ଜନ୍ମଦିନରେ କରିଥାନ୍ତେ ନିଜ ରାଜନୈତିକ ପାର୍ଟିର ଲଞ୍ଚ, ହେଲେ ଥାଲାପଥିଙ୍କର ରହିଛି ଅଲଗା ପ୍ଲାନ

ନୂଆଦିଲ୍ଲୀ,୨୨।୬: ସାଉଥ୍‌ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ସେ ଭାଗ ନେଇ ନ ଥିଲେ କି କୌଣସି ପ୍ରାର୍ଥୀ ଉତାରି ନ ଥିଲେ। କୁହାଯାଉଛି କି, ଥାଲାପଥିଙ୍କର ନଜର ୨୦୨୬ ତାମିଲନାଡୁ ନିର୍ବାଚନ ଉପରେ ରହିଛି।

ସାଉଥ୍‌ର ସୁପରଷ୍ଟାର ଥାଲାପଥି ୨୦୨୬ରେ ହେବାକୁ ଥିବା ତାମିଲନାଡୁ ବିଧାନସଭା ନିର୍ବାଚନ ଉପରେ ନଜର ପକାଇଛନ୍ତି। ଏହାକୁ ନେଇ ସେ ତାଙ୍କ ରଣନୀତି ପ୍ଲାନ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆନୁଷ୍ଠାନିକ ଭାବେ ତାଙ୍କ ପାର୍ଟି ଆରମ୍ଭ କରିନାହାଁନ୍ତି। ସୂଚନା ଥିଲା କି, ତାଙ୍କର ୫୦ତମ ଜନ୍ମଦିନ ଅର୍ଥାତ ୨୨ଜୁନରେ ସେ ଆନୁଷ୍ଠାନିକ ଭାବରେ ତାଙ୍କର ପାର୍ଟି ଲଞ୍ଚ କରିବେ। ଏଥିପାଇଁ ଏକ ସ୍ଥାନ ମଧ୍ୟ ଚୟନ କରାଯାଇଥିଲା। କିନ୍ତୁ କାଲାକୁରିଚିରେ ହୋଇଥିବା ଘଟଣା ପରେ ସେ ତାଙ୍କ ଜନ୍ମଦିନରେ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

ବିଜୟ ୧୯୭୪ ଜୁନ ୨୨୩ରେ ତାମିଲନାଡୁର ମାଡ୍ରାସ (ବର୍ତ୍ତମାନ ଚେନ୍ନାଇ) ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, ଯିଏ ଏବେ ଥାଲାପାଥି ବିଜୟ ଏବଂ ଇଲାୟାଥାପାଥି ନାମରେ ମଧ୍ୟ ଜଣାଶୁଣା। ବିଜୟଙ୍କ ପତ୍ନୀଙ୍କ ନାମ ହେଉଛି ସଂଗୀତ ସର୍ଣ୍ଣଲିଙ୍ଗମ। ତାଙ୍କର ଦୁଇଟି ସନ୍ତାନ ହେଲେ ସାଜନ ସଞ୍ଜୟ ଏବଂ ଦିବ୍ୟା ଶଶା ଅଛନ୍ତି।

ବିଜୟ ଚଳଚ୍ଚିତ୍ର ଜଗତରୁ ଅନେକ ସମ୍ମାନ ପାଇଛନ୍ତି। ଏଥିମଧ୍ୟରେ ଷ୍ଟାର ଇଣ୍ଡିଆରୁ ଆଠଟି ପୁରସ୍କାର, ତାମିଲନାଡୁ ସରକାରଙ୍କ ଦ୍ୱାରା ତିନିଥର ଦିଆଯାଇଥିବା ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ SIIMA ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହା ବ୍ୟତୀତ, ତାଙ୍କର ରୋଜଗାର ଆଧାରରେ ସେ ଅନେକ ଥର ଫୋର୍ବସ ଇଣ୍ଡିଆରେ ୧୦୦ ସେଲିବ୍ରିଟି ତାଲିକାରେ ସ୍ଥାନ ପାଇଛନ୍ତି ।

ତାମିଲ ସୁପରଷ୍ଟାର ବିଜୟ ଚଳିତ ବର୍ଷ ଫେବୃଆରୀ ୨ରେ ତାମିଜାଗା ଭେଟ୍ରି କାଜଗାମ ନାମକ ଏକ ରାଜନୈତିକ ଦଳ ଗଠନ କରିଥିଲେ। ଏହାପୂର୍ବରୁ ତାମିଲ ସିନେମାର ଅନେକ ସୁପରଷ୍ଟାର ରାଜନୀତିରେ ପ୍ରବେଶ କରିଛନ୍ତି ଏବଂ ଯଥେଷ୍ଟ ସଫଳତା ହାସଲ କରିଛନ୍ତି । ତାମିଲନାଡୁର ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ର ପୃଷ୍ଠଭୂମିରୁ ଆସିଛନ୍ତି। ତେବେ ତାମିଲନାଡୁ ରାଜନୀତିରେ ବିଜୟଙ୍କ ନଜର ମଧ୍ୟ ରହିଛି। ତେଣୁ ଦଳ ଗଠନ ସତ୍ତ୍ୱେ ବି ସେ ଲୋକ ସଭା ନିର୍ବାଚନରେ ଏହାକୁ ସ୍ଥାନିତ କରିନାହାଁନ୍ତି। ନିର୍ବାଚନରେ କୌଣସି ଦଳକୁ ସମର୍ଥନ ମଧ୍ୟ ଦେଇନାହାଁନ୍ତି। ଏପରିକି ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ ମଧ୍ୟ କରି ନାହାନ୍ତି।

କାଲାକୁରିଚିରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଥାଲପଥି ବିଜୟ ତାଙ୍କ ଜନ୍ମଦିନରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଏହି ମଦ ଦୁର୍ନୀତିରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ସେ ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ତେବେ ସେ ଆଉ କେଉଁଦିନ ତାଙ୍କ ପାର୍ଟି ଲୟ୍ଚ କରିବେ ସେ ନେଇ ମଧ୍ୟ କିଛି ସୂଚନା ଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri