ସୂଚନା ମୁଖ୍ୟ

ଭାରତରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରୁ ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ସୂଚନା ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଇଆସୁଛି। ବିଧିବଦ୍ଧ ଭାବେ ୨୦୦୫ରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆସିଥିଲା। ସେହି ଅନୁଯାୟୀ ୧୨ ଅକ୍ଟୋବର ୨୦୦୫ରେ କେନ୍ଦ୍ରୀୟ ସୂଚନା କମିଶନ ଗଠନ କରାଯାଇଥିଲା। ଏଥିରେ ଜଣେ ମୁଖ୍ୟ ସୂଚନା କମିଶନର (ସିଆଇସି) ଏବଂ ଅତି ବେଶିରେ ୧୦ ଜଣ ସୂଚନା କମିଶନର ରହିବାର ବ୍ୟବସ୍ଥା କରାଯାଇଛି। ଏମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥାଆନ୍ତି। କେନ୍ଦ୍ରୀୟ ସୂଚନା କମିଶନ ଏକ ବୈଧାନିକ ସଂସ୍ଥା ହୋଇଥିବାରୁ ଏଥିରେ ନିଯୁକ୍ତ ବ୍ୟକ୍ତିଙ୍କୁ ବାଛିବା ସକାଶେ ଏକ କମିଟି ରହିଛି। ପ୍ରଧାନମନ୍ତ୍ରୀ ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ଲୋକ ସଭାର ବିରୋଧୀ ଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ସୂଚନା କମିଶନ ଲାଗି ଯୋଗ୍ୟ ବ୍ୟକ୍ତିଙ୍କୁ ବାଛିଥାଆନ୍ତି। ଏହି ପଦବୀଧାରୀମାନଙ୍କ ସମୟସୀମା ୫ ବର୍ଷ କିମ୍ବା ସେମାନଙ୍କୁ ୬୫ ବର୍ଷ ହେବା ଯାଏ ରହିବାର ବ୍ୟବସ୍ଥା ରହିଛି। ତେବେ ୨୬ ଅଗଷ୍ଟରେ ବିମଲ ଜୁଲ୍‌କା ସିଆଇସି ଭାବେ କାର୍ଯ୍ୟକାଳ ଶେଷ କରିବା ପରେ ଦୁଇ ମାସ ହେବ ଏହି ପଦବୀ ଖାଲିପଡ଼ିଥିଲା। ୭ ନଭେମ୍ବରରେ ୟଶବର୍ଦ୍ଧନ କୁମାର ସିହ୍ନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସିଆଇସି ଭାବେ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କୋବିନ୍ଦ ନୂଆ ସିଆଇସିଙ୍କୁ ଶପଥପାଠ କରାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସେ ସୂଚନା କମିଶନର ଭାବେ ୧ ଜାନୁୟାରୀ ୨୦୧୯ରେ ଶପଥ ନେଇଥିଲେ।
ୟଶବର୍ଦ୍ଧନ ବିହାର ବାସିନ୍ଦା। ୪ ଅକ୍ଟୋବର ୧୯୫୮ରେ ଏକ କାୟସ୍ଥ ପରିବାରେ ତାଙ୍କ ଜନ୍ମ। ପାଟନାସ୍ଥିତ ଛେଶାମ ଓ ସେଣ୍ଟ ଷ୍ଟିଫେନ୍ସ ସ୍କୁଲରୁ ସେ ଶିକ୍ଷା ଗ୍ରହଣ କରିଥିଲେ। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଜଣେ ମେଧାବୀ ଛାତ୍ର ଭାବେ ସେ ତାଙ୍କ ପରାକାଷ୍ଠା ଭାରତୀୟ ସିଭିଲ୍‌ ସର୍ଭିସ୍‌ରେ ଦେଖାଇ ପାରିଥିଲେ। ୧୯୮୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ରେ ଯୋଗଦେବା ପରେ ୟଶବର୍ଦ୍ଧନଙ୍କ କର୍ମମୟ ଜୀବନ ଗତି କରିଥିଲା। ବ୍ରିଟେନରେ ଭାରତର ହାଇକମିଶନର ହେବାର ଗୌରବ ଅର୍ଜନ କରିଥିବା ୟଶବର୍ଦ୍ଧନ ହେଉଛନ୍ତି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଶ୍ରୀନିବାସ କୁମାର ସିହ୍ନାଙ୍କ ପୁତ୍ର। ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ପାଇଥିବା ଶ୍ରୀନିବାସ ଭାରତୀୟ ସେନାରେ ଭାଇସ୍‌ ଚିଫ୍‌ ଥିଲେ। କେବଳ ସେତିକି ନୁହେଁ, ଶ୍ରୀନିବାସ ଜମ୍ମୁ ଓ କଶ୍ମୀର ଏବଂ ଆସାମର ରାଜ୍ୟପାଳ ରହିଥିଲେ। ସେ ମଧ୍ୟ ନେପାଳରେ ଭାରତର ରାଷ୍ଟ୍ରଦୂତ ହୋଇଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କ ପୁଅ ଭାବେ ୟଶବର୍ଦ୍ଧନ ଭାରତୀୟ ବୈଦେଶିକ ସେବାରେ ନିୟୋଜିତ ହେବା ନିଶ୍ଚିତ ରୂପେ ଜଣେ ପିତାଙ୍କ ପାଇଁ ଗର୍ବର ବିଷୟ ବୋଲି କୁହାଯାଇପାରେ। ସହଧର୍ମିଣୀ ଗିରିଜା ଓ ଦୁଇ ପୁଅଙ୍କୁ ନେଇ ୟଶବର୍ଦ୍ଧନଙ୍କ ସଂସାର।
୨୦୧୯ରେ ସୂଚନା ଅଧିକାର ସଂଶୋଧନ ବିଲ୍‌ ଲୋକ ସଭାରେ ଗୃହୀତ ହେବା ପରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ। ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ସଂକ୍ରାନ୍ତ କେତେକ ଧାରାରେ ପରିବର୍ତ୍ତନ କରାଯିବା ପରେ ଆର୍‌ଟିଆଇର ମୂଳ ସ୍ବରୂପ ବଦଳିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ରାଜନୈତିକ କ୍ଷମତା ପ୍ରୟୋଗ କରି ସିଆଇସି ଓ ସୂଚନା କମିଶନରଙ୍କୁ ଧମକ ଦେଇ କିମ୍ବା ଲୋଭ ଦେଖାଇ ପ୍ରଭାବିତ କରିବା ଭଳି ବିବାଦୀୟ କଥା ଜଡ଼ିତ ଥିବା କୁହାଯାଉଛି। ତେବେ ଆଜିର ସୂଚନା ସର୍ବସ୍ବ ଯୁଗରେ ନାଗରିକଙ୍କୁ କିଭଳି ଠିକ୍‌ ଭାବେ ସେବା ମିଳିପାରିବ ତାହାର ଦାୟିତ୍ୱ ୟଶବର୍ଦ୍ଧନଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମସ୍ତେ ତାଙ୍କଠାରୁ ନ୍ୟାୟ ପାଇବେ ବୋଲି ଆଶା ରହିବା ସ୍ବାଭାବିକ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?