ମୁଣ୍ଡ ପାଇଁ ମୁଣ୍ଡବିନ୍ଧା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାର ଅନ୍ଧାରୁଆ ଦାସପୁର ରାସ୍ତା ପାର୍ଶ୍ୱରୁ ଗୁରୁବାର ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ପୋଲିସ ତଦନ୍ତକୁ ଜୋର୍‌ଦାର କରିଛି। ଅପରାଧୀମାନେ ମୁଣ୍ଡକୁ କାଟି ନେଇଯାଇଥିବାରୁ ମହିଳାଙ୍କ ପରିଚୟ ମିଳିପାରୁନି। ଏଥିସହ ଅଭିଯୁକ୍ତଙ୍କୁ ଧରି ଘଟଣାର ପର୍ଦ୍ଦାଫାଶ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରିସ୍ଥଳେ ଘଟଣାକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ମୁଣ୍ଡ ମିଳୁ ନ ଥିବାରୁ ପୋଲିସର ମୁଣ୍ଡବିନ୍ଧା ବଢ଼ିଯାଇଛି। ଘଟଣାପରେ ସନ୍ଧାନୀ କୁକୁର ନିକଟରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଭିତରକୁ ଯାଇଥିଲା। ତେଣୁ ହତ୍ୟା ଘଟଣାର ଖିଅ ଏହିଠାରେ ଲୁଚି ରହିଥିବା ପୋଲିସ ସନ୍ଦେହ କରୁଛି। ତେଣୁ ମୁଣ୍ଡ ସହ ହତ୍ୟାକରୀଙ୍କ ସୁରାକ ପାଇବା ପାଇଁ ଶୁକ୍ରବାର ଅତିରିକ୍ତ ଡିସିପିଙ୍କ ସମେତ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପୁଣିଥରେ ଘଟଣାସ୍ଥଳ ସହ ବାୟୋଟେକ୍‌ ପାର୍କକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ପାର୍କରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ତେବେ ତଦନ୍ତ ସମୟରେ ସେଠାରେ କାର୍ଯ୍ୟକରୁଥିବା କେତେଜଣ ଶ୍ରମିକ ସନ୍ଦେହ ଘେରକୁ ଆସିବାରୁ ସେମାନେ ରହୁଥିବା ଅସ୍ଥାୟୀ ଘରେ ପୋଲିସ ଯାଞ୍ଚ କରିଥିଲା। ମୃତଦେହ ପଡିଥିବା ସ୍ଥାନରୁ ଜବତ ଛୁରି ଭଳି ଶ୍ରମିକଙ୍କ ଘରୁ ଛୁରି ଥିବା ଦେଖି ପୋଲିସ ତାହାକୁ ଜବତ କରିଛି। ସନ୍ଦେହ ବଢ଼ୁଥିବାରୁ ପୋଲିସ ୭ରୁ ୮ଜଣ ଶ୍ରମିକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।
ଅନ୍ୟପକ୍ଷେ ମୃତ ଯୁବତୀଙ୍କ ପରିଚୟ ତଦନ୍ତ ପାଇଁ ଜରୁରୀ ହୋଇଥିବାରୁ ପୋଲିସ ରାଜ୍ୟର ସମସ୍ତ ଜିଲାକୁ ଯୋଗାଯୋଗ କରିଥିବାବେଳେ ପଡୋଶୀ ରାଜ୍ୟକୁ ମଧ୍ୟ ସୂଚନା ପଠାଇବ। ଇତିମଧ୍ୟରେ ପୁରୀରୁ ୨ଟି ଓ ଭୁବନେଶ୍ୱର ନୟାପଲ୍ଲୀର ଗୋଟିଏ ନିଖୋଜ ରିପୋର୍ଟ ଯାଞ୍ଚ କରାଯାଇଥିଲେ ମଧ୍ୟ ମହିଳାଙ୍କ ସହ ସେପରି କିଛି ସାମଞ୍ଜସ୍ୟ ମିଳିନି। ତେଣୁ ପରିଚୟ ପାଇବା ପାଇଁ ମୃତ ମହିଳା ପିନ୍ଧିଥିବା ଡ୍ରେସ୍‌ ସହ ପୋଷ୍ଟର ତିଆରି କରାଯାଇ ସର୍ବସାଧାରଣ ସ୍ଥାନରେ ଲଗାଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।
ସନ୍ଦେହ ବଢାଉଛି ସନ୍ଧାନୀ କୁକୁର
ଘଟଣାଦିନ ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲେ। ଯାଞ୍ଚବେଳେ ସେଠାରୁ ଏକ ଛୁରି, ରକ୍ତ ଲଗା ଗ୍ଲୋଭସ୍‌ ଓ ମୃତ ମହିଳାଙ୍କ କିଛି ପୋଷାକ ପୋଲିସ ଜବତ କରିଥିଲା। ଉକ୍ତ ଛୁରି ଓ ଗ୍ଲୋଭସ୍‌କୁ ସନ୍ଧାନୀ କୁକୁର ଶୁଙ୍ଘିବା ପରେ କିଛି ଦୂରରେ ଥିବା ଓଡିଶା ବାୟୋଟେକ୍‌ ପାର୍କ ଆଡକୁ ଧାଇଁଥିଲା। ଏହା ପରିସର ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ୍‌ ପାଖରେ ସନ୍ଧାନୀ କୁକୁର ଦୀର୍ଘ ସମୟ ଧରି ଘୂରି ବୁଲିଥିଲା। ପରେ ମୁଖ୍ୟ ଗେଟ୍‌ ଆଡକୁ ଯାଇଥିଲା। ସନ୍ଧାନୀ କୁକୁର ଯେଉଁ ବାଟ ଦେଇ ପାର୍କ ଭିତରକୁ ପଶିଥିଲା ସେହିପାର୍ଶ୍ୱ ଜଙ୍ଗଲିଆ ହୋଇଥିବାବେଳେ ପାଚେରି ଦୀର୍ଘଦିନ ହେବ ଭାଙ୍ଗିଯାଇଛି। ହତ୍ୟାକାରୀ ସେହି ବାଟଦେଇ ଭିତରକୁ ପଶି ଧୁଆଧୋଇ ହୋଇ ମୁଖ୍ୟ ଗେଟ୍‌ ବାଟେ ଭିତରକୁ ପ୍ରବେଶ କରିଥିବା ପୋଲିସ ସନ୍ଦେହ କରି ତଦନ୍ତକୁ ସେହି ଦିଗରେ ତ୍ୱରାନ୍ବିତ କରୁଛି।

 

ମହିଳା ଗର୍ଭବତୀ ଥିବା ସୂଚନା
ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଥିବାବେଳେ ଏହା ପଛରେ ଆଉ ଏକ ବଡ କାରଣ ଲୁଚି ରହିଥିବା ଜଣାପଡିଛି। ମହିଳାଙ୍କୁ ହତ୍ୟା କରାଯିବାବେଳକୁ ସେ ଗର୍ଭବତୀ ଥିବା ଡାକ୍ତରୀ ମାଇନାରୁ ଜଣାପଡିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହା ତାଙ୍କ ହତ୍ୟାର କାରଣ ଥିବା ସନ୍ଦେହ କରାଯାଉଛି। ପୋଲିସ ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର-ଭୁବନେଶ୍ୱରରୁ ବିଚ୍ଛିନ୍ନ ଭଞ୍ଜନଗର: ଘରେ ପଶିଲା ପାଣି, ଭାସିଲା ଗାଡ଼ି

ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ):ଜାତୀୟ ବିପର୍ଯ୍ୟୟ ପରିଚାଳନା ଦିବସରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହୋଇଛି ଭୟାବହ ବନ୍ୟା ପରିସ୍ଥିତି। ମାତ୍ର ୧୨ ଘଣ୍ଟାର…

ବିଧାନ ପରିଷଦ ନିର୍ବାଚନରେ ରୋଚକ ଲଢ଼େଇ: ଭାଜପା ନା କଂଗ୍ରେସ, କିଏ ମାରିଲା ବାଜି, ଜାଣନ୍ତୁ…

ନୂଆଦିଲ୍ଲୀ, ୨୯।୧୦: ୪ଟି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ଉତ୍ତରପ୍ରଦେଶ ଓ କର୍ନାଟକରେ ଅନେକ…

ଚାଷୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, କହିଲେ ପଶୁ-ପକ୍ଷୀ ମୃତଦେହ ଖାଇଲେ ହିଁ….

ମୁମ୍ବାଇ,୨୯।୧୦: ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମହାରାଷ୍ଟ୍ରର ବୁଲଢାଣାରୁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ବିଧାୟକ ସଞ୍ଜୟ ଗାଏକୱାଡ଼। ସେ କହିଛନ୍ତି,…

ବିରୋଧୀଙ୍କୁ ରାହୁଲଙ୍କ ଅପିଲ୍‌: କହିଲେ-ଭାଜପାର ସାହସ ନାହିଁ ଯେ ସେ…

ନୂଆଦିଲ୍ଲୀ, ୨୯।୧୦: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାର ଏବଂ ଏସଆଇଆର୍‌ ବିରୋଧରେ ଇଣ୍ଡିଆ ମେଣ୍ଟର ରାଲି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧୀ…

ମହାବାତ୍ୟାର ୨୭ ବର୍ଷ: ଯୁବକଙ୍କ ଆଖିଆଗରେ ଭାସି ଯାଇଥିଲେ ପାଣିଖିଆ ଗାଁ ୧୨ ଜଣ, ଏବେ ବି…

ମହାକାଳପଡ଼ା, ୨୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ମହାବାତ୍ୟାର କରାଳ ଦୃଶ୍ୟ ଏବେବି ଲୋକଙ୍କର ମନେପଡ଼େ। ଆଜିକୁ ୨୭ ବର୍ଷ ପୂର୍ବେ ସମୁଦ୍ରକୂଳିଆ…

୭୪୨ କୋଟି ଟଙ୍କା ପ୍ରକଳ୍ପ ଆରମ୍ଭକୁ ଅପେକ୍ଷା: ସ୍ଥାୟୀ ସମାଧାନ ଦାବି

ଦାରିଙ୍ଗବାଡ଼ି, ୨୯।୧୦(ଅରୁଣ ସାହୁ):ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୫୯ର ଗାଜଲବାଡ଼ି ଘାଟି ଭୂସ୍ଖଳନପ୍ରବଣ ଅଞ୍ଚଳ ଭାବେ ପରିଚିତ। ୨୦୧୯ରେ ବାତ୍ୟା ‘ଫନି’ ସମୟରେ ଏଠାରେ ବଡ଼ଧରଣର…

ମାତ୍ର ୧୫ ବର୍ଷରେ WPL କଣ୍ଟ୍ରାକ୍ଟ, କିଏ ଏହି ଉମା କାଶଭୀ? ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମିଶୁଛି କାହାଣୀ

ନୂଆଦିଲ୍ଲୀ, ୨୯।୧୦: ବୁଧବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ (WPL) ନିଲାମରେ ଉମା କାଶଭୀ ଇତିହାସ ରଚିଛନ୍ତି। ସେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ…

ମହାବାତ୍ୟାକୁ ପୂରିଲା ୨୭ ବର୍ଷ: ଏବେବି ଜୀବନ୍ତ ହୋଇ ରହିଯାଇଛି ସେଦିନର କରାଳ ଦୃଶ୍ୟ

ରାଜନଗର,୨୯ା୧୦(ଭାସ୍କର ରାଉତରାୟ): ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଉପକୂଳବାସୀଙ୍କ ପାଇଁ ଦୁଃଖର ଦିନାଙ୍କ। ଏହି ଦିନର କାଳରାତ୍ରିରେ ମହାକାଳ ରଚିଥିଲା ମହାପ୍ରଳୟ। ୩୦୦ କିଲୋମିଟର ବେଗରେ ପବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?