସୁଖ ପ୍ରାପ୍ତି ପାଇଁ ଶରୀରକୁ ସୁସ୍ଥ ରଖିବା ଏକାନ୍ତ ବିଧେୟ। ଏଣୁ କୁହାଯାଇଛି – ”ଆରୋଗ୍ୟମ୍‌ ପରମଂ ଭାର ସ୍ବାସ୍ଥ୍ୟ ୟଂ ସର୍ବାର୍ଥ ସାଧନମ୍‌“। ନୀରୋଗ ହେବା ପରମ ସୌଭାଗ୍ୟ । ସୁସ୍ଥ ଥିଲେ ସର୍ବ କାର୍ଯ୍ୟ ସିଦ୍ଧି ହୁଏ। ମଣିଷ ଜୀବନରେ ଏକାଂଶ ହେଉଛି ସ୍ବାସ୍ଥ୍ୟବାନ ବ୍ୟକ୍ତି ଭାବରେ ସମାଜରେ ଚଳ ପ୍ରଚଳ କରିବା। ସୁସ୍ଥ ପରିବେଶଟିଏ ପ୍ରତିଟି ମାନବର ଅତି ଆବଶ୍ୟକ।
ଡବ୍ଲ୍ୟୁ.ଏଚ୍‌.ଓ (ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ) କହିବାନୁସାରେ ଭାରତରେ ପ୍ରାୟତଃ କୋଳରେ ଥିବା ଶିଶୁ ଠୁ ପାଞ୍ଚବର୍ଷର ପିଲାମାନଙ୍କର ମୃତ୍ୟୁର ହିସାବକୁ ନେଲେ ନବଜାତ ଶିଶୁଙ୍କର ଏହା ୫୩ଶତାଂଶ ଥିଲା ବେଳେ ନିମୋନିଆରେ ୧୫ଶତାଂଶ ଓ କୁପୋଷଣ ଯୋଗୁ ୧୨ ଶତାଂଶ ଏବଂ ଅନ୍ୟ କାରଣ ଯୋଗୁ ମୃତ୍ୟୁ ହାର ୧୪ଶତାଂଶ ରହିଛି। ପ୍ରସବକାଳୀନ ସୁବିଧାସୁଯୋଗ ଅଭାବରୁ ୪୬ଶତାଂଶ, ଶ୍ୱାସ ସଂକ୍ରମଣ ଜନିତ ୨୨ ଶତାଂଶ, ପୁଷ୍ଟିହୀନତା ପାଇଁ ୧୦ଶତାଂଶ, ଅନ୍ୟ ସଂକ୍ରମଣ ପାଇଁ ୮ ଶତାଂଶ ଓ ଅନ୍ୟାନ୍ୟ ପାଇଁ ୩୧ଶତାଂଶ ରହିଛି। ଭାରତରେ ସର୍ବକାଳୀନ ସ୍ବାସ୍ଥ୍ୟ ସେବାର ଘୋର ଅଭାବ ରହିଛି। ହାତଗଣତିରେ ସରକାରୀ ଡାକ୍ତରଖାନା ଓ ଗ୍ରାମାଞ୍ଚଳରେ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହାର ସଂଖ୍ୟା କମ୍‌। ସେଥିରେ ପୁଣି ଡାକ୍ତରଙ୍କ ସଂଖ୍ୟା ନିରାଶଜନକ। ଭାରତରେ ସ୍ବାସ୍ଥ୍ୟ ସେବା ପାଇଁ ବଜେଟ୍‌ ଖୁବ୍‌ ସ୍ବଳ୍ପ। ଏଠାରେ ରୋଗୀ ଓ ଡାକ୍ତରଙ୍କ ସମ୍ବନ୍ଧ ମଧ୍ୟ ଜଟିଳ। କେତେକ ଜାଗାରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଉପରେ ଆକ୍ରମଣ କରିବାର ଦୃଷ୍ଟାନ୍ତ ରହିଛି ।
ଭାରତ ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମାରୋଗ ଉନ୍ମୁଳନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଣୁ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉପରକୁ ଉଠାଇବା ପାଇଁ ଦେଶରେ ରାଷ୍ଟ୍ରୀୟ ଆୟୁଷ ମିଶନ କାର୍ଯ୍ୟକାରୀ ହେଉଛି। ଗ୍ରାମାଞ୍ଚଳରେ କମ୍‌ ଖର୍ଚ୍ଚରେ ପ୍ରାଥମିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବାଂଲାଦେଶ, ଥାଇଲାଣ୍ଡ, ରୁଆଣ୍ଡୋକୁ ଏକ ଏକ ମଡେଲ ଭାବରେ ନିଆଯାଇଛି। ସେହିପରି ଭାରତରେ କେରଳ,ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ସ୍ବାସ୍ଥ୍ୟସେବା ଦିଗରେ ଗୋଟେ ଗୋଟେ ମଡେଲ ହୋଇଛନ୍ତି। ଓଡ଼ିଶାରେ ଇ-ହେଲ୍‌ଥ କେୟାର ଏକ ପ୍ରମୁଖ ସ୍ବାସ୍ଥ୍ୟସେବା ଭାବେ କାର୍ଯ୍ୟକରୁଛି ।
ଏହାର ଅୟମାରମ୍ଭ ୨୦୦୯ରେ ହୋଇଥିଲା। ଓଡ଼ିଶା ଟେଲିମେଡିସିନ୍‌ ଦ୍ୱାରା ୧୨୭ଟିରୁ ଊର୍ଦ୍ଧ୍ୱ ଟେଲି ମେଡିସିନ୍‌ କେନ୍ଦ୍ର ପ୍ରତିଷ୍ଠା ହୋଇଛି ଓ ୯୦୦ ଟେଲିମେଡିସିନ୍‌ ଟେକ୍‌ନିସିଆନ୍‌ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।
ସ୍ବାସ୍ଥ୍ୟସେବା ଦିଗରେ ଆଶା କର୍ମୀମାନଙ୍କର ଅବଦାନ ବେଶ ପ୍ରଶଂସନୀୟ, ବିଶେଷ କରି ଏହି କରୋନା ମହାମାରୀରେ। ଭାରତ ସମେତ ସମଗ୍ର ବିଶ୍ୱ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ଯଦିଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପାଇଁ ସରକାର ଚେଷ୍ଟା ଅବ୍ୟାହତ ରଖିଛନ୍ତି। କିନ୍ତୁ ସାଧାରଣ ଜନତା ଚିକିତ୍ସା ବ୍ୟବସ୍ଥା ପ୍ରତି ଅଧିକ ଯତ୍ନବାନ ନୁହନ୍ତି। ଜିଲା ସ୍ତରୀୟ, ସବ୍‌ଡିଭିଜନ୍‌ ସ୍ତରୀୟ ଏପରି କି ବଡ଼ ବଡ଼ ହସ୍‌ପିଟାଲର ପରିବେଶ ଅପରିଷ୍କାର ହେଉଛି। ହସ୍‌ପିଟାଲମାନଙ୍କରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ ରଖିବା ପ୍ରତି ଅଧିକ ଧ୍ୟାନ ଦେଉନାହାନ୍ତି। କିଛି କିଛି ବ୍ୟକ୍ତିଙ୍କ ଖାମଖିଆଲ ମନୋଭାବ ଯୋଗୁ ଠିକ୍‌ ସମୟରେ ରୋଗୀକୁ ଡାକ୍ତରଖାନା ଯାଏ ଆଣିବାରେ ବିଳମ୍ବ ହେଉଛି । ରେଡିଓ, ଟିଭି, ଖବରକାଗଜ ତଥା ସୋସିଆଲ ମିଡିିଆରେ ସ୍ବାସ୍ଥ୍ୟ ସଚେତନତା ସନ୍ଦେଶ ପ୍ରଦାନ କରାଯାଉଛି ଏବଂ ଲୋକମାନେ ଏ ଦିଗରେ ଅଧିକ ସଚେତନ ହେବା ଦରକାର। ପଥପ୍ରାନ୍ତର ନାଟକ, ପାଲା, ଦାସକାଠିଆ, ଘୋଡ଼ାନାଚ ପ୍ରଭୃତି ଲୋକନୃତ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସନ୍ଦେଶ ପ୍ରଦାନ କରାଯାଉଛି। ଏତେ କଥା ପରେ ମଧ୍ୟ ଆମର ସାଧାରଣ ଜନତା ନିଜର ସ୍ବାସ୍ଥ୍ୟ ପ୍ରତି ଆଦୌ ସଚେତନ ନୁହନ୍ତି ।
ମୋ: ୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri