ରାତି ୩.୨୯ରେ ଏକୁଟିଆ ଚାଲିଚାଲି ଯାଉଥିଲେ

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳବା ଘଟଣା ଦିନକୁ ଦିନ ରହସ୍ୟ ଘେରକୁ ଟାଣି ହୋଇଯାଉଛି। ଏହି ଘଟଣାକୁ ୩ଦିନ ବିତିଯାଇଥିଲେ ବି ମନୀଷଙ୍କ କିପରି ମୃତ୍ୟୁ ହୋଇଛି, ତା’ର ପ୍ରକୃତ କାରଣ କମିଶନରେଟ ପୋଲିସ ଉନ୍ମୋଚନ କରିପାରି ନାହିଁ। ଏହି ଘଟଣାରେ ପୋଲିସ ଏକ କାର ଜବତ କରିଥିବାବେଳେ ମନୀଷଙ୍କ ଜଣେ ସାଙ୍ଗ ଏବଂ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଅପରପକ୍ଷରେ ବ୍ୟବଚ୍ଛେଦର ଚୂଡ଼ାନ୍ତ ରିପୋର୍ଟ ଆସି ନ ଥିଲେ ସୁଦ୍ଧା ପ୍ରାଥମିକ ରିପୋର୍ଟରୁ ମନୀଷଙ୍କ ଶ୍ୱାସରୁଦ୍ଧରୁ ମୃତ୍ୟୁ ହୋଇଥାଇପାରେ ବୋଲି ଏମ୍‌ସର ଡାକ୍ତର ପ୍ରଭାସ ରଞ୍ଜନ ତ୍ରିପାଠୀ ମଙ୍ଗଳବାର ସୂଚନା ଦେଇଛନ୍ତି। ସେହିପରି ରବିବାର ରାତି ୩ଟା ୨୯(ତା.୧୦।୧୦।୨୦୨୧)ରେ ମନୀଷ ପାତ୍ରପଡ଼ାସ୍ଥିତ ସାଉଥସିଟି ହୋଟେଲରୁ ବାହାରି ଏକୁଟିଆ ଚାଲି ଚାଲି ଯିବାର ଏକ ସିସିଟିଭି ଫୁଟେଜ ମଧ୍ୟ ମିଳିଛି।
ଶନିବାର ସାରେ ଇନ୍‌ଫୋସିଟି ଛକସ୍ଥିତ ଗ୍ବାଭା ଆଇସ୍‌କ୍ରିମ୍‌ ପାର୍ଲର ସମ୍ମୁଖରେ ମନୀଷ ନିଜ କାର୍‌ ଥୋଇ ୨ସାଙ୍ଗଙ୍କ ସହ ଅନ୍ୟ ଏକ କାର୍‌(ଓଡି୦୨ ଏକ୍ସ ୯୬୯୬)ରେ ଯାଇଥିଲେ। ମଙ୍ଗଳବାର ଉକ୍ତ କାରକୁ ପୋଲିସ ଜବତ କରିଛି। ପୋଲିସ ଅଟକ ରଖିଥିବା ୨ଜଣଙ୍କ ସମ୍ପର୍କରେ କିଛି ସୂଚନା ଦେବାକୁ ଡିସିପି ଉମାଶଙ୍କର ଦାଶ ମନା କରିଦେଇଛନ୍ତି। ଅପରପକ୍ଷରେ ଶନିବାର ରାତିରେ ମନୀଷ ଓ ତାଙ୍କ ସାଙ୍ଗଙ୍କ ମଧ୍ୟରେ ଟଙ୍କା ଦିଆନିଆକୁ ନେଇ ବଚସା ହୋଇଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ଝଗଡାକୁ କେନ୍ଦ୍ର କରି ସାଙ୍ଗମାନେ କିଛି ଆପରାଧିକ ଘଟଣା ଘଟାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌...

ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ...

ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ତତ୍ପରତା

ପୁରୀ ଅଫିସ,୧୬ା୭: ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ସାମିଲ...

ପୁରୀରେ ଡବଲ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଶୁ, ଟିକି ଆହତ

ପୁରୀ ଅଫିସ,୧୦।୯: ପୁରୀରେ ଡବଲ ଏନ୍‌କାଉଣ୍ଟର ହୋଇଛି। ସୋମବାର ଦୁଇଟି ପୃଥକ ସ୍ଥାନାରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ...

ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ, ୨୭ା୮: ଜଗତ୍‌ସିଂହପୁର ଚାଟରା ବିଶୋଇ ସାହିର ଟୁନି ଦେଈ(୮୩) ୨ ପୁଅ ଓ ଗୋଟିଏ ଝିଅ ଜନ୍ମ କରି ମଧ୍ୟ ଅସହାୟ। କାରଣ...

ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟ ହେବା ଆବଶ୍ୟକ

ପୁରୀ ଅଫିସ,୨୦ା୬: ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି...

ସାଇବର ଅପରାଧ ରୋକିବାକୁ ବ୍ୟାପକ ହେବ ପ୍ରୟାସ

ଭୁବନେଶ୍ବର,୧।୨(ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀସ୍ତରରେ କରାଯାଉଥିବା ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଦୈନିକ ଅର୍ଥନୈତିକ ଅପରାଧ ସହ ମହିଳା ଓ ଶିଶୁଙ୍କ ଉପରେ...

ଓଡ଼ିଶାରୁ ୫ ସାମ୍ବାଦିକ ସମ୍ବର୍ଦ୍ଧିତ

ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ଭାରତୀୟ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଗୁଜରାଟର ଗାନ୍ଧୀନଗରଠାରେ ଅନୁଷ୍ଠିତ ହୋଇଯାଇଛି। ଗତ ୧୯ ଏବଂ ୨୦ ଦୁଇଦିନ ଧରି...

Advertisement
Archives

Model This Week