ଜଣେ ଉଦାର, ବହୁମୁଖୀ ପ୍ରତିଭାର ବ୍ୟକ୍ତିତ୍ୱ ଥିଲେ

ଭୁବନେଶ୍ୱର, ୧୫।୬(ଅନୁରାଧା ମହାରଣା)  ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ର କେବଳ ଜଣେ ଚିକିତ୍ସକ ନ ଥିଲେ ବରଂ ଜଣେ ବିଶିଷ୍ଟ ରାଜନୀତିଜ୍ଞ, ସମାଜସେବୀ ଓ ଉଦାର ବ୍ୟକ୍ତିତ୍ୱ। ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।
ଭୁବନେଶ୍ୱରର ପୂର୍ବତନ ଅଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ରଙ୍କ ଆଜି ଶେଷ ଦର୍ଶନ କରିଲି। ମୁଁ ଯେତେବେଳେ ଭୁବନେଶ୍ୱର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷା ଥିଲି ଜଗା ଭାଇ ମୋତେ ବିଭିନ୍ନ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଇଥିଲେ। ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଉନ୍ନତୀକରଣ କ୍ଷେତ୍ରରେ ଆମେ ଏକାଠି ଅନେକ କାର୍ଯ୍ୟ କରିଥିଲୁ।
                                                                                                       -ହରପ୍ରିୟା ପାତ୍ର, ପୂର୍ବତନ ଉପାଧ୍ୟକ୍ଷା, ଭୁବନେଶ୍ୱର ମ୍ୟୁନିସିପାଲିଟି
ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ଡା. ଜଗନ୍ନାଥ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ। ଭୁବନେଶ୍ୱରର ବିକାଶ ଓ ଲୋକ କଲ୍ୟାଣ ଦିଗରେ ସେ କରିଥିବା କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
                                                                                                                                         – ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ମହାନଗର ନିଗମର ପ୍ରଥମ ଅଣ ନିର୍ବାଚିତ ମେୟର, ଭୁବନେଶ୍ୱର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରିୟ ପରିଚିତ ଡାକ୍ତର ଭାବେ ପ୍ରସିଦ୍ଧି ହାସଲ କରିଥିବା ସ୍ବର୍ଗତ ମହାପାତ୍ରଙ୍କ ସହିତ ଆମ ପରିବାରର ଥିଲା ନିବିଡ଼ ଆତ୍ମୀୟତାର ସମ୍ବନ୍ଧ। ସେ କେବଳ ଜଣେ ଯଶସ୍ବୀ ଚିକିତ୍ସକ  ବା ରାଜନୀତିରେ ବାସ୍ତୁନିଷ୍ଠ ଆଗ୍ରହ ରଖିଥିବା ବ୍ୟକ୍ତି ନ ଥିଲେ, ସେ ଥିଲେ ସାମାଜିକ ଆନନ୍ଦ ଉଲ୍ଲାସ ଓ ଉତ୍ସବର ଉତ୍ସାହୀ ଅଧିନାୟକ। ଶହୀଦନଗର ଦୁର୍ଗାପୂଜାକୁ ଏକ ଆଧ୍ୟାତ୍ମିକ ଅନୁଷ୍ଠାନରେ ପରିଣତ କରିବା ଦିଗରେ ତାଙ୍କର ଆନ୍ତରିକ ଅବଦାନ ତାଙ୍କୁ ସବୁଦିନ ସ୍ମରଣୀୟ କରି ରଖିବ। ଦିବଂଗତ ଆତ୍ମାକୁ ପ୍ରଣାମ କରୁଛି।
                                                                                                                                      – ଅତନୁ ସବ୍ୟସାଚୀ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ
ଡା. ଜଗନ୍ନାଥ ମହାପାତ୍ରଙ୍କ ବିୟୋଗରେ ଆମେ ଆମ ମୁଖ୍ୟ ପରାମର୍ଶଦାତାଙ୍କୁ ହରାଇଛୁ।  ସେ ସବୁବେଳେ ଆମ ସ୍ମୃତିରେ ଜୀବିତ ରହିବେ। ତାଙ୍କର ଅମର ଆତ୍ମାର ସଦ୍‌ଗତି ହେଉ। ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।
                                                                                                                               – ରୁଦ୍ରନାରାୟଣ ସାମନ୍ତରାୟ, ପ୍ରତିଷ୍ଠାତା ଜୟ ଓଡ଼ିଶା
ଜଗନ୍ନାଥ ମହାପାତ୍ର ଜଣେ ଭଲ ମଣିଷ ଥିଲେ। ଭୁବନେଶ୍ୱର ଶହୀଦନଗର ଦୁର୍ଗାପୂଜା ସେ ଆରମ୍ଭ କରିଥିଲେ। ଏମିତିକି ଶହୀଦନଗରରେ ପ୍ରଥମ ରାବଣପୋଡ଼ି ତାଙ୍କ ଉଦ୍ୟମରେ ହୋଇଥିଲା। ଜଣେ ଉଦାର ଚିକିତ୍ସକ ଭାବେ ମଧ୍ୟ ସେ ବେଶ୍‌ ପରିଚିତ ଥିଲେ। ଗରିବ ଲୋକଙ୍କ ପାଖରୁ ଫିସ୍‌ ନେଉ ନ ଥିଲେ। ତାଙ୍କ ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା ରହୁଥିଲା। ଶହୀଦନଗରକୁ ଏକ ସାଂସ୍କୃତିକ କେନ୍ଦ୍ର କରିବାରେ ତାଙ୍କ ପ୍ରଚେଷ୍ଟା ବେଶି ଥିଲା। ତାଙ୍କ ସହ ମୋର ୪୦ବର୍ଷର ସମ୍ପର୍କ। ଭୁବନେଶ୍ୱରରେ ବାଲିଯାତ୍ରା କରିବା ପାଇଁ ଯେବେ ତାଙ୍କ ପାଖକୁ ଯାଇଥିଲୁ ସେ ବହୁତ ପ୍ରୋତ୍ସାହିତ କରିଥିଲେ। ସମଗ୍ର ଭୁବନେଶ୍ୱରରେ ସାଂସ୍କୃତିକ ଜାଗରଣ ସୃଷ୍ଟି କରି ଏକ ଭାଇଚାରାରେ ବାନ୍ଧି ରଖିଥିଲେ। ଜଗା ଭାଇନା ନାମରେ ସେ ପୂରା ଭୁବନେଶ୍ୱରରେ ପରିଚତ ଥିଲେ।
                                                                                                              – ଲକ୍ଷ୍ମୀଧର ବେହେରା, ସଂସ୍କୃତି ବିଭାଗର ପୂର୍ବତନ ଅନୁଶାସନ ସଚିବ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?